Home ଜାତୀୟ ଯୋଗ ସୁସ୍ଥତା କେନ୍ଦ୍ରକୁ ଗ୍ରାମକୁ ଆଣିବା ପାଇଁ NCDC ଏବଂ ସ୍ଵାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ...

ଯୋଗ ସୁସ୍ଥତା କେନ୍ଦ୍ରକୁ ଗ୍ରାମକୁ ଆଣିବା ପାଇଁ NCDC ଏବଂ ସ୍ଵାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ପ୍ରତିଷ୍ଠାନ ହାତ ମିଳାଇଲେ

53

ନୂଆଦିଲ୍ଲୀ ୨୩ ନଭେମ୍ବର (ଓଡ଼ିଆ ପୁଅ) ଜାତୀୟ ସମବାୟ ବିକାଶ ନିଗମ(NCDC), କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସମବାୟ ସମିତି ପାଇଁ ଏକ ଆର୍ଥିକ ଶକ୍ତି କେନ୍ଦ୍ର ଏବଂ ବାଙ୍ଗାଲୋରର ସ୍ଵାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ପ୍ରତିଷ୍ଠାନ (S-VYASA), ଏକ ଅନନ୍ୟ ଯୋଗ ବିଶ୍ୱବିଦ୍ୟାଳୟ ସମବାୟ ସମିତି ମାଧ୍ୟମରେ ସାରା ଦେଶରେ ଯୋଗ ସୁସ୍ଥତା କେନ୍ଦ୍ର ଏବଂ ପ୍ରାକୃତିକ ଚିକିତ୍ସା ସୁବିଧା ପ୍ରତିଷ୍ଠା ପାଇଁ ଏକତ୍ରିତ ହୋଇଛନ୍ତି। ସମବାୟ ସମିତି ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଭୟ ସଂଗଠନ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାୟକ କହିଛନ୍ତି ଯେ ଉଭୟ ପ୍ରଧାନ ଅନୁଷ୍ଠାନ ଦ୍ଵାରା ଠିକ୍ ସମୟରେ କରାଯାଇଥିବା ବ୍ୟବସ୍ଥା ଗ୍ରାମାଞ୍ଚଳରେ ଯୋଗର ଲାଭ ଯୋଗାଇଦେବ। ସେ କହିଛନ୍ତି ଯେ ଯୋଗ ଭଳି ବିଶ୍ୱବ୍ୟାପୀ ଆନ୍ଦୋଳନ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜ୍ ବୁତ କରିବ ଓ ଏହିପରି ପଦକ୍ଷେପକୁ ତାଙ୍କ ମନ୍ତ୍ରଣାଳୟ ସମର୍ଥନ କରେ।

ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା NCDC କୁ ପ୍ରଶଂସା କରି କହିଛନ୍ତି ଯେ ସେ ଦୁଇମାସ ପୂର୍ବେ ଆରମ୍ଭ କରିଥିବା ଆୟୁଷ୍ମାନ ସହକାର ଯୋଜନା ଅନ୍ତର୍ଗତ କୃଷକ କଲ୍ୟାଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏନସିଡିସି ଏକ ନୂତନ ଦିଗ ଯୋଡିଛି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜ୍ବୁତ କରିବା ପାଇଁ ଯୋଗ ସୁସ୍ଥ କେନ୍ଦ୍ର ସମବାୟ ସମିତି ପାଇଁ ଉତ୍ତମ ବ୍ୟବସାୟ ମଡେଲ ଅଟେ।

ଏନସିଡିସିର ପ୍ରବନ୍ଧ ନିର୍ଦେଶକ ଶ୍ରୀ ସନ୍ଦୀପ କୁମାର ନାୟକ କହିଛନ୍ତି ଯେ ଏନସିଡିସି ଆୟୁଷ୍ମାନ ସହକାର ଯୋଜନା ୧୯ ଅକ୍ଟୋବର, ୨୦୨୦ ରେ ୧୦, ୦୦୦ କୋଟି ଟଙ୍କା ବ୍ୟୟବରାଦରେ ଆରମ୍ଭ କରାଯାଇଥିଲା। ସମବାୟ ସମିତି ପାଇଁ ଆର୍ଥିକ ସହାୟତା ବିସ୍ତାର କରିବାକୁ ଏହା ଲକ୍ଷ୍ୟ ରଖିଛି।

