Home ଅପରାଧ ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!

ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!

581

ଭୁବନେଶ୍ୱର: ପପୁ ପମ୍ ପମଙ୍କ ଆଗାମୀ ଫିଲ୍ମ “ମିଷ୍ଟର କହ୍ନେୟା”ର ଏକ ପୋଷ୍ଟରକୁ ନେଇ ଏବେ ବିବାଦ ଦେଖାଦେଇଛି।ପୋଷ୍ଟରଟିରେ ପପୁଙ୍କ ସାମନାରେ ୭ ଜଣ ଝିଅ ଆଣ୍ଠୁ ମାଡ଼ି ବସିଛନ୍ତି।ଆଉ ସେ, ୭ ଜଣ ଝିଅଙ୍କ ବେକରେ ପଡ଼ିଥିବା ଦଉଡ଼ିର ଡୋର ପପୁ ଧରିଛନ୍ତି।ଏହାକୁ ନେଇ ଖୁବ୍ ବିବାଦ ଦେଖାଦେଇଛି।ପପୁ ଏଠି ନାରୀ ସମାଜକୁ ଅପମାନିତ କରିଥିବା କହି ଜଣେ ସମାଜସେବୀ ତାଙ୍କ ସମେତ ପ୍ରଡକ୍ସନ କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି।ସେହିପରି ଏହି ଘଟଣାକୁ ନେଇ ଦୂତି ଚାନ୍ଦ ସୋସିଆଲ ମିଡିଆ ମାଧ୍ୟମରେ ପପୁଙ୍କୁ ସମାଲୋଚନା କରି ମନ୍ତବ୍ୟ ଦେବାପରେ ଖୁବ୍ କଡ଼ା ଭାଷାରେ ଏବଂ ବ୍ୟକ୍ତିଗତ ସ୍ତରକୁ ଯାଇ ଦୂତୀଙ୍କୁ ଉତ୍ତର ଦେଇଥିଲେ ପପୁ।ଏହାପରେ ବିବାଦ ବଢ଼ିଥିଲା।ଏବଂ ପପୁ ଭୁଲ ମାଗି ଘଟଣାକୁ ଶାନ୍ତ କରାଇ ଦେଇଛନ୍ତି।ଉଭୟଙ୍କ ଭିତରେ ଏବେ ସମାଧାନ ହୋଇଯାଇଛି।

ତେବେ, ପପୁ ପ୍ରଥମ ଥର ପାଇଁ ଏପରି ଭୁଲ ମାଗି ନାହାଁନ୍ତି।ପୂର୍ବରୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଆଣ୍ଠୁ ମାଡ଼ି, କାନ ଧରି ଭୁଲ ମାଗି ସାରିଛନ୍ତି ପପୁ।ତାହା ପୁଣି ମାଡ଼ ଭୟରେ।ବ୍ୟଙ୍ଗ କରିବାକୁ ଯାଇ ହିନ୍ଦୁ ଧର୍ମ, ଜଗନ୍ନାଥ ଏବଂ ତୁଳସୀ ବାବଦରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ପପୁ।ତାଙ୍କ ଉପରେ କାଳୀ ମାଡ଼ ହେଲା।ମନ୍ତବ୍ୟ ପାଇଁ ଭୁଲ ନ’ ମାଗିଲେ ପୁଣି ମାଡ଼ ହେବାର ଧମକ ଦିଆଗଲା।