Home Top News ସାବଧାନ୍! ମୋବାଇଲ୍ ଆପ୍ ଜରିଆରେ ଋଣ ନେବାକୁ ଚାହୁଁଛନ୍ତିକି? ଆରବିଆଇର ଚେତାବନୀ – ଅନେକ ଠକେଇ...

ସାବଧାନ୍! ମୋବାଇଲ୍ ଆପ୍ ଜରିଆରେ ଋଣ ନେବାକୁ ଚାହୁଁଛନ୍ତିକି? ଆରବିଆଇର ଚେତାବନୀ – ଅନେକ ଠକେଇ ହେଉଛି ଜାଣନ୍ତୁ କିପରି ?

56

ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ରିଜର୍ଭ ବ୍ୟାଙ୍କ କହିଛି, ଅନଲାଇନ୍ / ମୋବାଇଲ୍ ଆପ୍ ମାଧ୍ୟମରେ କମ୍ପାନୀ / ଫାର୍ମ ଋଣର ଅଫର କରୁଥିଲେ ପ୍ରଥମେ ଯାଞ୍ଚ କରନ୍ତୁ। ଏ ନେଇ ସାଧାରଣ ଲୋକଙ୍କୁ ସତର୍କ କରାଇଛି ଆରବିଆଇ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବୁଧବାରଦିନ ମୋବାଇଲ୍ ଆପ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟକ୍ତିଗତ ଭାବରେ କିମ୍ବା ଛୋଟ ବ୍ୟବସାୟ ପାଇଁ ଅନଧିକୃତ ସ୍ଥାନରୁ କିମ୍ବା ଆପ୍ ମାଧ୍ୟମରେ ଋଣ ନେବାକୁ ଏଡ଼ାଇବାକୁ କହିଛି ଯାହାକି ଶୀଘ୍ର ଏବଂ ବିନା କାଗଜପତ୍ରରେ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥାନ୍ତି। ଏହିପରି ପ୍ଲାଟଫର୍ମଗୁଡିକର ସୁଧ ହାର ଯଥେଷ୍ଟ ଅଧିକ ଏବଂ ସେଠାରେ ଅତିରିକ୍ତ କିଛି ଲୁକ୍କାୟିତ ଦେୟ ରହିବା କଥା କୁହାଯାଉଛି। ଏଥିସହ, ସେମାନେ ମୋବାଇଲ୍ ଫୋନ୍ ଧାରକଙ୍କ ତଥ୍ୟର ଅପବ୍ୟବହାର ମଧ୍ୟ କରୁଛନ୍ତି।

ଏହା ସହ ଏହାମଧ୍ୟ ସତର୍କ କରାଇ ଦିଆଯାଉଛିଯେ, ଗ୍ରାହକ କୌଣସି ଅଜ୍ଞାତ ବ୍ୟକ୍ତିଙ୍କୁ, ଅନଧିକୃତ ଆପ୍ କୁ କେୱାସୀ ଡକ୍ୟୁମେଣ୍ଟ ଦେବା ଉଚିତ ନୁହେଁ ଏବଂ ଏଭଳି ଘଟଣା ସମ୍ପର୍କରେ ସମ୍ପୃକ୍ତ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଜଣାଇବା ଉଚିତ୍ ନୁହେଁ।

ବ୍ୟାଙ୍କଗୁଡିକ, ଆରବିଆଇ ପଞ୍ଜୀକୃତ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡିକ (NBFCs) ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିଧିବଦ୍ଧଭାବେ ନିୟନ୍ତ୍ରିତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରୁ ଋଣ ନେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.