ଏହି ଯୋଜନାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଏବଂ ସେବାକୁ ଆର୍ଥିକ ସହାୟତା କରିବା ପାଇଁ ଏକ ବ୍ୟାପକ ଏବଂ ସାମଗ୍ରିକ ଆଭିମୁଖ୍ୟ ରହିଛି। ଏଥିରେ ଡାକ୍ତରଖାନା, ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ଡାକ୍ତରୀ ଶିକ୍ଷା, ନର୍ସିଂ ଶିକ୍ଷା, ପାରାମେଡିକାଲ୍ ଶିକ୍ଷା, ଔଷଧ ଉତ୍ପାଦନ, ଡିଜିଟାଲ୍ ସ୍ୱାସ୍ଥ୍ୟ, ପ୍ରଯୋଗଶାଳା ଶିକ୍ଷା, ସ୍ୱାସ୍ଥ୍ୟ ବୀମା ଏବଂ ଆୟୁର୍ବେଦ, ଯୋଗ, ପ୍ରାକୃତିକ, ୟୁନାନି, ସିଦ୍ଧ ଏବଂ ହୋମିଓପାଥି ଅନ୍ତର୍ଭୁକ୍ତ।

ଯୋଗରେ ତାଙ୍କର ବିପୁଳ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୁରୁଜୀ ନଗେନ୍ଦ୍ର, S-VYASA ର କୁଳପତି ଅଟନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶରେ ସମବାୟ ସମିତି ମାଧ୍ୟମରେ ଏକ ନୂତନ ଦିଗ ଅନୁସନ୍ଧାନ କରାଯିବ। ଯୋଗ କେନ୍ଦ୍ର ଗୁଡିକୁ ସମର୍ଥନ କରିବା ପାଇଁ S-VYASA ର ଯାନ୍ତ୍ରିକ ଶକ୍ତି ଏବଂ NCDC ର ଆର୍ଥିକ ଶକ୍ତି ଏକ ଆଦର୍ଶ ମିଶ୍ରଣ ହେବ।

ପାରସ୍ପରିକ ସହଯୋଗ ଗଠନ ପାଇଁ ସ୍ୱାସ୍ଥ୍ୟ ସେବା ତଥା ଯୋଗ ଶିକ୍ଷା ଏବଂ ପ୍ରଶିକ୍ଷଣ, ପ୍ରମାଣଭିତ୍ତିକ ଅନୁସନ୍ଧାନ, ଅଧ୍ୟୟନ, ନୀତି ବିଶ୍ଳେଷଣ, ନୀତି ପରାମର୍ଶ, ନୀତି ନିର୍ଣ୍ଣୟ, ପାରସ୍ପରିକ ବିକାଶ, ସ୍ଥାୟୀ ବିକାଶ, ଶିକ୍ଷା, ଅନୁକରଣ ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ ମୂଳ ଶକ୍ତି, ଅଭିଜ୍ଞତା ଏବଂ ଅନୁଷ୍ଠାନିକ ଉଦ୍ଦେଶ୍ୟର ବିକାଶ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବହୁମୁଖୀତା ପାଇଁ ଏକ ବିସ୍ତୃତ ତଥା ସାମଗ୍ରିକ ଆଭିମୁଖ୍ୟ ଭାବରେ କୃଷକ ଏବଂ ସମବାୟ ସମିତିର ବିକାଶ ସହ ଜଡିତ ସମସ୍ୟା ତଥା କ୍ଷେତ୍ର ଉପରେ ପରାମର୍ଶ, ମନିଟରିଂ, ମୂଲ୍ୟାଙ୍କନ, ପଦ୍ଧତି ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଏନସିଡିସି ଦ୍ୱାରା ସହକାର ମିତ୍ର ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଇଥିବା ଇଣ୍ଟର୍ନସିପ୍ ସୁଯୋଗ ମାଧ୍ୟମରେ S-VYASA ଛାତ୍ର ଏବଂ ପୂର୍ବ ଛାତ୍ରଙ୍କ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.