Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଫଟୋ ଗ୍ରାଫର ସଂଘ ପକ୍ଷରୁ ସାଧରଣ ସଭା

ଭଦ୍ରକ ଜିଲ୍ଲା ଫଟୋ ଗ୍ରାଫର ସଂଘ ପକ୍ଷରୁ ସାଧରଣ ସଭା

0

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଫଟୋ ଗ୍ରାଫର ସଂଘ (ବି ଡ଼ି ପି ଏ )ପକ୍ଷରୁ ଭଦ୍ରକ ସହର ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଏକ ସାଧରଣ ସଭା ଅନୁଷ୍ଠିତ ହୋଇଯାଇଛି ।୯୦ ଦଶକରୁ ଆରମ୍ଭ ହୋଇଥିବା ଏହି ସଂଘ କାଳକ୍ରମେ ସମାଜ ସେବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛି ।ତେବେ ସଙ୍ଘର ନୂତନ ଭାବେ ପଦ ପଦବୀ ଚୟନ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ ହୋଇଥିବା ବେଳେ ନବ ନିଯୁକ୍ତ ପଦାଧିକାରୀ ମାନେ ସମସ୍ତ ସଦସ୍ୟ ଙ୍କ ଆଗରେ ଶପଥ ପାଠ କରିଥିଲେ ଏବଂ କେମିତି ସଂଘ ଆଗକୁ ବଢିବ ତଥା ଫୋଟୋ ଗ୍ରାଫର ମାନଙ୍କ ସମାଜ ପ୍ରତି ଭୂମିକା ଏବଂ ନିଜ ମହକିଲ ଙ୍କ ସହ ଉଚିତ ବ୍ୟବହାର ସାଙ୍ଗକୁ ସଠିକ ଉପାୟରେ ନିୟମାନୁଯାୟୀ ସୃଙ୍ଖଳା ର ସହିତ କାର୍ଯ୍ୟ କରିବାକୁ ସଭାପତି ଙ୍କ ସମେତ ବରିଷ୍ଠ ସଦସ୍ୟ ମାନେ ସଦସ୍ୟ ମାନଙ୍କୁ ଉପଦେଶ ଦେଇଥିଲେ । ଫଟୋ ଗ୍ରାଫର ପେସା କୁ ଆସୁଥିବା ଯୁବ ପିଢିଙ୍କୁ ଶୃଙ୍ଖଳା ର ସହ କାର୍ଯ୍ୟ କାରିବାକୁ ପଦାଧିକାରୀ ମାନେ ପରାମର୍ଶ ଦେଇଥିଲେ ।ତେବେ ନବନିଯୁକ୍ତ ସଭାପତି ଭାବେ ବଦ୍ରିନାରାୟଣ ପଣ୍ଡା, ଉପସଭାପତି ଭାବେ ରାକେଶ ନନ୍ଦ, ସମ୍ପାଦକ ଭାବେ ଏସ କେ ସୁଲତାନ,ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପ୍ରଧାନ,ଅତିରିକ୍ତ ସମ୍ପାଦକ ଜାଫର ଖାନ, ସାଂସ୍କୃତିକ ସମ୍ପାଦକ ଲିପୁନ ସେଠି, କୋଷାଧକ୍ଷ ନବକିଶୋର ଦାସ ପ୍ରମୁଖ ଙ୍କୁ ପୂର୍ବତନ ସଭାପତି ବରିଷ୍ଠ ସଦସ୍ୟ ଚନ୍ଦ୍ରକାନ୍ତ ମହାଂତି ସ୍ୱାଗତ କରିବା ସହ ଅନ୍ୟ ସଦସ୍ୟ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ଆଗାମୀ ଦିନରେ ସଙ୍ଘର ବାର୍ଷିକୋତ୍ସବ କୁ ଯାକ ଯମକ ରେ ପାଳନ କରିବା ନେଇ ସଭାପତି ପ୍ରସ୍ତାବ ଦେଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଏହି ନିଷ୍ପତି କୁ ସମର୍ଥନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.