Home ଜିଲ୍ଲା ପରିକ୍ରମା କୁଲଣା କ୍ଳଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

କୁଲଣା କ୍ଳଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

39

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) -ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ କୁଲଣା କ୍ଲଷ୍ଟର ଅନ୍ତର୍ଗତ ବିଶୋଳ କୁଲଣା ମୈତ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସଂଯୋଜକ ବିପିନ ବିହାରୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟାପକ ଡ଼. ଶଶଧର ସାହୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ। ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଶିକ୍ଷକ ଦେବାଶିଷ ଧଳ, ଜିତେନ୍ଦ୍ର କୁମାର ନାୟକ, ଶିକ୍ଷାବିତ କାର୍ତିକ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ପଣ୍ଡା ଯୋଗଦେଇ ଶିଶୁ ମହୋତ୍ସବ ସୁରଭିର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଂଗୀତ, କୁଇଜ, ସୃଜନଶୀଳନ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଚିତ୍ରକଳା, ଶିଳ୍ପ କଳାଓ ଦଳଗତ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଚାରକ ଭାବେ ବୀର କିଶୋର ଜେନା, କ୍ଷୀରୋଦ କୁମାର ପଣ୍ଡା, ସୁଜିତ କୁମାର ପରିଡା, ମନୋଜ କୁମାର ଜେନା, ଜୟଦେବ ସେନାପତି ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ। ସୁରଭି କାର୍ଯ୍ୟକ୍ରମ ଉପଲକ୍ଷେ ଶିକ୍ଷକ ପାଣ୍ଡବ ମହାଳିକ ଓ ସିଆରସିସି ବିପିନ ବିହାରୀ ଜେନାଙ୍କ ଦ୍ୱାରା “ସମୃଦ୍ଧ ଭାଷା ସମୃଦ୍ଧ ଓଡିଶା’ ବିଷୟରେ ଏକ ବାଲୁକାକଳା ଚିତ୍ର ପ୍ରଦର୍ଶିତ ହୋଇଥିଲା। ଶିକ୍ଷକ ପ୍ରସନ୍ନ ନାୟକ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରକାଶ କୁମାର ଦାସ, ଆକାଶ ସାମନ୍ତରାୟ, ଶୁଭଶ୍ରୀ ବିଶ୍ୱାଳ, ରୀନାରାଣୀ ଦଳେଇ, ମନୀଷା ଦେ, ଛବିରାଣୀ ମାଝୀ, ଅନୁପମା ପଣ୍ଡା, ସୁବାଷ ଚନ୍ଦ୍ର ଦେହୁରୀ, ଶଶୀକାନ୍ତ ପ୍ରଧାନ, ଅଭିଷେକ ଶତପଥି, ଦେବାଶିଷ ଧଳ, ଜ୍ୟୋସ୍ନାରାଣୀ ପଣ୍ଡା, ବିଶ୍ୱଜିତା ଗିରି, ଚିନ୍ମୟ ସେନାପତି, ଶୁଭଶ୍ରୀ ପୃଷ୍ଟି, ସବିତା ତରାଇ, ଲିଶାରାଣୀ ଓଝା, ରଶ୍ମିରେଖା ସାହୁ, ଯଶୋବନ୍ତ ସେଠୀ, ସୌଜନ୍ୟା ପ୍ରଧାନ, ଉର୍ମିଳା ସାହୁ, ପ୍ରିୟମ୍ବଦା ପ୍ରିୟଦର୍ଶନୀ ଖୁଂଟିଆ, ବିବେକାନନ୍ଦ ଧଳ, ନିଖିଲ ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ପୁଷ୍ପଲତା ଧଳ, ମଧୁସ୍ମିତା ରାଉତ, ଗାୟତ୍ରୀ ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.