Home ଓଡ଼ିଶା ମୁହଁ ପାଇଁ ବରଦାନ ସଦୃଶ ଅଟେ ଦୁବ ଘାସ: ଜାଣନ୍ତୁ କିପରି ?

ମୁହଁ ପାଇଁ ବରଦାନ ସଦୃଶ ଅଟେ ଦୁବ ଘାସ: ଜାଣନ୍ତୁ କିପରି ?

399

ନୁଆଦିଲ୍ଲୀ, ୨୨/୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ସାଧାରଣତଃ ବିଭିନ୍ନ ପ୍ରକାର ପୂଜା ବିଶେଷ ଭାବରେ ଭଗବାନ ଶ୍ରୀ ଗଣେଶଙ୍କୁ ହିନ୍ଦୁ ଧର୍ମରେ ଦୁବ ଅର୍ପଣ କରାଯାଇଥାଏ। ମାତ୍ର ଯେଉଁମାନେ ଏହାର ଔଷଧୀୟ ଗୁଣ ବିଷୟରେ ଅବଗତ ଥାଆନ୍ତି, ସେମାନେ ନିଜ ସ୍ବାସ୍ଥ୍ୟ ସହ ସୁନ୍ଦରପଣ ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ତେବେ ବହୁତ କମ୍ ଲୋକ ଜାଣିଛନ୍ତି ଯେ, ଦୁବ ଘାସ ଖାଇବା ଦ୍ବାରା ଯୈାନ ରୋଗ ସହ ଲିଭର ରୋଗ ମଧ୍ୟ ଭଲ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଏହାର ଚମତ୍କାରୀ ଫାଇଦା ଗୁଡ଼ିକ ସଂପର୍କରେ ….

ଆୟୁର୍ବେଦ ଅନୁସାରେ, ଦୁବ ଘାସର ସ୍ବାଦ କଷାଳିଆ-ମିଠା। ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଫାଇବର, ପୋଟାସିୟମ ପ୍ରଚୁର ମାତ୍ରାରେ ଭରି ରହିଥାଏ। ଯାହା ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାକୁ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାଦ୍ବାରା ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୁର ହେବା ସହ ବାରମ୍ବାର ଶୋଷ ମଧ୍ୟ ଲାଗି ନ ଥାଏ। ଏନିମିଆ ଭଳି ରୋଗରୁ ଦୁବ ଘାସ ରକ୍ଷା କରେ ଏବଂ ଆଖି ଜ୍ୟୋତି ମଧ୍ୟ ବଢାଇବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.