Home ଅପରାଧ ସ୍ୱାମୀ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ କୋଦାଳରେ ହାଣିଲେ ୩ ଭାଇ, ସ୍ୱାମୀ ମୃତ୍ୟୁ ସ୍ତ୍ରୀ ଗୁରୁତର

ସ୍ୱାମୀ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ କୋଦାଳରେ ହାଣିଲେ ୩ ଭାଇ, ସ୍ୱାମୀ ମୃତ୍ୟୁ ସ୍ତ୍ରୀ ଗୁରୁତର

511

ମୟୂରଭଞ୍ଜ, ତା ୧୪ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା ରରୁଆଁଥାନା ଅନ୍ତର୍ଗତ କାଶିଆ ଗ୍ରାମରେ ଅଘଟଣ । କୌଣସି କାରଣକୁ ନେଇ ଗ୍ରାମର ତିନି ଭାଇ କରୁଣାକର ନାଏକ(ଠେଲୁ), ଶ୍ରୀକାନ୍ତ ନାଏକ(ଜେଣ୍ଡ), ମିଶ୍ର ନାଏକ(କଲୁ) ମିଶି ଗ୍ରାମର ଅନାମ ନାଏକ ନାମକ ଯୁବକ ଓ ତାଙ୍କ ସ୍ତ୍ରୀ ବିଟି ନାଏକଙ୍କୁ ଗ୍ରାମ ଦାଣ୍ତରେ ଗୋଡ଼ାଇ ଗୋଡ଼ାଇ ଏକ କୋଦାଳରେ ହାଣିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଅନାମ ନାଏକଙ୍କ ସ୍ୱଚନୀୟ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ସମାନ୍ୟ କାଠ କଟାକୁ ନେଇ ଏହି ଗଣ୍ଡଗୋଳ ଓ ହତ୍ୟାକାଣ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାର ମୁଖ୍ୟ ଆସାମୀ କରୁଣାକର ନାଏକ ଏବଂ ତାଙ୍କ ଦୁଇ ସହଯୋଗୀ ଭାଇ ସିଙ୍ଗଡ଼ା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି । ଏଥିସହ ବର୍ତ୍ତମାନ ରରୁଆଁ ଥାନା ଅଧିକାରିଣୀ ଦିବ୍ୟକାନ୍ତି ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.