Home Top News ଦତ୍ତାତ୍ରେୟ ହୋସାବାଲେ ଆରଏସଏସର ସରକାର୍ଯ୍ୟବାହ ନିର୍ବାଚିତ

ଦତ୍ତାତ୍ରେୟ ହୋସାବାଲେ ଆରଏସଏସର ସରକାର୍ଯ୍ୟବାହ ନିର୍ବାଚିତ

40

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାୟାଜୀ ଯୋଶୀଙ୍କ ସ୍ଥାନରେ ଆରଏସଏସ ସାଧାରଣ ସମ୍ପାଦକ ଭାବରେ ଦତ୍ତାତ୍ରେୟ ହୋସାବାଲେ ନିର୍ବାଚିତ ହୋଇଛନ୍ତି। ଆରଏସଏସର ଅଖିଲ ଭାରତୀୟ ପ୍ରତିନିଧି ସଭାରେ ଶ୍ରୀ ଦତ୍ତାତ୍ରେୟ ହୋସାବାଲେଙ୍କୁ ‘ସରକାର୍ଯ୍ୟବାହ’ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ୨୦୦୯ ରୁ ଆରଏସଏସର ସହକାର୍ଯ୍ୟବାହ ଥିଲେ।

ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନର (ଆରଏସଏସ) ଶନିବାର (ମାର୍ଚ୍ଚ ୨୦) ଦିନ ହୋଇଥିବା ବେଙ୍ଗାଲୁରୁର ଚେନ୍ନାଇହଲ୍ଲୀର ଜନସେବା ବିଦ୍ୟା କେନ୍ଦ୍ରରେ ଚାଲିଥିବା ପ୍ରତିନିଧୀ ସଭାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ହେଉଛି ଏହି ସଭାର ଶେଷ ଦିନ। ଆସନ୍ତା ତିନି ବର୍ଷ ପାଇଁ ସର୍ବସମ୍ମତି କ୍ରମେ ଦତ୍ତାତ୍ରେୟଙ୍କୁ ‘ସରକାର୍ଯ୍ୟବାହ’ ଭାବରେ ମନୋନୀତ କରାଯାଇଛି। ଏହାପୂର୍ବରୁ ସେ ସହ- କାର୍ଯ୍ୟବାହ’ ଦାୟିତ୍ୱ ତୁଲାଉଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.