ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମ କ୍ରମେ ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକ ଆଇନ ମହାବିଦ୍ୟାଳୟ, କୋରକୋରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଲ୍?ସା (ମାନବ ଚାଲାଣ ଏବଂ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତମାନଙ୍କ ପାଇଁ) ଯୋଜନା, ୨୦୧୫ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବପୁଣ୍ୟଶ୍ଲୋକ ରଥ, ବରିଷ୍ଠ ଓକିଲ ଗଦାଧର ବଳ, ପ୍ୟାନେଲ୍ ଓକିଲ ତାପସ କୁମାର ମହାନ୍ତି, ଓକିଲ ମନୋରଞ୍ଜନ ଦାସ, ବହ୍ନିଶିଖା ବିଶ୍ୱାଳ, ଶିଶୁ କଲ୍ୟାଣ କମିଟି, ଭଦ୍ରକର ସଦସ୍ୟ ଲଲିତ ସାହୁ, ଭଦ୍ରକ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ରାୟ, ଅଧ୍ୟାପକ ପ୍ରିୟଦର୍ଶୀ ରାୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୀଡ଼ିତ କ୍ଷତିପୂରଣ ଦାବି କରିବା ଏବଂ ସରକାରୀ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକ ଆଇନ ମହାବିଦ୍ୟାଳୟ, କୋରକୋରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ







