Home ଜିଲ୍ଲା ପରିକ୍ରମା ଶେଷ ସ୍ପର୍ଶରେ ମା’ ଦୁର୍ଗା

ଶେଷ ସ୍ପର୍ଶରେ ମା’ ଦୁର୍ଗା

2

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ ଦୁଇ ଦିନ ରହିଲା ଦୁର୍ଗାପୂଜା। ଶେଷ ସ୍ପର୍ଶରେ ରାଣୀତାଲ ଦୁର୍ଗାପୂଜା। ଚଳିତ ବର୍ଷ ୧୨ବର୍ଷରେ ପଦାର୍ପଣ କରୁଥିବା ରାଣୀତାଲ ଦୁର୍ଗାପୂଜାର ଶେଷ ସ୍ପର୍ଶ ଦେବାପାଇଁ କାରିଗର ଠାରୁ ଆୟୋଜକ କମିଟି କର୍ମକର୍ତା ଦିନରାତି ଏକ କରିଦେଇଛନ୍ତି। ବ୍ରାହ୍ମଣୀ ଗାଁର କାରିଗର କମଳା କାନ୍ତ ମହାପାତ୍ର ତାଙ୍କ ସହଯୋଗୀଙ୍କୁ ନେଇ ରଙ୍ଗତୁଳିରେ ମାଆଙ୍କର ଶେଷ ସ୍ପର୍ଶ ପାଇଁ ଲାଗି ପଡିଛନ୍ତି। ସୂଚନା ଅନୁସାରେ ଶିକ୍ଷାବିତ ଭାଗିରଥି ନାୟକଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ଆଜି ଏହି ପୂଜା ରାଣୀତାଲ ଅଞ୍ଚଳରେ ବିରାଟ ପୂଜାର ରୁପ ନେଇଛି। ଚଳିତ ବର୍ଷ ୧୦ତାରିଖ ଶୁକ୍ରବାର ଷଷ୍ଠି ବିଲ୍ଲବରଣ ସହ ପୂଜା ଆରମ୍ଭ ହେଉ ଥିବା ବେଳେ ସପ୍ତମୀରେ ମହାସପ୍ତମୀ ପୂଜା, ରବିବାର ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ସୋମବାର ମହାଷ୍ଟମୀ ପୂଜା ସହ ସନ୍ଧ୍ୟାରେ ଶିଶୁ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ମଙ୍ଗଳବାର ମହାନବମୀରେ କୁମାରୀ ପୂଜା ସହ ସନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ ପାଲା ଗାୟିକା ପ୍ରଭାତୀ ସ୍ୱାଇଁଙ୍କ ଦ୍ୱାରା ପାଲା ପରିବେଶନ ସହ ଦଶହରାରେ ବିଭିନ୍ନ ସଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜନ କମିଟିର ସମ୍ପାଦକ ଗଣେଶ ପ୍ରସାଦ ଦାଶ ପ୍ରକାଶ କରିଛନ୍ତି! ଚଳିତ ବର୍ଷ ଆଲୋକ ସଜ୍ଜା ବେଶ ଆକର୍ଷଣ ହେବ ବୋଲି ଆୟୋଜକ କମିଟି ତରଫରୁ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.