ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ନଦିଗାଁ ପଂଚାୟତର ଡିହସାହି ଗ୍ରାମର ୭୦ ବର୍ଷୀୟ ମାନସ ରଞ୍ଜନ ବାରିକ। ବୁଧବାର ଦିନ କୋଚିଳା ନଦୀକୁ ଗାଧେଇବାକୁ ଯାଇ ବୁଡି ଯାଇ ନିଖୋଜ ଥିଲେ ଗୁରୁବାର ତାଙ୍କ ମୃତଦେହ କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ମାନସ ନିକଟସ୍ତ କୋଚିଳା ନଦୀ ର କୋଚିଳାନାୟକାଣୀ ଘାଟ ରେ ଗାଧୋଇବା ପାଇଁ ଯାଇଥିଲେ ସେଠାରେ ଅଥଳ ପାଣି ରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ। ଆଜି ସକାଳୁ ପାଖ ଗାଁ ତିନିଘରିଆ ନିକଟ କୋଚିଳା ନଦୀରେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଦେଖିବା ପରେ ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ପହଂଚି ନଦୀ ଗର୍ଭରୁ ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ମାନସ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବରରେ ସ୍ଥାନୀୟ ଅଂଚଳ ସମେତ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ଧୁଷୁରୀ ଥାନର ଏଏସଆଇ ବିନୟ ସାମଲ ଘଟଣା ସ୍ଥଳ ରେ ପହଂଚି ଶବ ଜବତ କରି ଏକ ଅପମୃତ ମାମଲା ୩୬/୨୬ ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ଖବରପାଇ ଧାମନଗର ପଂଚାୟତ ସମିତର ପୂର୍ବତନ ଅଧକ୍ଷ ଅଶୋକ ନାୟକ ଶୋକ ସନ୍ତପ୍ତ ପରିବାରକୁ ଭେଟି ସାମବେଦନା ଜଣାଇଛନ୍ତି।



