Home ଆମ ସଂସ୍କୃତି, କଳା ଓ ଐତିହ୍ୟ ରାମ ଜନ୍ମଭୂମି – ବାବ୍ରି ମସ୍ଜିଦ୍: ଶୁଣାଣି ଶେଷ, ରାୟକୁ ଅପେକ୍ଷା

ରାମ ଜନ୍ମଭୂମି – ବାବ୍ରି ମସ୍ଜିଦ୍: ଶୁଣାଣି ଶେଷ, ରାୟକୁ ଅପେକ୍ଷା

594

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟର ଦିନକ ଏବଂ ଏକ ଘଣ୍ଟା ପୂର୍ବରୁ ଶେଷ ହୋଇଛି।ସୁପ୍ରିମକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।ଦୈନନ୍ଦିନ ଭିତ୍ତିରେ କ୍ରମାଗତ ଭାବେ ଚାଲିଥିବା ଶୁଣାଣିର ଆଜି ୪୦ ଦିନର ଶୁଣାଣି ଆରମ୍ଭ କରିବା ପୂର୍ବରୁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଯେ, ‘ବହୁତ ହୋଇଗଲା।ଆଜି ଅପରାହ୍ଣ ୫ଟା ସୁଦ୍ଧା ଏହି ମାମଲାର ଶୁଣାଣି ଶେଷ ହେବ’।ତେବେ, ଶୁଣାଣି ଶେଷ ପାଇଁ ସମୟ ଅପରାହ୍ନ ୫ଟା ପୂର୍ବରୁ ୪ଟାରେ ଶୁଣାଣି ଶେଷ ହୋଇ ଯାଇଥିଲା।

ଶୁଣାଣି ଚାଲିଥିବା ବେଳେ ହିନ୍ଦୁ ମହାସଭା ପକ୍ଷରୁ ରାମ ଜନ୍ମଭୂମିର ନକ୍ସା ଦେଖାଇବା ବେଳେ ମୁସଲିମ ପକ୍ଷ ଓକିଲ ରାଜୀବ ଧବନ ଉତ୍କ୍ଷିପ୍ତ ହୋଇ ନକ୍ସାକୁ ଚିରି ଦେଇଥିଲେ।ଏହାକୁ ନେଇ ଚିଫ୍ ଜଷ୍ଟିସ ରଞ୍ଜନ ଗୋଗୋଇ ଅସନ୍ତୋଷ ପ୍ରକାଶ କରିଥିଲେ।ଉଭୟ ପକ୍ଷର ଓକିଲଙ୍କ ଚୂଡ଼ାନ୍ତ ଯୁକ୍ତିକୁ ୪୫ମିନିଟ ଲେଖାଏଁ ଶୁଣିବା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌ ଏ ବବ୍‌ଦେ, ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌.ଏ ନଜିରଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରିବା ସହ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।ଏବେ ଏହି ମାମଲାର ରାୟ ୨୩ ଦିନ ଭିତରେ ପ୍ରକାଶ ପାଇବାର ସମ୍ଭାବନା ରହିଛି।କାରଣ ଆସନ୍ତା ମାସ ନଭେମ୍ବର ୧୮ ତାରିଖରେ ଚିଫ୍ ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ।ତେଣୁ ଏହା ପୂର୍ବରୁ ରାମ ଜନ୍ମଭୂମି – ବାବ୍ରି ମସ୍ଜିଦର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ଆଶା କରାଯାଉଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.