Home ଜିଲ୍ଲା ପରିକ୍ରମା ଲୋକୋ ପାଇଲଟଙ୍କ ରେଳବାଇ କ୍ୱାର୍ଟରରୁ ଲୁଟ୍

ଲୋକୋ ପାଇଲଟଙ୍କ ରେଳବାଇ କ୍ୱାର୍ଟରରୁ ଲୁଟ୍

4

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେଳବାଇ କଲୋନୀରୁ ଲୁଟ । ଜଗନ୍ନାଥ ଦର୍ଶନ ପାଇଁ ପରିବାର ସହ ଯାଇଥିବାବେଳେ ଲୋକୋ ପାଇଲଟଙ୍କ କ୍ୱାର୍ଟର ଭାଙ୍ଗି ଲୁଟିନେଲେ ନଗଦ ଟଙ୍କା ଏବଂ ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା । ଇମିଟେଶନ ଗହଣା ଓ ଖୁଚୁରା ଟଙ୍କା ଛାଡି ଯାଇଛନ୍ତି ଲୁଟେରା। ସୂଚନା ଅନୁଯାୟୀ ଭଦ୍ରକ ଜିଆରପି ଥାନା ଅଧୀନ ଭଦ୍ରକ ରେଳ ଷ୍ଟେସନ ନିକଟ ରେଳବାଇ କଲୋନୀରୁ ଲୁଟ ହୋଇଛି । ଇଷ୍ଟ କୋଷ୍ଟ ରେଲୱେର ଲୋକୋ ପାଇଲଟ ଉମାକାନ୍ତ ସିଂ ନିଜ ପରିବାର ସହ ପୁରୀ ଯାଇଥିଲେ । ଜଗନ୍ନାଥ ଦର୍ଶନ ସାରି ଫେରିବା ପରେ ସରକାରୀ କ୍ୱାର୍ଟରର ଗେଟ୍ ଭଙ୍ଗା ଥିବା ଦେଖିଥିଲେ । ଘରେ ଥିବା ଦୁଇଟି ଗଡରେଜ ସହ ଆଟାଚି ଭାଙ୍ଗି ଝିଅ ବାହାଘର ପାଇଁ ରଖିଥିବା ୧୫ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟ୍ ହୋଇଛି । ଲୁଟେରାମାନେ ଇମୀଟେଶନ ଗହଣା ଓ କୁମ୍ପିରେ ଥିବା ଖୁଚୁରା ଟଙ୍କା ଛାଡି ପଳାଇଥିଲେ । ରେଳବାଇ କଲୋନୀର ଅନ୍ୟ ଏକ କ୍ୱାର୍ଟରରୁ ଲୁଟ ପରେ ଆଣିଥିବା ଶାବଳରେ ଏହି କ୍ୱାର୍ଟରର ଗେଟ୍ ଭାଙ୍ଗିଥିଲେ ଲୁଟେରା । ଉକ୍ତ ଘଟଣାକୁ ଭଦ୍ରକ ଜିଆରପୀ ପୋଲିସ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.