Home ଆନ୍ତର୍ଜାତୀୟ ଭିକାରୀ ନାଁ ଉବେର ଡ୍ରାଇଭର ଇମ୍ରାନ୍ ଖାନ୍ ?

ଭିକାରୀ ନାଁ ଉବେର ଡ୍ରାଇଭର ଇମ୍ରାନ୍ ଖାନ୍ ?

1027

ନୂଆଦିଲ୍ଲୀ: ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗୁଲ୍‌’ରେ ଭିକାରୀ ଶବ୍ଦ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ସାମ୍ନାକୁ ଆସୁଛି।ଯେଉଁଥିରେ ଇମ୍ରାନ୍ ହାତରେ ଏକ ପାତ୍ର ଧରି ଭିକାରି ଭଳି ବସିଥିବା ଦେଖାଯାଉଛି।ପାକିସ୍ଥାନ ଏ’ ନେଇ ‘ଗୁଗୁଲ୍‌’ ସିଇଓ ସୁନ୍ଦର ପିଚାଇଙ୍କୁ ସମନ୍‌ ପଠାଇବାକୁ ପ୍ରସ୍ତୁତି ଚଳାଇଛି।ସୁନ୍ଦର ପିଚାଇ ମୂଳ ଭାରତୀୟ ହୋଇଥିବାରୁ ଜାଣିଶୁଣି ସେ ଏପରି କରିଥିବା ପାକିସ୍ଥାନ କହୁଛି।ବର୍ତ୍ତମାନ ପାକିସ୍ତାନ ଭୀଷଣ ଆର୍ଥିକ ସଂକଟ ଦେଇ ଗତି କରୁଛି। ଦେଶ ଚଳାଇବା ନିମନ୍ତେ ଋଣ ଆଣିବାକୁ ଇମ୍ରାନ୍‌ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି।ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଇମ୍ରାନ୍ ଓ ପାକିସ୍ତାନକୁ ନେଇ ବିଭିନ୍ନ ପ୍ରକାର ଲେଖା ଲେଖାଯାଉଛି।ଲୋକମାନେ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ସହ ବାରମ୍ବାର ‘ଭିକାରୀ’ ଶବ୍ଦର ବ୍ୟବହାର କରୁଥିବାରୁ ଏପରି ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।

ସେହିପରି ଇମ୍ରାନ୍ ଖାନଙ୍କୁ ଏବେ ସୋସିଆଲ ମିଡିଆରେ ଉବେର ଡ୍ରାଇଭର ଭାବରେ ଦେଖିବାକୁ ମିଳୁଛି।ଇମ୍ରାନଙ୍କୁ ଉବେର ଡ୍ରାଇଭର କହିବାର କାରଣ ମଧ୍ୟ ରହିଛି।କିଛି ଦିନ ତଳେ ଇମ୍ରାନ୍ ୟୁଏଇ ଯାଇଥିଲେ।ଏବଂ ସେତେବେଳେ ଇମ୍ରାନ୍ ପ୍ରୋଟକଲ ଭାଙ୍ଗି ସାଉଦୀ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନଙ୍କୁ ମର୍ସଡିଜରେ ବସାଇ ନିଜେ ଡ୍ରାଇଭିଂ କରିଥିଲେ।ତେଣୁ ମୋଦୀଙ୍କ ତୁଳନାରେ ଇମ୍ରାନଙ୍କ ଔକାତ୍ କେତେ କହିବାକୁ ଯାଇ ଇମ୍ରାନଙ୍କୁ ଉବେର ଡ୍ରାଇଭର ବୋଲି କହି ତାଙ୍କୁ ତାତ୍ସଲ୍ୟ କରାଯାଉଛି।ସୋସିଆଲ ମିଡିଆରେ ଫଟୋ ସେୟାର କରାଯାଉଛି।ଏବଂ ଏ’ ବାବଦରେ ପାକିସ୍ଥାନର ଜଣେ ମହିଳା ସାଂସଦ ମରିୟମ ଔରାଙ୍ଗଜେବଙ୍କ ଦ୍ଵାରା କିଛି ଦିନ ତଳେ ପାକିସ୍ଥାନ ସଂସଦରେ ଦିଆଯାଇଥିବା ଭାଷଣର ଭିଡିଓ ମଧ୍ୟ ଖୁବ୍ ସେୟାର କରାଯାଉଛି।ଯେଉଁଥିରେ ସାଂସଦ ମରିୟମ ଇମ୍ରାନ୍ ଖାଁଙ୍କୁ ଉବେର ଡ୍ରାଇଭର କହିଛନ୍ତି।ମରିୟମ ଔରାଙ୍ଗଜେବ୍‌ ଇମ୍ରାନଙ୍କୁ ସମାଲୋଚନା କରି କହିଥିଲେ, ଇମ୍ରାନ ଉବେର୍‌ ଡ୍ରାଇଭର୍‌ ସହ ସମାନ।ପ୍ରତି ଡ୍ରାଇଭ୍‌ ପରେ ୫ ଷ୍ଟାର୍‌ ମାଗିବା ହେଉଛି ତାଙ୍କ କାମ।ନିର୍ବାଚନ ବେଳେ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ।କିନ୍ତୁ, କୌଣସି ଗୋଟିଏ ବି ପ୍ରତିଶ୍ରୁତି ଏ’ ପର୍ଯ୍ୟନ୍ତ ପୂରା ହୋଇ ପାରିନାହିଁ।ଇମ୍ରାନ ଲୋକଙ୍କୁ କେବଳ ମିଛ ସ୍ବପ୍ନ ଦେଖାଉଛନ୍ତି।//ଦେବଦତ୍ତ ରଥ

https://twitter.com/nailainayat/status/1165255164363780096?s=20

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.