Home ଅପରାଧ ଭଦ୍ରକ ହେଉ ସଂପୂର୍ଣ୍ଣ ଧଳା ଜହର ମୁକ୍ତ: ଏସପିଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ଭଦ୍ରକ ହେଉ ସଂପୂର୍ଣ୍ଣ ଧଳା ଜହର ମୁକ୍ତ: ଏସପିଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

63

ଭଦ୍ରକ: ଭଦ୍ରକ ହେଉ ସପୂର୍ଣ୍ଣ ଧଳା ଜହର ମୁକ୍ତ। ଏପରି ଦାବୀ ନେଇ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ଦାବୀ ପତ୍ର ଦେଇଛି। ଧଳା ଜହର ଯେ କେତେ ମାରତ୍ମକ ଆମେ ଜାଣିଛନ୍ତି। ଏହି ନିଶା ପାଇଁ କେତେ ଯେ ପରିବାର ବର୍ବାଦ୍ ହୋଇ ସାରିଲାଣି। ଯୁବପିଢି ଏ’ ନିଶା କବଳରେ ରହି ଏତେ ପାଗଳ ହୋଇଗଲେଣି ଯେ ଏହି ନିଶା ସେବନ ହେତୁ ଚୋରି କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ଧଳା ଜହର ପାଇଁ ନିଶାସକ୍ତ ବ୍ୟକ୍ତି କିଛି ଟଙ୍କା ପାଇଁ ହତ୍ୟା ଭଳି ଜଘନ୍ୟ ଅପରାଧ କରିବାର ମଧ୍ୟ ନଜିର ରହିଛି। ଏହି ନିଶାର ଚକ୍ରବ୍ୟୂହରେ ମଧ୍ୟ ଫସି ଯାଉଛି ଶିକ୍ଷା ହବ୍। ଯୁବଗୋଷ୍ଠୀ ନିଶା ଫାଶରେ ପଡ଼ୁଥିବା ବେଳେ ଉଜୁଡ଼ି ଯାଉଛି ଅନେକ ପରିବାର। ରୋଗ, ଅଭାବନୀୟ କାଣ୍ଡ ପାଇଁ ଅକାଳେ ଝଡ଼ି ପଡୁଛି ଅନେକ ଜୀବନ। ନିଶା ସେବନ କରି ଗାଡ଼ିମଟର ଚଳାଉଥିବା ବେଳେ ଦୁର୍ଘଟଣାରେ ମଧ୍ୟ ଅନେକ ପ୍ରାଣ ହରାଉଛନ୍ତି ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଆଜି ଆମ ଭଦ୍ରକ ମଧ୍ୟ ଆଜି ଏହି ଧଳା ଜହର ଜାଲରେ ଫସି ଯାଇଛି। ନିକଟରେ ଏପରି ମାମଲା ଆମେ ଦେଖିବାକୁ ପାଇଛେ। କେତେକ ସ୍ଥାନରେ ଛୋଟ ଛୋଟ ପାନ ଦୋକାନ ଗୁଡ଼ିକରେ ଅସାମାଜିକ ଯୁବକ ଏପରି ନିଶା ଦ୍ରବ୍ୟକୁ ଲୁଚାଣିଆ ବିକ୍ରି କରି ଲାଲେ ଲାଲ୍ ହେଉଛନ୍ତି। ଏବେ ଏଇ ନିକଟରେ ଏହା ଉପରେ କିଛିଟା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ମଧ୍ୟ ଅଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହାର ନିରାକରଣ ପାଇଁ ପୋଲିସ, ଅବକାରୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ଆଦି ବିଭିନ୍ନ ବିଭାଗ ରହିଥିଲେ ମଧ୍ୟ ତତ୍ପରତା ଅଭାବରୁ ଦିନକୁ ବଢ଼ି ଚାଲିଛି ଏହି ନିଶା ବେପାର। ତେଣୁ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରି ଭଦ୍ରକକୁ ସଂପୂର୍ଣ୍ଣ ଧଳା ଜହର ମୁକ୍ତ କରିବା ନିମନ୍ତେ ଆବଶ୍ୟକୀୟ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବୀ କରୁଅଛୁ ଏବଂ ଯଦି ଏହା ଉପରେ ଅଙ୍କୁଶ ଲଗାନଯାଏ, ତେବେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ। ମହିଳା ମୋର୍ଚ୍ଚାର ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ତପସ୍ୱିନୀ ମହାପାତ୍ର, ବିଷ୍ଣୁପ୍ରିୟା ଲେଙ୍କା, ଉଷା ପାଢ଼ୀ, ବିଷ୍ଣୁପ୍ରିୟା ଜେନାଙ୍କ ସମେତ ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ପୁଷ୍ପକାନ୍ତ ସାହୁ, ବୃଷଭାନୁ ସାହୁ, ରାକେଶ ମହାପାତ୍ର, ଶୁଭେନ୍ଦୁ ମହାପାତ୍ର, ଶଶାଙ୍କ ଦାଶ ପ୍ରମୁଖ ଉପସ୍ଥିତି ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.