Home ଜିଲ୍ଲା ପରିକ୍ରମା ରାଜମୁକୁନ୍ଦପୁର-ଅର୍ଣ୍ଣପାଳ ଆରଡି ସଡ଼କରେ ଘାଈ, ତିନି ମାସ ହେଲା ମରାମତି ହେଉନି, ଆଣ୍ଠୁଏ ପାଣିରେ ଯାଉଛନ୍ତି...

ରାଜମୁକୁନ୍ଦପୁର-ଅର୍ଣ୍ଣପାଳ ଆରଡି ସଡ଼କରେ ଘାଈ, ତିନି ମାସ ହେଲା ମରାମତି ହେଉନି, ଆଣ୍ଠୁଏ ପାଣିରେ ଯାଉଛନ୍ତି ଲୋକେ

0

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ଅର୍ଣ୍ଣପାଳ-ରାଜ୍ ମୁକୁନ୍ଦପୁର ଗ୍ରାମ୍ୟ ଉନ୍ନୟନ ସଡ଼କରେ ତିନି ମାସ ପୂର୍ବରୁ ହୋଇଥିବା ଏକ ଘାଈ ମରାମତି ନହେବା ଅସନ୍ତୋଷ ସୃଷ୍ଟି କରିଛି।ଘାଇ ଯୋଗୁଁ ରାଜ୍ ମୁକୁନ୍ଦପୁର ଗ୍ରାମବାସୀ ଆଣ୍ଠୁଏ ପାଣିରେ ବିଲ ଦେଇ ଯାତାୟାତ କରୁଛନ୍ତି ଏବଂ ଏଭଳି ଦୂରାବସ୍ଥା ପାଇଁ ତିହିଡି ବ୍ଲକକୁ ସଂଯୋଗ ବାଧାପ୍ରାପ୍ତ ହୋଇଛି।ଗତ ଜୁଲାଇ ମାସ ଶେଷରେ ନାଳିଆ ନଦୀର ବନ୍ୟା ସ୍ରୋତ ପ୍ରବାହିତ ହୋଇ ଅର୍ଣ୍ଣପାଳ ପଂଚାୟତର ରାଜ୍ ମୁକୁନ୍ଦପୁର ନିକଟ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ୪୦ ଫୁଟ ଲମ୍ବର ଏକ ବଡ଼ ଘାଇ ହୋଇଥିଲା।ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ଅଧୀନରେ ଥିବା ସଡ଼କର ଏହି ଘାଇକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ବାଉଁଶ ଚାର ନିର୍ମାଣ କରାଯାଇଥିଲା।ପରବର୍ତୀ ସମୟରେ ଚାରି ପାଂଚଟି ବନ୍ୟା ଯୋଗୁଁ ବାଉଁଶ ଚାରଟି ଦୁଇ ପାର୍ଶ୍ୱରୁ ଭାସି ଯାଇଛି।ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।ଏଥିପାଇଁ ମୁଖ୍ୟତଃ ରାଜ ମୁକୁନ୍ଦପୁର ଗ୍ରାମର ୩୭୦ ପରିବାର ଦୈନିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଗାଁର ପିଲାମାନେ ସ୍କୁଲ କଲେଜ ଆସିବା ପାଇଁ ଆଣ୍ଠୁଏ ପାଣିରେ ଚାଷ ଜମି ଭିତରେ ପଶି ଯିବାଆସିବା କରୁଥିବା ବେଳେ ତିନି ମାସ ହେଲା ରାସ୍ତା ଉପରେ ଗାଡି ଚଳାଚଳ ବନ୍ଦ ରହିଛି।ସେହିପରି ଏହି ରାସ୍ତା ଦେଇ ଧାମନଗର ଏବଂ ଭଦ୍ରକ ବ୍ଲକର ଲୋକେ ଦୂରତା କମ ପାଇଁ ତିହିଡି ବ୍ଳକର କେତେକ ଅଂଚଳକୁ ଯାଇଥାନ୍ତି।ଯାହା ଏବେ ପ୍ରଭାବିତ ହୋଇଛି।ଏହି ଘାଇ ଅଂଚଳକୁ ବିଧାୟକ ମନ୍ତ୍ରୀ ଆରଡି ବିଭାଗ ବରିଷ୍ଠ ଅଧିକାରୀ ମାନେ ପରିଦର୍ଶନ କରିଥିଲେ ମଧ୍ୟ ଏଯାଏଁ ଏହାର ଆବଶ୍ୟକ ମରାମତି ହୋଇ ପାରିନାହିଁ।ସାଳନ୍ଦୀ ନାଳିଆ ବନ୍ୟାରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ରାଜ୍ ମୁକୁନ୍ଦପୁର ଅଂଚଳର ୩ଟି ୱାର୍ଡର ଜନସାଧାରଣ ଭାଇ ମରାମତି କାର୍ଯ୍ୟ କରିବା ପାଇଁ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଏଭଳି ସ୍ଥିତିରେ ଆସନ୍ତା ସପ୍ତାହରେ ଲଘୁଚାପଜନିତ ବର୍ଷା ଆଶଙ୍କା ଏମାନଙ୍କୁ ଭୟଭୀତ କରିଥିବା ସ୍ଥଳେ ଘାଇ ମରାମତି ନହେଲେ ଏମାନେ ଆହୁରି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.