ପପୁ ଭୁଲ ମାଗିଲେ।ତେବେ କେତେ ଥର ଏମିତି ପପୁ ଭୁଲ ମାଗୁଥିବେ?ଏବେ “ମିଷ୍ଟର କହ୍ନେୟା”ର ପୋଷ୍ଟରକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ଯେ କେବଳ ନାରୀଙ୍କୁ ଅସମ୍ମାନ ନେଇ ନୁହେଁ।ଏଥିରେ ହିନ୍ଦୁ ଧର୍ମକୁ ମଧ୍ୟ ଅସମ୍ମାନ ଏବଂ ହିନ୍ଦୁ ଦେବତାଙ୍କୁ ତାତ୍ସଲ୍ୟ କରାଯାଇଛି।ଫିଲ୍ମର ନାଁ ମଧ୍ୟ ଦିଆ ଯାଇଛି “ମିଷ୍ଟର କହ୍ନେୟା”!ଉକ୍ତ ବିବାଦୀୟ ପୋଷ୍ଟର ପପୁଙ୍କ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌ରେ ଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହାର ସଫେଇ ଦେଇ ପପୁ କହିଛନ୍ତି “ମିଷ୍ଟର କହ୍ନେୟା”ର ଯେ କୌଣସି ପୋଷ୍ଟର ବା ଚିତ୍ର ଆସେ ମୁଁ ରଖିନିଏ। କାରଣ ମୁଁ ଭାବେ ଏହାର ପ୍ରମୋସନ୍ ହେଉଛି।ସେମିତି କିଛି ଭାବି ଏ ପୋଷ୍ଟରଟିକୁ ରଖି ନେଇଥିବି।କିନ୍ତୁ ବିବାଦ ହେଲା ପରେ ଉଡ଼ାଇ ଦେଲି।ଆଶ୍ଚର୍ଯ୍ୟ କଥା!ସମାଜରେ ଘଟିଯାଉଥିବା ଏକ ସାଧାରଣ ଘଟଣାରୁ ବ୍ୟଙ୍ଗାତ୍ମକ ରୂପ ଖୋଜି ପାରୁଥିବା ବିଚକ୍ଷଣ ପପୁ ପୋଷ୍ଟରଟି ଦେଖି କିଛି ବୁଝି ପାରିନଥିବା ବିଶ୍ୱାସ ହେଉନି!

ବାସ୍ତବରେ ଦେଖିବାକୁ ଗଲେ ପପୁ ନିଜର ବ୍ୟଙ୍ଗ କରିବାର କଳାକୁ ଉପସ୍ଥାପନା କରିବାକୁ ଯାଇ ଅଭ୍ୟାସଗତ ଭାବରେ ଏପରି ଭୁଲ କରୁଛନ୍ତି।ତାଙ୍କର ଅଧିକାଂଶ କମେଡିରେ ସେ ଧର୍ମ, ନିର୍ଦ୍ଦିଷ୍ଟ ଭାବରେ ହିନ୍ଦୁ ଧର୍ମ, ହିନ୍ଦୁ ଦେବାଦେବୀ ଏବଂ ନାରୀ ସମାଜକୁ ବିଦ୍ରୁପ କରୁଛନ୍ତି।ଏହାର ଅନେକ ପ୍ରମାଣ ରହିଛି।ବିଭିନ୍ନ ଟିଭି ସୋ, ଷ୍ଟେଜ ସୋ ସମେତ ୟୁଟ୍ୟୁବ, ଫେସବୁକ ଆଦିରେ ଏପରି ଅନେକ ଭିଡିଓ ତାଙ୍କର ରହିଛି।ପପୁଙ୍କର ଏକ ଫିଲ୍ମ ଆସିଥିଲା, “ଆମେ ତ ଟୋକା ଷଣ୍ଢ ମାର୍କା”।