Home ଓଡ଼ିଶା ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର – ହଁ...

ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର – ହଁ ରେ ହଁ ମାର, ନହେଲେ ତଡ଼ା ଖାଅ

587

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ରହିବାର ଅଛି ତ’ ହଁ’ ରେ ହଁ’ ମାରିବାକୁ ପଡ଼ିବ। କୌଣସି ପ୍ରଶ୍ନ ପଚାରି ପାରିବନି, କି କିଛି ମତାମତ ଦେଇ ପାରିବନି। ଆଉ କୌଣସି ଆରୋପ ଲଗାଇଲେ (ଅଭିଯୋଗ କଲେ) ତଡ଼ା ଖାଇବ। ଏହା ହେଲା ଓଡ଼ିଶା ବିଜେପିର ଦଳୀୟ ଶୃଙ୍ଖଳା। ଦଳ ପ୍ରତି ଆପଣଙ୍କର କେତେ ଅବଦାନ ରହିଛି କିମ୍ବା ଆନୁଗତ୍ୟ ରହିଛି ତା’ର କୌଣସି ମୂଲ୍ୟ ନାହିଁ। ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ରହିବା ଦରକାର। ଦଳପତି ଏଠି ସଭାପତି ନୁହଁ, ଦଳପତି ହେଲେ ଧର୍ମେନ୍ଦ୍ର ପ୍ରଧାନ। ସଭାପତିଙ୍କ ଠାରୁ ଆରମ୍ଭ କରି ସମସ୍ତ ପଦାଧିକାରୀ, ନେତାନେତ୍ରୀ ତାଙ୍କର ଗୁଣଗାନ, ଚାଟୁକାରୀ ବା ଚାପୁଲୁସି କରିବାକୁ ପଡ଼ିବ। ଆଉ, ଏହି ପଦାଧିକାରୀ ଏବଂ ନେତାନେତ୍ରୀଙ୍କର ଗୁଣଗାନ, ଚାଟୁକାରୀ ବା ଚାପୁଲୁସି ତୃଣମୂଳ ସ୍ତରର କାର୍ଯ୍ୟ କର୍ତ୍ତାମାନେ କରିବାକୁ ପଡ଼ିବ। ନ’ହେଲେ ଦଳରେ ଅବହେଳିତ ହେବ କିମ୍ବା ତଡ଼ା ଖାଇବ। ସୋସିଆଲ୍ ମିଡିଆରେ ମଧ୍ୟ ଗୁଣଗାନ, ଚାଟୁକାରୀ କରିବାକୁ ପଡ଼ିବ। ପ୍ରଶ୍ନ ଉଠାଇଲେ, ବ୍ଲକ୍ କରି ଦିଆଯିବ। ଦଳୀୟ ଶୃଙ୍ଖଳା ନାମରେ ତୁମର ପ୍ରତିବାଦର ସ୍ୱରକୁ ଦମନ କରି ଦିଆଯିବ।

ଏହା ତ’ ଓଡ଼ିଶା ବିଜେପିରେ ଚାଲିଆସିଛି। ଦଳ ପ୍ରତି ଆପଣଙ୍କର ଯେତେ ଆନୁଗତ୍ୟ ଥାଉ ତାହାର କୌଣସି ମୂଲ୍ୟ ନାହିଁ, ଧର୍ମେନ୍ଦ୍ରଙ୍କ ପ୍ରତି ଆନୁଗତ୍ୟ ରହିବା ଜରୁରୀ। ବିଜେପିର ଗୁଣଗାନ ନକରି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣଗାନ କରିବା ଜରୁରୀ। ଓଡ଼ିଶା ପ୍ରତି ମୋଦୀଙ୍କର କୌଣସି ବଦନ୍ୟତାରେ ଟାଣିଓଟାରି ପ୍ରଧାନଙ୍କ ନାଁ ପୂରେଇବାର ଅଛି। ଏଠି ବିଜେପି, ମୋଦି ଆଉ ସଂଘକୁ ଗାଳି କରି ପ୍ରଧାନଙ୍କ ଖୋସାମତି କଲେ ଫୁଲତୋଡ଼ା ଦେଇ ସ୍ୱାଗତ ହେବ। କିନ୍ତୁ, ପ୍ରଧାନଙ୍କ ଖୋସାମତି ନ’କରି ବିଜେପି, ମୋଦି ଆଉ ସଂଘ ପ୍ରତି ଯେତେ ନିଷ୍ଠା ଥିଲେ ମଧ୍ୟ ସୁବାସଙ୍କ ପରି ବିତାଡ଼ିତ ହେବ।

ଏସବୁ ତ’ ଓଡ଼ିଶା ବିଜେପିରେ ଚାଲି ଆସିଛି। ଏବେ ଏପରି ଏକ ଉଦାହରଣ ପୁଣି ଦେଖିବାକୁ ମିଳିଛି। ରଣପୁର ବିଜେପି ନାମକ ଫେସବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ ଆସିଲା, ଯେଉଁଥିରେ ଲେଖାଥିଲା, “ଗତକାଲି ରାଜ୍ୟ ସଭାପତି ସମୀର ଭାଇ (ମହାନ୍ତି) ନୟାଗଡ଼ର ବିଜେପି ନେତୃତ୍ବଙ୍କ ସହ କଥା ହୋଇଛନ୍ତି। ତା ସହିତ କିଛି ସୋସିଆଲ୍ ମିଡ଼ିଆରେ କିଛି ଆଇଡିକୁ ଚିହ୍ନଟ କରାଯାଇଛି ଯାହା ରାଜ୍ୟ ନେତୃତ୍ବଙ୍କ ସହ ଅପାଙ୍କୁ ମଧ୍ୟ ବିଭିନ୍ନ ଆରୋପ ମୂଳକ କମେଣ୍ଟ ଦେବାକୁ ପଛାନ୍ତି ନାହିଁ। ତେଣୁ ଆଉ କିଛି ଦିନ ମଧ୍ୟରେ ଆମେ କିଛି ଫେସବୁକ ଆଇଡି ଦେବୁ ଓ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ ସେହି ଫେକ୍ ଆଇଡିକୁ ବ୍ଲକ କରିବା ,ବିଜେପକୁ ମଜବୁତ୍ କରିବା, ଅପା।” (ଅପା ମାନେ ସୁରମା ପାଢ଼ୀ)

