Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ମାଟିବନ୍ଧ ୩ଶହ ଫୁଟ ଲମ୍ବର ୩ଫୁଟ ତଳକୁ ଧସିଲା, ନିମ୍ନମାନର କାମ ଯୋଗୁଁ...

ବୈତରଣୀ ନଦୀର ମାଟିବନ୍ଧ ୩ଶହ ଫୁଟ ଲମ୍ବର ୩ଫୁଟ ତଳକୁ ଧସିଲା, ନିମ୍ନମାନର କାମ ଯୋଗୁଁ ୧୦କୋଟି ଟଙ୍କା ପାଣିରେ ପଡିବ

2

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ମାଟି ବନ୍ଧରେ ଗତ ଶନିବାର ବିରାଟକାୟ ପ୍ରାୟ ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ ୩ଫୁଟ ନଦୀ ଆଡ଼କୁ ଧସିବାରେ ଲାଗିଥିଲା। ହେଲେ ରବିବାର ସେହି ସ୍ଥାନରେ ପୁଣି ବଡବଡ ଫାଟ ସୃଷ୍ଟି ହେବା ସହିତ ନଦୀ ଆଡ଼କୁ ୫ଫୁଟ ତଳକୁ ଧସିଯାଇଛି। ଏପରି ନଦୀବନ୍ଧ ବାରମ୍ବାର ଧସୁଥିବାରୁ ଭୟଭିତ ହୋଇପଡିଛନ୍ତି ନଦୀକୂଳରେ ବସବାସ କରୁଥିବା ପରିବାର। ତାହାସହ ଯଦି ଏହି ନଦୀବନ୍ଧ ସମ୍ପୁର୍ଣ୍ଣ ଧସିଯାଏ ତାହାଲେ ସୁନ୍ଦରପୁର ଗାଁ ସହ ୪ଟି ପଂଚାୟତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଂଚଳର ୨୪ଟି ଗାଁର ଲୋକଙ୍କର ବହୁ କ୍ଷତି ଘଟିବ। ଏପରିକି ଗତ ୨ ବର୍ଷ ମଧ୍ୟରେ ନଦୀବନ୍ଧ ସୁଦୃକରଣ ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାଟି ପ୍ୟାକିଙ୍ଗ କରାଯାଇଥିଲା। ହେଲେ ଯାହାକିଛି କାମ ହୋଇଥିଲା ତାହା ଠିକ ଭାବେ କାର୍ଯ୍ୟ ହୋଇନଥିବାରୁ ଆଜି ଏପରି ସମସ୍ୟା ଦେଖାଦେଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ଏପରିକି ନଦୀବନ୍ଧର ଯଦି ସ୍ଥାୟୀ ମରାମତି କରାନଯାଏ ତାହାଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି। ଏପରି ସମସ୍ୟା ବାବଦରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଲ ପ୍ରସାଦ ବେହେରାଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଦୃବଳ ନଦୀବନ୍ଧ ଉପରେ ନଜର ରଖାଯାଇଛି। ଖୁବଶିଘ୍ର ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଅନ୍ୟପଟେ ଆଗକୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ସହ ସମୁଦ୍ର ଜୁଆର ନଦୀରେ ପ୍ରବାହିତ ହେବ। ଯଦି ନଦୀବନ୍ଧର ମରାମତି କରାନଯାଏ ତାହାଲେ ବର୍ଷା ଓ ଜୁଆର ପାଣିରେ ନଦୀବନ୍ଧ ଅତ୍ୟଧିକ କ୍ଷତିଗ୍ରସ୍ତ ହେବ ବୋଲି ଗାଁର ପୁରୁଖା ଲୋକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.