Home Top News ଦିଲ୍ଲୀ: ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣ, ଘଟଣାସ୍ଥଳରେ ପୋଲିସର ସ୍ୱତନ୍ତ୍ର ସେଲ୍…

ଦିଲ୍ଲୀ: ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣ, ଘଟଣାସ୍ଥଳରେ ପୋଲିସର ସ୍ୱତନ୍ତ୍ର ସେଲ୍…

73

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) ଦିଲ୍ଲୀର ଅବଦୁଲ କଲାମ ରୋଡରେ ଥିବା ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି, ଏହା ପରେ ପୋଲିସର ସ୍ୱତନ୍ତ୍ର ସେଲ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି। ଖବର ଅନୁଯାୟୀ, ବିସ୍ପୋରଣ ଦ୍ୱାରା କିଛି ଗାଡିର କାଚ ଭାଙ୍ଗି ଯାଇଛି ଓ ପୋଲିସ ପୁରା ଅଞ୍ଚଳକୁ ଖାଲି କରି ଚେକ କରୁଛି।

ଏହି ବିସ୍ଫୋରଣରେ ତିନୋଟି ଯାନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି। ଅଗ୍ନିଶମ ବାହିନୀ କହିଛି ଯେ ବିସ୍ଫୋରଣ ସମ୍ପର୍କରେ ସେମାନଙ୍କୁ ଏକ କଲ ଆସିଛି। ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟ ସମୟରେ ତାଙ୍କୁ ଏହି ବିସ୍ଫୋରଣ ସମ୍ପର୍କରେ ଏକ ସୂଚନା ମିଳିଥିଲା। ଏଥିରେ କେହି ଆହତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.