Home ଜିଲ୍ଲା ପରିକ୍ରମା ବାତ୍ୟା “ଆକଭାନ” ପାଇଁ ଭଦ୍ରକରେ ୬,୯୧୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବାତ୍ୟା “ଆକଭାନ” ପାଇଁ ଭଦ୍ରକରେ ୬,୯୧୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

1

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା “ଆକଭାନ”କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି । ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ସ୍ଥାନାନ୍ତରଣ ପାଇଁ ଚିହ୍ନଟ ୬୩,୧୩୪ ଲୋକଙ୍କ ମଧ୍ୟରୁ ୬,୯୧୨ଜଣଙ୍କୁ ପ୍ରସ୍ତୁତ ୧୦୬ ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଛି। ୩୮ ଟି ମାଗଣା ରନ୍ଧା ଖାଦ୍ୟ ( ଫ୍ରି କିଚେନ )ର ବନ୍ଦୋବସ୍ତ ହୋଇ ଚାଲୁ ରହିଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଚିହ୍ନଟ ୮୮୪ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୩୦ ନଭେମ୍ବର ସୁଦ୍ଧା ପ୍ରସବ ସମ୍ଭାବ୍ୟ ତାରିଖ ଥିବା ୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୨୮୦ କ୍ୱିଂଟାଲ ଚୁଡା,୩୫ କ୍ୱିଂଟାଲ ଗୁଡ଼, ୧,୩୨,୩୪୫ କ୍ୱିଂଟାଲ ଚାଉଳ,୧,୭୮୨ ପ୍ୟାକେଟ୍ ପଲିଥିନ ମହଜୁଦ ରଖାଯାଇଛି। ୧୦ ଟି ଅଗ୍ନିଶମ ଟିମ୍ ନିୟୋଜନ କରାଯିବା ସହ ବରିଷ୍ଠ ଅଧିକାରୀ ଓ ଡେପୁଟି / ଆସିଷ୍ଟାଂଟ କଲେକ୍ଟର ସମସ୍ତ ବ୍ଲକରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା କେଂଟ୍ରାଲ ରୁମ୍ କାର୍ଯ୍ୟକ୍ଷମ ଜାରି ରହିଛି । ପାଣିପାଗ ସ୍ଥିତିରୁ ଜାହାଜଣାଯାଇଛି ଆଜି ସକାଳ ୮.୩୦ ରୁ ଅପରାହ୍ନ ୩.୩୦ ସୁଦ୍ଧା ମୋଟ ୮୫ ମି.ମି.ବର୍ଷା ହୋଇଛି। ଯାହା ହାରାହାରି ୧୨.୧୪ ମି.ମି. ଅଟେ। ପବନ ସ୍ୱାଭାବିକ ରହିଛି। ଆସନ୍ତାକାଲି ତା ୨୦.୧୧.୨୦୨୬ ଦିନ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ୍‌, ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ – ଗୁଜବକୁ ବିଶ୍ୱାସ ନ କରିବାପାଇଁ ଅନୁରୋଧ କରାଯାଇ ଜରୁରୀ ସହାୟତା ପାଇଁ ଜିଲ୍ଲା କେଂଟ୍ରାଲ ରୁମ୍ ନମ୍ବର ୦୬୭୮୪-୨୫୧୮୮୧ ରେ ଯୋଗାଯୋଗ ରଖିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.