ସେଥିରେ ଏକ ଗୀତ ଥିଲା “କୋଉ ପୋଡ଼ାମୁହାଁ ନେଇଗଲା ମୋ ନଡ଼ିଆ ତେଲ”।ସେ ଗୀତ ଏବଂ ଗୀତ ପୂର୍ବର ପପୁଙ୍କ ସଂଳାପ ଶୁଣିଲେ ଜଣାପଡ଼େ ସେ ହିନ୍ଦୁ ଧର୍ମ, ହିନ୍ଦୁ ଦେବତା ଏବଂ ନାରୀ ସମାଜକୁ ଏକା ସଙ୍ଗେ ଅପମାନିତ କରିଛନ୍ତି।ଯେପରି ଏବେ “ମିଷ୍ଟର କହ୍ନେୟା”ରେ କରିଛନ୍ତି।”ଆମେ ତ ଟୋକା ଷଣ୍ଢ ମାର୍କା” ଫିଲ୍ମର ସେହି ଗୀତରେ ଭଗବାନ ପର୍ଶୁରାମ ଏବଂ ତାଙ୍କ ମା”ଙ୍କୁ ନେଇ ଅଶୋଭନୀୟ ଶବ୍ଦ, ଭାବନା ବ୍ୟକ୍ତ କରାଯାଇଛି।ଗୀତ ପୂର୍ବରୁ “ଆଜି ପର୍ଶୁରାମଙ୍କ ଜନନୀ ସ୍ନାନ କରିବାକୁ ଯାଇଛନ୍ତି ନଦୀ କୂଳକୁ।ହଠାତ ସେ ଦେଖିଲେ କିଛି ଗନ୍ଧର୍ବ କୁମାର ତାଙ୍କୁ ଅପଲୋକ ନୟନରେ ଦେଖୁଛନ୍ତି।ତଷ୍ଟ ହୋଇଗଲେ ପର୍ଶୁରାମଙ୍କ ଜନନୀ।ପୁରୁଷଙ୍କ ଆଖିକୁ ସେ ସାମ୍ମା କରିପାରୁ ନାହାଁନ୍ତି।ଏପରି ଏକ ପରିସ୍ଥିତିକୁ ଦେଖି ଲେଖିଲେ ନାୟକ ନିର୍ମଳ” ବୋଲି ପପୁଙ୍କ ସଂଳାପ ରହିବା ପରେ ଗୀତ ରହିଛି ” ହାଏ ଲୋ କାଇଁ ନଦୀ କୂଳକୁ ଗାଧୋଇ ଗଲି, ଛି’ ଲୋ କିଆଁ ସାବୁନ ଦେହେ ଲଗାଇ ହେଲି,, ଶଳା ବାତରା ଟୋକା ଯେତେ, ମଲା ଡୁଙ୍ଗି ମାରନ୍ତି ମତେ,, ଆରେ ଦେଖିବାକୁ ମୋର ଗୋରା ଦେହ ଖାଲି କଲବଲ କଲବଲ,, କୋଉ ପୋଡ଼ାମୁହାଁ ନେଇଗଲା ମୋ ନଡ଼ିଆ ତେଲ।ଏହା ହିନ୍ଦୁ ଧର୍ମ, ଦେବଦେବୀ ଏବଂ ନାରୀ ସମାଜ ପ୍ରତି ଅପମାନ ନ’ଥିଲା କି? କାଷ୍ଟିଂକାଉଚ୍ ହେଉ କିମ୍ବା ତାଙ୍କ ନାମରେ ହେଇଥିବା ଅନ୍ୟ ସବୁ ଅଭିଯୋଗ କଥା ହେଉ ସେ କଥା ସେମାନଙ୍କ ଦୁଇ ପକ୍ଷର।ସେମାନେ ବୁଝିବେ।କିନ୍ତୁ ଯେଉଁ କଥା ଧର୍ମ, ପରମ୍ପରା, ସଂସ୍କୃତି ବା ସମାଜକୁ ନେଇ, ତାହା ସାମୂହିକ ହୋଇଥାଏ।ବାରମ୍ବାର ବିରୋଧ, କାଳୀ ମାଡ଼, ଟମାଟୋ ମାଡ଼ ଆଦି ପରେ ପପୁ ଜଗନ୍ନାଥ ମନ୍ଦିର ସାମ୍ମାରେ ଆଣ୍ଠେଇ ଭୁଲ ମାଗିଥିଲେ।