Home ଜିଲ୍ଲା ପରିକ୍ରମା ବହୁ ଚର୍ଚିତ ଚରମ୍ପା ନିକଟସ୍ଥ ଥୋରଦା ଗ୍ରାମର ମିନତୀ ମିଶ୍ର ଧର୍ଷଣ, ହତ୍ୟା ମାମଲାର ଅପରାଧୀମାନେ...

ବହୁ ଚର୍ଚିତ ଚରମ୍ପା ନିକଟସ୍ଥ ଥୋରଦା ଗ୍ରାମର ମିନତୀ ମିଶ୍ର ଧର୍ଷଣ, ହତ୍ୟା ମାମଲାର ଅପରାଧୀମାନେ ନିର୍ଦ୍ଦୋଷର ଖଲାସ

3

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୮ ମସିହାରେ ଚରମ୍ପା ନିକଟସ୍ଥ ଥୋରଦା ଗ୍ରାମର ମସ୍ତିଷ୍କ ବିକୃତ ମହିଳା ମିନତୀ ମିଶ୍ର ଧର୍ଷଣ, ହତ୍ୟା ମାମଲାର ଅପରାଧୀମାନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷର ଖଲାସ କରିଛନ୍ତି, ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଭାତ କୁମାର ରାଜଗୁରୁ।ବିବାରିଣୀ ଅନୁଯାୟୀ ଥୋରଦା ଗ୍ରାମର ବସନ୍ତ ମିଶ୍ରଙ୍କ ପତ୍ନୀ ମିନତୀ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଥାଇ ଘର ଲୋକମାନଙ୍କ ଅଗୋଚରରେ ରାତିରେ ଘରୁ ବାହାରକୁ ପଳାଇ ଯାଇଥାନ୍ତି, ପରେ ତାଙ୍କୁ ଘର ଲୋକ ଖୋଜି ଘରକୁ ଆଣିଥାନ୍ତି। ମାତ୍ର ଗତ ୨୦୧୮ ମସିହା ମାର୍ଚ୍ଚ ମାସ ୩୦ ତାରିଖ ସେ ରାତିରେ ବାହାରକୁ ଯାଇ ଫେରି ନ ଥିଲା। ପରଦିନ ସକାଳେ ତାର ମୃତଦେହ ନିକଟସ୍ଥ ସାବିତ୍ରୀ ପୃଷ୍ଠି ବିଲରୁ ମିଳିଥିଲା। ପରେ ସେହି ଗ୍ରାମର କଟି ବେହେରାଙ୍କ ପୁଅ କେଦାର ବେହେରା ରାତିରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୯ ଟା ଦୁଇଜଣ ଲୋକ ଜଣେ ମହିଳାଙ୍କୁ ରାସ୍ତା ଉପରେ ଟଣା ଘୋଷଣା କରୁଥିବାର ଦେଖିଥିଲା। ମିନତୀଙ୍କୁ ରସିରେ ଶ୍ୱାସ ରୁଦ୍ଧ କରି ହତ୍ୟା କରିଥିବାର ସନ୍ଦେହ କରି ତାଙ୍କ ପୁଅ ରଣଜିତ ଭଦ୍ରକ ଗ୍ରାମାଞ୍ଚଳ ଥାନରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୂଳେ ଦଫା – ୩୦୨ରେ ଥାନା କେସ ନଂ-୧୫୬/୧୮ ରୁଜୁ ହୋଇଥିଲା।ପୋଲିସ ତଦନ୍ତ ବେଳେ ସନ୍ଦେହରେ ସେହି ଗାଁର ସୁକୁରା ମୁଣ୍ଡାଙ୍କ ପୁଅ ରବି ମୁଣ୍ଡାକୁ ଥାନାକୁ ଆଣି ପଚାରିବାରୁ ସେ ଓ ତାଙ୍କ ସହଯୋଗୀ ସେହି ଗ୍ରାମର ମଙ୍ଗଳ ଦାସଙ୍କ ପୁଅ, ପ୍ରଭାକାର, ମାୟାଧର ଶତପଥୀଙ୍କ ପୁଅ ଶୁକଦେବ ଓ ଗଣେଷ ଦାସଙ୍କ ପୁଅ ବାସୁଦେବ ମିଶି ପ୍ରଥମେ ମିନତୀକୁ ଧର୍ଷଣ କରିଥିଲେ, ସେ ଚିତ୍କାର କରିବାରୁ ରବି ମୁଣ୍ଡା ତା ଗାମୁଛାରେ ଭିଡି ହତ୍ୟା କରିଥିବାର ଦୋଷ ସ୍ୱୀକାର କରିବା ସହ ଗାମୁଛା ଲୁଚେଇ ରଖିଥିବା ସ୍ଥାନକୁ ପୋଲିସ ସହିତ ଯାଇ କାଢି ହସ୍ତାନ୍ତର କରିଥିଲା। ସମସ୍ତ ଅପରାଧୀ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟି ସେତେବେଳେ ସମଗ୍ର ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା। ସମସ୍ତ ଅଭିଯୁକ୍ତ ମାନେ ଇତି ମଧ୍ୟରେ ଜାମିନରେ ଯାଇଥିବା ବେଳେ ରବି ମୁଣ୍ଡାର ଜାମିନ ନ ହେବାରୁ ସେ ବିଚାରାଧିକ ବନ୍ଦୀ ଭାବରେ ସେହି ଦିନରୁ ଜେଲରେ ଅଟକ ଥିଲା। ସମସ୍ତ ସାକ୍ଷ ପ୍ରମାଣ ଗ୍ରହଣ କରି ମାନ୍ୟବର କୋର୍ଟ ସମସ୍ତ ଅପରାଧୀ ମାନଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ପ୍ରଭାକର ପାଇଁ ଭଦ୍ରକର ବରିଷ୍ଠ ଓକିଲ ଗଦାଧର ବଳ, ଜୟନ୍ତ ଭୋଇ, ଶୁକଦେବ ଓ ବାସୁଦେବ ପାଇଁ ଶରତ ଚନ୍ଦ୍ର ମହାପାତ୍ର ଓ ଧୀରେନ୍ଦ୍ର ରାୟ , ରବି ମୁଣ୍ଡା ପାଇଁ ଦିବ୍ୟସିଂ ନାୟକ ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.