Home ଓଡ଼ିଶା ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ୧୬ ପ୍ରବାସୀ ଶ୍ରମିକ ମୃତ, ୬୬ ଆହତ

ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ୧୬ ପ୍ରବାସୀ ଶ୍ରମିକ ମୃତ, ୬୬ ଆହତ

178

ଭୁବନେଶ୍ୱର: ଲକ୍ ଡାଉନ୍ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି। ଏହିପରି ନିଜ ନିଜ ରାଜ୍ୟ ତଥା ଗାଁ’କୁ ଫେରୁଥିବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ଆହତ ହୋଇଛନ୍ତି।

ମଧ୍ୟପ୍ରଦେଶର ଗୁନାଠାରେ ଏକ ଟ୍ରକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତ ଶ୍ରମିକ ମହାରାଷ୍ଟ୍ରରୁ ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଯାଉଥିଲେ।

ସେହିପରି ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ମଧ୍ୟ ଏହିପରି ଘଟଣା ଘଟିଛି। ମୁଜାଫରନଗର- ସାହାରନପୁର ରାଜ୍ୟ ରାଜପଥ- ୫୯ରେ ଥିବା ଗାଲୁଲି ଚେକପୋଷ୍ଟ ଏବଂ ରୋହାନା ଟୋଲ ପ୍ଲାଜା ନିକଟରେ ପାଦରେ ଚାଲିଚାଲି ଯାଉଥିବା ପ୍ରବାସୀ ଶ୍ରମିକ ମାନଙ୍କ ଉପରେ ଏକ ରୋଡୱେ ବସ୍ ଚଢ଼ି ଯାଇଥିଲା। ଏଥିରେ ୬ ଜଣ ଶ୍ରମିକ ଘଟଣା ସ୍ଥଳରେ ପ୍ରାଣ ହରାଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଜଣ ଆହତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସମସ୍ତ ଶ୍ରମିକ ପଞ୍ଜାବରୁ ପାଦରେ ଫେରୁଥିଲେ। ମୃତ ତଥା ଆହତ ଶ୍ରମିକମାନେ ବିହାର ପ୍ରଦେଶର ଗୋପାଳଗଞ୍ଜ ଜିଲ୍ଲାର ବୋଲି କୁହାଯାଉଛି।

ଗୁରୁବାର ସକାଳେ ବିହାରର ସମସ୍ତିପୁରର ଶଙ୍କର ଛକ ନିକଟରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବସ୍ ମୁଜାଫରପୁରରୁ କଟିହାରକୁ ଯାଉଥିଲା ଏବଂ ଏଥିରେ ୩୨ ଜଣ ପ୍ରବାସୀ ଶ୍ରମିକ ଥିଲେ। ସେହିପରି ମହାରାଷ୍ଟ୍ର ନାସିକରୁ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନେଇ ଆସୁଥିବା ଏକ ବସ୍ ମଧ୍ୟ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି। /- ଦେବଦତ୍ତ ରଥ

ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର – ହଁ ରେ ହଁ ମାର, ନହେଲେ ତଡ଼ା ଖାଅ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.