ଆଶା ଥିଲା ସୁଧୁରି ଯିବେ।ଏହାପରେ ତାଙ୍କର ଗୁରୁତ୍ୱର ସ୍ୱାସ୍ଥ୍ୟବସ୍ଥା ହୋଇଥିଲା।ତାଙ୍କ ପ୍ରତି ଏକ ସହାନୁଭୂତି ସୃଷ୍ଟି ହେଲା।ସେ ଯାହା ହେଉ ପପୁ ସୁସ୍ଥ ହୋଇ ଫେରିଲେ।ତେବେ, ଫେରୁ ଫେରୁ ଆରମ୍ଭ ହୋଇଗଲା ତାଙ୍କ ପ୍ରକୃତି।”ଚିରକୁଟ” ନାମରେ ତାଙ୍କର ଏକ ଫିଲ୍ମ ଆସିଲା।ଫିଲ୍ମଟିର ଉଭୟ ନିର୍ଦ୍ଦେଶକ ଏବଂ ସଙ୍ଗୀତକାର ଅଛନ୍ତି ପପୁ।ସେଥିରେ ଏକ ଗୀତ ଅଛି, “ପଉଷ ମାସର ଥଣ୍ଡା, ରବିବାର ଛାଡ଼ି ୬’ ଦିନ ଯାକ ଦିଦି ଦେଉଛନ୍ତି ଅଣ୍ଡା,, ପିଲା ବୁଲୁଛନ୍ତି ବାହାରେ, ମାଷ୍ଟର ସାଙ୍ଗରେ ସେଲ୍ଫି ନେଇକରି ଛାଡ଼ୁଛନ୍ତି ଫେସବୁକରେ”..।ଆଜି କାଲି ତ’ ଛୋଟଛୋଟ ପିଲା ଟିଭିରେ, ମୋବାଇଲରେ ଗୀତ ଦେଖୁଛନ୍ତି।ପପୁ ବି ସେମାନଙ୍କର ଭାରି ପ୍ରିୟ।ଶିକ୍ଷୟତ୍ରୀ (ଦିଦି)ଙ୍କ ବାବଦରେ ଏପରି ଗୀତ ଶୁଣି ସେହି ସ୍କୁଲ ପିଲାଙ୍କର ନିଜ ଶିକ୍ଷୟତ୍ରୀ (ଦିଦି)ଙ୍କ ପ୍ରତି କିପରି ଭାବନା ସୃଷ୍ଟି ହେବ?ତେଣୁ ଏସବୁ ଘଟଣାକୁ ଦେଖିଲେ ଜଣାପଡ଼ୁଛି, ପବ୍ଲିସିଟି ପାଇଁ ପପୁ ଜାଣିଶୁଣି ଏପରି ବିବାଦ ସୃଷ୍ଟି କରାଉଛନ୍ତି।ପପୁଙ୍କର ଏତାଦୃଶ କାର୍ଯ୍ୟକଳାପକୁ ଅନେକ ଲୋକ ନାପସନ୍ଦ କରୁଛନ୍ତି, ଅନେକ ସଙ୍ଗଠନ ଏହାକୁ ବିରୋଧ କରୁଛନ୍ତି।ସମାଜରେ ବିଭିନ୍ନ ପ୍ରକାରର ଲୋକ ଏବଂ ବିଭିନ୍ନ ଚିନ୍ତାଧାରାର ସଙ୍ଗଠନ ରହିଛି।ବିରୋଧ ପ୍ରକଟ କରିବା ଭିତରେ କାହାର ବା କେଉଁପରି ମାର୍ଗ ରହିଯାଉଛି।ହୁଏତ ଏପରି ମାର୍ଗ ଭୁଲ ହୋଇପାରେ, କିନ୍ତୁ ବାରମ୍ବାର ଏପରି ବିବାଦ ସୃଷ୍ଟି କରାଇ ପପୁ କ’ଣ ପୁଣି ମାଡ଼ ମୂଲଉଛନ୍ତି!? //ଦେବଦତ୍ତ ରଥ

ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.