ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ହେଉଥିବା ଛାତ୍ର ସଂସଦ ଓ ଅନ୍ୟାନ୍ୟ ଆସୋସିଏସନ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନିଜର ଆଧିପତ୍ୟକୁ ଅଧିକ ଦୃଢ଼ କରିବାରେ ଲାଗିଛି। ଆସନ୍ତା ୧୫ ତାରିଖରେ ଭୋଟ୍ ଗ୍ରହଣ ହେବାକୁଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ରାଜନୈତିକ ସମୀକରଣରେ ବଡ଼ ପରିବର୍ତନ ଦେଖିବାକୁ ମିଳିଛି। ଆଜି ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ôଥତ ଦୁଇଜଣ ପ୍ରାର୍ଥୀ ସ୍ୱେଚ୍ଛାକୃତ ଭାବେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇ ନିର୍ବାଚନରୁ ଓହରି ଯାଇଛନ୍ତି। ଛାତ୍ର ସଂସଦ ସହକାରୀ ସଂପାଦକ ପଦ ପାଇଁ ଗତକାଲି ନାମାଙ୍କନ ଦାଖଲ କରିଥିବା ଖାଜେ ଜିସାନ କାଦ୍ରି ଏବଂ ଡେ ସ୍କୋଲାର ଆସୋସିଏସନ ସଂପାଦକ ପାଇଁ ନାମାଙ୍କନ ଦାଖଲ କରିଥିବା ସଞ୍ଜୟ ରାଉତ ଆଜି ସରକାରୀ ଭାବେ ପ୍ରାର୍ôଥପତ୍ର ପ୍ରତ୍ୟାହାର କରିଛନ୍ତି। ଚଳିତ ବର୍ଷ ଏହି ମହାବିଦ୍ୟାଳୟରେ ସଭାପତି, ଉପ-ସଭାପତି ଏବଂ ସାଧାରଣ ସଂପାଦକଙ୍କ ସମେତ ମୋଟ୍ ୨୩ଟି ପଦବୀ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା। ପୂର୍ବରୁ ଏବିଭିପି ୧୧ଟି ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ଆଗୁଆ ବାଜିମାତ୍ କରିସାରିଥିବା ବେଳେ ଆଜି ଏହି ଦୁଇଜଣ ପ୍ରାର୍ଥୀ ଓହରିଯିବା ଫଳରେ ସମ୍ପୃକ୍ତ ଦୁଇଟି ପଦରେ ମଧ୍ୟ ଏବିଭିପି ଏକଚାଟିଆ ଭାବେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛି। କଲେଜ କର୍ତୃପକ୍ଷଙ୍କ ପକ୍ଷରୁ ଛାତ୍ର ସଂସଦର ସହକାରୀ ସଂପାଦକ ଭାବେ ଶୁଭ୍ରାଂଶୁ ପାତ୍ର ଏବଂ ଡେ ସ୍କୋଲାର ଆସୋସିଏସନର ସଂପାଦକ ଭାବେ ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ବିଜୟୀ ଘୋଷଣା କରାଯାଇଛି, ଯେଉଁମାନେ ଉଭୟେ ଏବିଭିପିର ସମର୍ôଥତ ପ୍ରାର୍ଥୀ ଥିଲେ। ଏହାକୁ ମିଶାଇ ଏବେ ମୋଟ୍ ୧୩ଟି ପଦରେ ଏବିଭିପି ସମର୍ôଥତ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟ ଲାଭ କରିସାରିଛନ୍ତି। ଗତକାଲି ନାମାଙ୍କନ ଦାଖଲ ସମୟରେ ବିସିଜେଡି ପକ୍ଷରୁ ୧୨ଟି ପଦ ପାଇଁ କୌଣସି ପ୍ରାର୍ଥୀ ଦିଆଯାଇନଥିବା ବେଳେ ଏକ ପଦରେ ଏବିଭିପି ପ୍ରାର୍ଥୀଙ୍କ ବୟସ ଅଧିକ ଥିବାରୁ ପ୍ରାର୍ôଥପତ୍ର ନାକଚ ହୋଇଥିଲା, ଯାହା ଫଳରେ ପ୍ରଥମ ପର୍ଯ୍ୟାୟରେ ଏବିଭିପି ୧୧ଟି ଆସନରେ ବିଜୟୀ ହୋଇଥିଲା। ଏହି ସମସ୍ତ ଘଟଣାପ୍ରବାହ ପରେ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁଥିବା ମତଦାନରେ କେବଳ ସଭାପତି, ଉପ-ସଭାପତି, ସାଧାରଣ ସଂପାଦକ ତଥା ବିଭିନ୍ନ ଆସୋସିଏସନର ସଂପାଦକ ଓ ସହ-ସଂପାଦକ ପଦବୀ ସମେତ ମୋଟ୍ ୯ଟି ପଦ ପାଇଁ ପ୍ରତିଯୋଗିତା ହେବ। ଏହି ୯ଟି ପଦ ପାଇଁ ବର୍ତମାନ ୧୮ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। କଲେଜରେ କଂଗ୍ରେସ କିମ୍ବା ବାମଦଳର କୌଣସି ସକ୍ରିୟ ଛାତ୍ର ସଂଗଠନ ନଥିବାରୁ ମୁଖ୍ୟତଃ ବିଜୁ ଛାତ୍ର ଜନତା ଦଳ ଏବଂ ଏବିଭିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷ କରି ଛାତ୍ର ସଂସଦ ସଭାପତି ପଦ ପାଇଁ ଏବିଭିପିର ଜଗନ୍ନାଥ ମାଝି ଏବଂ ବିସିଜେଡିର ସ୍ମୃତିରେଖା ବେହେରାଙ୍କ ମଧ୍ୟରେ ଏକ ଜୋରଦାର ଓ ରୋମାଂଚକର ପ୍ରତିଯୋଗିତା ହେଉଥିବା ଜଣାପଡ଼ିଛି। ସଭାପତି ପଦ ବ୍ୟତୀତ ଉପସଭାପତି, ସାଧାରଣ ସଂପାଦକ, ନାଟ୍ୟ ସଂପାଦକ, ନାଟ୍ୟ ସହ ସଂପାଦକ, କ୍ରୀଡ଼ା ସଂପାଦକ, କ୍ରୀଡ଼ା ସହ ସଂପାଦକ, ଏସଏସଜି ସଂପାଦକ ଏବଂ କମନ ରୁମ ସଂପାଦକ ପଦ ପାଇଁ ଆସନ୍ତା ୧୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସମସ୍ତଙ୍କ ନଜର ଏବେ ସଭାପତି ପଡ଼ିଆ ତଥା ଅବଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକର ଫଳାଫଳ ଉପରେ ରହିଛି।
Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ଦ୍ୱିତୀୟ ପର୍ଯ୍ୟାୟ ବିଜୟ, ନାମାଙ୍କନ ପ୍ରତ୍ୟାହାର କଲେ...








