Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ର ପ୍ରତିଷ୍ଠା ପ୍ରସଙ୍ଗ, ଶିଳାନ୍ୟାସର ୪ ମାସ ପରେ ବି ଆର୍ଥିକ...

ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ର ପ୍ରତିଷ୍ଠା ପ୍ରସଙ୍ଗ, ଶିଳାନ୍ୟାସର ୪ ମାସ ପରେ ବି ଆର୍ଥିକ ଅନୁଦାନ ମିଳିନାହିଁ

0

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ଥିକ ଅନୁଦାନ ଦେଖାନାହିଁ। ଚାରି ମାସ ପୂର୍ବରୁ ଭଦ୍ରକ ଜିଲାରେ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭିତିପ୍ରସ୍ଥର ସ୍ଥାପନ କରାଯାଇଥିଲା। କିନ୍ତୁ ଆଜିଯାଏ ଅନୁଦାନ ମିଳିନଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ। ଏନେଇ ବରିଷ୍ଠ ନାଗରିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ ମହାନଦୀ କୋଲଡ ଫିଲଡ ଲିମିଟେଡ୍ ପକ୍ଷରୁ ବାଗୁରାଇ ଡଗମୁଣ୍ଡ (ୱାର୍ଡ ନଂ-୮) ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଗତ ତା ୧୨.୦୭.୨୦୨୬ ରିଖରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ଭୂମିପୂଜନ ଓ ଶିଳାନ୍ୟାସ କରାଯାଇଥିଲା। ଏହି ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ, ପୂର୍ବତନ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସଂପୃକ୍ତ ସ୍ଥାନରେ ଫଳକ ଏବେବି ରହିଛି। ଏଥିପାଇଁ ତତ୍‌କାଳୀନ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ବ୍ଲକ୍ ପ୍ରଶାସନ ଦ୍ୱାରା ୫୦ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇ ଗତ ତା ୧୪.୧୦.୨୬ ରିଖରେ ଜିଲାପାଳଙ୍କ ସ୍ୱାକ୍ଷରରେ ଜେନେରାଲ ମେନେଜର, ଏମସିଏଲ୍‌, ବୁର୍ଲାଙ୍କୁ ପଠାଯାଇଥିଲା। ଏହି ପ୍ରକଳ୍ପ ରିପୋର୍ଟରେ ଗ୍ରାଉଣ୍ଡ ଫ୍ଲୋର ନିର୍ମାଣ ବାବଦରେ ୨୨ ଲକ୍ଷ ୪୨ ହଜାର ୯୨୬ ଟଙ୍କା, ଫ୍ଲାଷ୍ଟ ଫ୍ଲୋର ବାବଦରେ ୧୬ ଲକ୍ଷ ୩୩ ହଜାର ୮୪୬ ଟଙ୍କା, ହେଡ୍ ରୁମ୍ ବାବଦରେ ୧ ଲକ୍ଷ ୫ ହଜାର ୫୩୯ ଟଙ୍କା, ମୋଟ ୩୯ ଲକ୍ଷ ୮୨ ହଜାର ୩୧୨ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଅବଶିଷ୍ଟ ଅର୍ଥ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟୟ କରାଯିବାର ବ୍ୟବସ୍ଥା ରହିଛି। ତେବେ ଜିଲାପାଳ ୫୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦେବାପାଇଁ ମହାନଦୀ କୋଲ ଫିଲଡ୍ ଲିମିଟେଡର ଜେନେରାଲ ମେନେଜରଙ୍କୁ ଲେଖିଥିଲେ ମଧ୍ୟ ଆଜିଯାଏ ଆର୍ଥିକ ଅନୁଦାନ ମିଳିନଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି। ଏନେଇ ଆଜି ଜିଲ୍ଲା ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଙ୍କ ସହ କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ ଓ ଉପଦେଷ୍ଟା ସୁଧାକର ରାଉତ, ଲକ୍ଷ୍ମଣ କୁମାର ମହାନ୍ତି ପ୍ରମୁଖ ଜିଲାପାଳ ସୋମୋଶ କୁମାର ଉପାଧ୍ୟାୟଙ୍କୁ ଭେଟି ଆର୍ଥିକ ଅନୁଦାନ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ଜିଲାପାଳ ଶ୍ରୀ ଉପାଧ୍ୟାୟ ବରିଷ୍ଠ ନାଗରିକ ମହାସଂଘର କର୍ମକର୍ତାମାନଙ୍କୁ ଏ ନେଇ ଆଶ୍ୱାସନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.