Home କୋରାପୁଟ ଲୋକ ବିକାଶ ମଂଚର ଗଣ ବିକ୍ଷୋଭ ; ଜଙ୍ଗଲ ଅଧିକାର ଆଇନ-୨୦୦୬ ଉଲଂଘନର ପ୍ରତିବାଦ

ଲୋକ ବିକାଶ ମଂଚର ଗଣ ବିକ୍ଷୋଭ ; ଜଙ୍ଗଲ ଅଧିକାର ଆଇନ-୨୦୦୬ ଉଲଂଘନର ପ୍ରତିବାଦ

134

କୋରାପୁଟ ୨୨-୦୭-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବା ବାହାନାରେ ପ୍ରଶାସନ ଦ୍ୱାରା ମନୋମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବି ଗୁଡିକ ପୁନଃ ବିଚାର କରିବା ଓ ଓଡିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ଉଲଂଘନ କରି ସର୍ବୋଚ୍ଚ ନ୍ୟାୟାଳୟକୁ ଭୁଲ ତଥ୍ୟ ପ୍ରଦାନ କରିବା ଘଟଣାକୁ ଲୋକ ବିକାଶ ମଂଚ ଓ ମହିଳା ଲୋକ ବିକାଶ ମଂଚ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଛି। ଏହି ଅବସରରେ ଲୋକ ବିକାଶ ମଂଚ ଓ ମହିଳା ଲୋକ ବିକାଶ ମଂଚର ଏକ ବିରାଟ ଶୋଭା ଯାତ୍ରା କୋରାପୁଟ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ର କରିବା ପରେ ଜିଲାପାଳ ଅଫିସରେ ପହଂଚିଥିଲା ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲା। ମଂଚର ଅଭିଯୋଗ ଅନୁଯାୟୀ, ଗ୍ରାମସଭା ପ୍ରକ୍ରିୟାକୁ ପ୍ରଭାବୀତ କରି ଆଇନ୍ ପ୍ରକ୍ରିୟାକୁ ଉଲଂଘନ ଓ ଅଣଦେଖା କରା ଯାଇଛି। ଯାହା ଜଙ୍ଗଲ ଜମିରୁ ଲୋକଙ୍କୁ ହଟାଇ ଦେଶର ପ୍ରାକୃତିକ ସମ୍ବଳକୁ କମ୍ପାନୀ ମାନଙ୍କ ହାତକୁ ସହଜରେ ଟେକିଦେବା ଉଦ୍ଦିଷ୍ଟ ଅଟେ। ଜୁନ୍ ୨୭ରେ ମୁଖ୍ୟ ସାସନ ସଚିବଙ୍କୁ ଏହି ସମସ୍ୟା ଓ ଦାବି ଗୁଡିକ ଉପରେ ପତ୍ର ମାଧ୍ୟମରେ ଅବଗତ କରା ଯିବା ପରେ ମଧ୍ୟ ଅଣଦେଖା କରା ଯାଉଛି। ତେଣୁ ପ୍ତିବାଦରେ ମଂଚ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ଜଣାଉଛି। ଅନ୍ୟ ପକ୍ଷରେ ମଂଚ ପକ୍ଷରୁ ମୁଖ୍ୟ ସାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରା ଯାଇଥିବା ଦାବିପତ୍ରରେ ନିମ୍ନଲିଖିତ ଦାବି ଗୁଡିକ କରା ଯାଇଛି। ଗ୍ରାମସଭା କ୍ଷମତାକୁ ସମ୍ମାନ ଦେବା ଓ ସର୍ବୋଚ ନ୍ୟାୟାଳୟକୁ ଓଡିଶା ସରକାର ଅଧିକ ସମୟ ମାଗି ଅଗ୍ରାହ୍ୟ ହୋଇଥିବା ସମସ୍ତ ଜଙ୍ଗଲ ଅଧିକାର ଦାବି ଉପରେ ପୁନଃ ପ୍ରକ୍ରିୟା ଆରମ୍ଭ କରାଯିବା, ସମସ୍ତ ଅଗ୍ରାହ୍ୟ ଓ ଅନୁମୋଦନ ହୋଇଥିବା ଦାବି ଗୁଡିକ ଜିଲା ସ୍ତରୀୟ କମିଟି ଗ୍ରାମସଭା ଓ ଦାବିଦାରଙ୍କୁ ଫେରସ୍ତ କରି ଜମି ଚିହ୍ନଟ ଓ ଉପଯୁକ୍ତ ମାପ କରା ଯିବା, ଉପଖଣ୍ଡ ଓ ଜିଲା ସ୍ତରୀୟ କମିଟି ନକ୍ସା ତିଆରି, ଜମି ମାପ, କ୍ଷେତ୍ର ଯାଂଚ, ଇତ୍ୟାଦି କ୍ଷେତ୍ରରେ ସହଯୋଗ କରି ଗ୍ରାମସଭାର ନିଷ୍ପତି ଏବଂ ପ୍ରସ୍ତାବକୁ ସମ୍ମାନ ଦେବା ସହିତ ଏହି ପ୍ରକ୍ରିୟାକୁ ସରକାରୀ କର୍ମଚାରୀଙ୍କ ପ୍ରଭାବରୁ ମୁକ୍ତ କରିବା ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ଦାବି ଦାଖଲକୁ ବିରୋଦ୍ଧ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରାଯିବାକୁ ମଂଚ ଦାବି କରିଛି। ଜିଲା ପ୍ରଶାସନ ତରଫରୁ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଦାବିପତ୍ର ଗ୍ରହଣ କରିଥିଲେ। କୋରାପୁଟିଆ ଜନସୁରକ୍ଷା ସଂଘ ତରଫରୁ ଜଙ୍ଗଳ ଅଧିକାର ଆଇନ ୨୦୦୬କୁ ସୁରକ୍ଷା ଓ ୧୯୫୬ ରେଗୁଲେସନ-୨ର ସୁରକ୍ଷା ନିମନ୍ତେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ସଂଘର ସଭାପତି ଦାସି ନନ୍ଦିବାଲି ଦାବିପତ୍ର ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆଙ୍କୁ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.