
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀ ପୀଠରେ ଏଥରକ ମହାଯଜ୍ଞର ରୌପ୍ୟଜୟନ୍ତୀ ପାଳନ କରାଯିବ। ଏଥିଲାଗି ବେଶ କିଛିଦିନ ହେବ ଚାଲିଥିବା ପ୍ରସ୍ତୁତି ପର୍ବ ଚୂଡାନ୍ତ ହୋଇଛି। ଆଜି ପୀଠରେ ମାର୍ଗଦର୍ଶକ ମଣ୍ଡଳୀର ବୈଠକ ଆୟୋଜନ କରାଯିବା ସହ ଚୂଡାନ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି। ତେବେ ପୀଠରେ ଚଳିତ ବର୍ଷ ମହାଯଜ୍ଞର ରୌପ୍ୟ ଜୟନ୍ତୀ ( ୨୫ ବର୍ଷ ପୂର୍ତି) ନଭେମ୍ବର ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ପାଳନ କରାଯିବ ବୋଲି କମିଟି ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହାଯଜ୍ଞର ପ୍ରଥମ ଦିନରେ ମାନସିକଧାରୀ ଭକ୍ତ ମାନେଙ୍କ ଦ୍ୱାରା ମହାକୁମ୍ଭ ଶୋଭାଯାତ୍ରା ଅନୁଷ୍ଠିତ ହେବ । ମହାଯଜ୍ଞର ତୃତୀୟ ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ମାର୍ଗ ଦର୍ଶନରେ କାଶୀ, ବୃନ୍ଦାବନ, ଅଯୋଦ୍ଧା ପଣ୍ଡିତ ଙ୍କ ଦ୍ୱାରା ଧାର୍ମିକ ପୀଠର ସାଧୁ, ସନ୍ଥ ଓ ମହନ୍ତଙ୍କ ଦ୍ୱାରା ଆରତୀ କରାଯିବ । ପୀଠ ରେ ଶିବ ରତ୍ନ ମଣି ସ୍ଥାପନ କରାଯିବ ଭକ୍ତ ମାନେ ଶିବ ଙ୍କୁ ଦର୍ଶନ କରି ଶିବା ଯିଏ ମା ଭଦ୍ରକାଳୀ ତାଙ୍କୁ ଦର୍ଶନ କଲେ ଭକ୍ତ ର ମଙ୍ଗଳ ହେବ। ଆହୁରି ମଧ୍ୟ ନାରାୟଣ ଙ୍କ ପ୍ରିତର୍ଥେ ଇଣ୍ଡୋନେସିଆ ର ଦୁର୍ଲଭ ଗୋମତୀ ଚକ୍ର ପୀଠ ରେ ସ୍ଥାପନ ହେବ ଯାହା ଭକ୍ତ ମାନେ ସାତ ଦିନ ଧରି ଦର୍ଶନ ପାଇବେ। ଗଗନ ଗୁରୁଜୀ ଙ୍କ ମାର୍ଗ ଦର୍ଶନ ରେ ଯଜ୍ଞ କମିଟି ଦ୍ୱାରା ଦିବ୍ୟ ମହକୁମ୍ଭ ଶୋଭାଯାତ୍ରା କରାଯାଇଛି। ମାନସିକ କଳସ ଶୋଭା ଯାତ୍ରା ମନ୍ଦିର ନିକଟକୁ ମାନସିକ ଧାରୀ ଭକ୍ତ ମାନେ ଫେରିବା ପରେ ଭଦ୍ରକାଳୀ ପୀଠ ର ଯଜ୍ଞ ର ବାର୍ତା କୁ ଦୁର ଦୂରାନ୍ତ ଦେଶ ଦେଶ ରେ ପ୍ରଚାର କରିବା ନିମନ୍ତେ ବାର୍ତା ବାହକ ରୁପେ ଶୁଭ ବିହଙ୍ଗ ଦୁଇ ଟି ପ୍ରେରଣ କାରାଯିବ। ଏହା ଅତ୍ୟନ୍ତ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ। ପୀଠରେ ସପ୍ତଦିବସ ବ୍ୟାପି ଭାଗବତ ପାଠ, ପ୍ରବଚନ, ସପ୍ତଶତି ଚଣ୍ଡୀ ପାଠ, ରୁଦ୍ରାଭିଷେକ, ଗୀତାଯଜ୍ଞ ଆୟୋଜନ ସହ ମା’ଙ୍କୁ ସପ୍ତମାତୃକା ବେଶରେ ଭକ୍ତ ଦର୍ଶନ କରି କରିବେ । ପ୍ରତି ସନ୍ଧ୍ୟାରେ ପ୍ରବଚନ, ପାଲା, ଭଜନ ସନ୍ଧ୍ୟା, ଛାତ୍ରୀଛାତ୍ରଙ୍କ ଦ୍ୱାରା ନୃତ୍ୟ ସଂଗୀତ, ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମାର୍ଗଦର୍ଶକ ମଣ୍ଡଳୀ ବୈଠକରେ ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ପ୍ରଦିପ ନାୟକ, ଭାସ୍କର ଚନ୍ଦ୍ର ସାହୁ, ହେମନ୍ତ ପାଢୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ଭଦ୍ରକାଳୀ ପୀଠକୁ ରାସ୍ତା ନିର୍ମାଣ, ମହାଯଜ୍ଞ ଓ ପୂଜା ପରିଚାଳନାରେ ବ୍ୟବସ୍ଥା, ମନ୍ଦିର ସୁରକ୍ଷା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ମତ ରଖୁଥିଲେ । ଅରବିନ୍ଦ ଦୀକ୍ଷିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବାଇଧର ସାହୁ, ଉପଦେଷ୍ଟା ମଣ୍ଡଳୀ ସଭ୍ୟ ସଦାନନ୍ଦ ଦୀକ୍ଷିତ,ସୁଧାକର ରାଉତ,ଦରଧର ଦୀକ୍ଷିତ, ସାମ୍ବାଦିକ ପ୍ରମୋଦ ରାୟ, ଦୁର୍ଗା ଶଙ୍କର ବିଶ୍ୱାଳ,ଜ୍ଞାନ ପ୍ରକାଶ ପାଣି, ମଧୁସୂଦନ ଦୀକ୍ଷିତ, ମନ୍ଦର୍ ଧର ଦୀକ୍ଷିତ, ଅନୁଗ୍ରହ ଦୀକ୍ଷିତ, ପଂଚାନନ ଦୀକ୍ଷିତ ସୁଶାନ୍ତ ପଣ୍ଡା, କୃଷ୍ଣ ପ୍ରସାଦ ଦୀକ୍ଷିତ ଓ ଅନ୍ୟାମାନେ ମତାମତ ରଖିଥିଲେ ।







