Home ଜିଲ୍ଲା ପରିକ୍ରମା ଭାରତକୁ ଜାନୋ ପ୍ରତିଯୋଗିତା

ଭାରତକୁ ଜାନୋ ପ୍ରତିଯୋଗିତା

1

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ପକ୍ଷରୁ ଭାରତକୁ ଜାନୋ ସାଧାରଣ ଜ୍ଞାନ ପ୍ରତିଯୋଗିତା ଚରମ୍ପାସ୍ଥିତ ଅବନ୍ତିକା ଆଇଟିଆଇରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦଶ ଗୋଟି ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବିଭାଗରେ ୫୦ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାକୁ ଡାକ୍ତର ବସନ୍ତ କୁମାର ଦିକ୍ଷୀତ,ମମତା ପୃଷ୍ଟି ଏବଂ ସୁବାଷ ସାହୁ ପରିଚାଳନା କରିଥିବା ବେଳେ ଶ୍ରେୟସ ପଣ୍ଡା, ପରୱଲ ପ୍ରିତମ ନାୟକ, ମହାବୀର ନାୟକ, ଭୂପେଶ ପଣ୍ଡା ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏନେଇ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଇଂ. ବସନ୍ତ ପାଣିଗ୍ରାହୀ,ଭାରତ ବିକାଶ ପରିଷଦ ଭଦ୍ରକ ଶାଖାର ଅଧ୍ୟକ୍ଷ ଡାକ୍ତର ଦୁର୍ଗା ଶଙ୍କର ଦାସ, ସଚିବ ପ୍ରଦୀପ ପୁହାଣ, ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ରବିନାରାୟଣ ରାଉତ, ପୁରୁଷୋତମ ମହାନ୍ତି, ଅବନ୍ତିକା ଆଇଟିଆଇର ପରିଚାଳନା ନିର୍ଦ୍ଦେଶିକା ଅବନ୍ତି ମଲ୍ଲିକ,ଅଧ୍ୟକ୍ଷା ଅରୁନ୍ଧତି ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶ ଏବଂ ବିଚାରକୁ ଅନୁକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅକ୍ଷୟ ମହାନ୍ତି, ଦେବବ୍ରତ ଭାରତୀ, ଶ୍ରୀତମ ଲେଙ୍କା, ସୁବାଶୀନି ପୃଷ୍ଟି, ପ୍ରଦୀପ ପାତ୍ର, ସୁଚରିତା ଦାସ, ମନୋଜ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.