Home Top News ସର୍ଫେସ୍-ଟୁ-ଏୟାର ମିସାଇଲ୍ ର ସଫଳ ପରୀକ୍ଷଣ

ସର୍ଫେସ୍-ଟୁ-ଏୟାର ମିସାଇଲ୍ ର ସଫଳ ପରୀକ୍ଷଣ

50

ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ଭାରତ ବୁଧବାର ଦିନ ଓଡିଶା ଉପକୂଳରୁ ମଧ୍ୟମ ସୀମା ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (MRSAM) ସଫଳତାର ସହ ପରୀକ୍ଷଣ କରିଛି।

ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ବାଲେଶ୍ୱର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ରେ ଥିବା ଲଞ୍ଚ ପ୍ୟାଡ୍ ନମ୍ବର -୧ ରେ ଗ୍ରାଉଣ୍ଡ ମୋବାଇଲ୍ ଲଞ୍ଚରରୁ କ୍ଷେପଣ କରାଯାଇଥିଲା ଏବଂ ଏହା ସଠିକତା ସହ ଟାର୍ଗେଟକୁ ଛୁଇଁଥିଲା ବୋଲି ଜଣାପଡ଼ିଛି।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ମିଳିତ ଭାବେ ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ସହଯୋଗରେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି। ଏହି କ୍ଷେପଣାସ୍ତ୍ର ଭାରତ ଡାଇନାମିକ୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ହୋଇଥିବା ଜଣାପଡ଼ିଛି।

ଭାରତୀୟ ସେନାରେ ପ୍ରବେଶ କରିବା ପରେ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବାହିନୀର ଯୁଦ୍ଧ ପ୍ରଭାବକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି କୁହାଯାଉଛି।

ରକ୍ଷାମନ୍ତ୍ରୀ ରାଜନାଥ ସିଂ MRSAM କ୍ଷେପଣାସ୍ତ୍ରର ସଫଳ ପାଇଁ DRDO ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.