ଏହା ଉପରେ ମତାମତ ଦେଇ ମହନ୍ତ ସୁବାସ ମହାରାଜ ଲେଖିଲେ, “ମେଣ୍ଢା ନିର୍ବାଳ ହେବା ପ୍ରାୟେ, ପୁଣି ଧୁଆ ଚାଲିଛି। ଗଠନମୂଳକ ଚିନ୍ତାଧାରାକୁ ଆସ, ଆଉ ପ୍ରତିଶୋଧ ପରାୟଣ ହୋଇ ବିଧ୍ବସ୍ତ ମୁଳକ କାର୍ଯ୍ୟର ଆଶ୍ରୟ ନିଅନି।”

ରଣପୁର ବିଜେପି ଏହାର ଉତ୍ତର ଦେଇ ଲେଖିଲା, “ମହନ୍ତ ସୁବାସ ମହାରାଜ ସେହି ଫେସବୁକରେ ବୋଧହୁଏ ତୁମ ନାମ ପ୍ରଥମେ ଥିବ।”

ଏହା ଉପରେ ବିପିନ ମହାପାତ୍ର ଲେଖିଲେ, “ମହନ୍ତଙ୍କର ତ ଫେକ୍ ଆଇଡି ନୁହେଁ। ୨୦୧୪ ସଦସ୍ୟ ସଂଗ୍ରହ ଅଭିଯାନରେ ଖରାତରାରେ ବୁଲିବୁଲି ମୋବାଇଲରେ ସଦସ୍ୟ ସଂଗ୍ରହ କରିବାର ପୁରସ୍କାରଟା ଏବେ ମିଳିବ ବୋଧହୁଏ।”

ଏହାର ଉତ୍ତର ଦେଇ ରଣପୁର ବିଜେପି ଲେଖିଲା, “ଫେକ୍ କଥା ନୁହଁ, କିନ୍ତୁ ଆରୋପମୂଳକ କମେଣ୍ଟ ଦେବାରେ ସିଦ୍ଧହସ୍ତ। ଯଦି କିଛି ଭୁଲ୍ ହୋଇଛି ତେବେ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ କିଛି ଅସୁବିଧା ନାହିଁ। ତେଣୁ ପାର୍ଟି ସହିତ ମିଶି କାମ କରନ୍ତୁ, ବିରୋଧରେ ନୁହେଁ।”

ଏହାପରେ ମହନ୍ତ ସୁବାସ ମହାରାଜ ଲେଖିଲେ, “ଆମେ ପାର୍ଟି ସହିତ ଅଛୁ ଏବଂ ରହିବୁ। ଆପଣଙ୍କର ଦୟାରେ ନୂହେ କି କିଛି ପାଇବା ଆଶାରେ ନୁହେଁ। ଆପଣଙ୍କ ପରି କିନ୍ତୁ ପାର୍ଟିରୁ ଅମଳ କମିଗଲେ କିମ୍ବା କିଛି ସ୍ବାର୍ଥ ହାନି ହେଲେ ୨୦୧୪ରେ ବିଜେଡ଼ିରୁ ପୁରୀ ଲୋକସଭା ଟିକେଟ୍ ନିଜ ପାଇଁ ଓ ରଣପୁର ବିଧାନସଭା ଟିକେଟ୍ ବାବୁଙ୍କ ପାଇଁ, ବିଜେଡିରେ ମିଶିବା ପାଇଁ ମୁଲଚାଲ କରିବୁନି।”

ଏହା ଉପରେ ନିରଞ୍ଜନ ଦଳେଇ ନାମକ ଜଣେ ୟୁଜର ଲେଖିଲେ, “କାଟିକୁଟି କି ଛୋଟ ପରିବାର ସୁଖୀ ପରିବାର କରିଦିଅ। ତୁମ ପରି କାଢୁଆ ସବୁ କେତେବେଳେ ପାର୍ଟି ଅଫିସର ସାଇନ୍ ବୋର୍ଡ ବିକି ଭାଙ୍ଗି ଖାଇଦେବ। ପାର୍ଟିକୁ ସାଇନ୍ ବୋର୍ଡ ପାର୍ଟି କହିବାକୁ ବିରୋଧୀ ମାନଙ୍କୁ ମଧ୍ୟ ସୁଯୋଗ ଦେବ ନାହିଁ।”

ବିଜେଡିରେ ସମସ୍ତଙ୍କୁ ଛାମୁଙ୍କ (ନବୀନ ପଟ୍ଟନାୟକ) ଚାଟୁକାର, ବଚସ୍କର କହି ଗାଳି କରୁଥିବା କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ, ନିଜ ଦଳରେ କାର୍ଯ୍ୟକର୍ତ୍ତା ମାନଙ୍କୁ କିପରି ଦୃଷ୍ଟିରେ ଦେଖାଯାଏ ଏବଂ କିପରି ବ୍ୟବହାର ଦେଖାଯାଏ, ବିଚାର କରନ୍ତୁ। /-ଦେବଦତ୍ତ ରଥ

ଜାଣନ୍ତି କି, ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.