Home ଜିଲ୍ଲା ପରିକ୍ରମା ୫୬ତମ ରାଜ୍ୟସ୍ତରୀୟ ବରିଷ୍ଠ ଖୋ ଖୋ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଓ ବାଳିକା...

୫୬ତମ ରାଜ୍ୟସ୍ତରୀୟ ବରିଷ୍ଠ ଖୋ ଖୋ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଓ ବାଳିକା ଦଳ ଘୋଷିତ

1

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଜିଲ୍ଲା ଷ୍ଟାଡିୟମ୍ ଠାରେ ଆରମ୍ଭ ହେବାକୁ ଯାଉଥିବା ୫୬ତମ ରାଜ୍ୟ ସ୍ତରୀୟ ବରିଷ୍ଠ ଖୋ ଖୋ ପ୍ରତିଯୋଗିତା ଟି ୧୪ ଅକ୍ଟୋବର ରୁ ଆରମ୍ଭ ହୋଇ ୧୭ ଅକ୍ଟୋବର ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଆଥିଲେଟିକ୍ ଆଶୋସିଏସନ୍ ତାର ୧୨ ବାଳକ ଓ ୧୨ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ଦଳ କୁ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇବା ସହିତ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କର ଶୁଭ ମନାସିଛନ୍ତି । ଏହି ଦଳ ସହିତ ମଧୁସ୍ମିତା ନାୟକ , ନମ୍ରତା ସ୍ୱାଇଁ ଓ ରାଜେଶ କୁମାର ନାୟକ, କୋଚ୍ ଓ ମ୍ୟାନେଜର ଭାବରେ ଯାତ୍ରା କରୁଛନ୍ତି । ଖେଳାଳୀ ଙ୍କ ନାମ ବାଳିକା ଅର୍ଣ୍ଣପୁର୍ଣ୍ଣା ରଣା , ଗିତା ସିଂ , ସସ୍ମିତା ସିଂ , ସ୍ରିୟାଙ୍କ ପରିଡା ,ଅର୍ପିତା ରାଣା , ଦେବସ୍ମିତା ଦାଶ୍ , ଚନ୍ଦ୍ରମା ଦାଶ୍ ,ସ୍ମୃତି ସ୍ୱାଗତିକା ଦାଶ ,ସୃତି ସମ୍ପର୍ଣ୍ଣା ମଲିକ୍‌, ସୋନାଲି ସୋରେନ ,ଲିସାରାଣି ମଲିକ୍ , ପୁଜା ରାଣୀ ବଇଆରୀ । ବାଳକ ଦଳ- ଜନ୍ମଜୟ ରଥ, ତାପସ ପାଢୀ , ସରୋଜ ମଲିକ୍ , ଉପେନ୍ଦ୍ର ରାନା , ସୁଭ୍ରଜିତ୍ ଜେନା, ରାଦେଶ ସାହୁ , ନିଶିକାନ୍ତ ସୁତାର ,କାନ୍‌?ହା ମହାରଣା , ସୁଭମ୍ ରାଣା , ସୁଶାନ୍ତ ଦାଶ , ଚଗୁଲୁ ମଲିକ୍ ଓ ରାହୁଲ ସେଠା ପ୍ରମୁଖ ଦଳ ସହିତ ଯାତ୍ରା କରିଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.