Home ଜିଲ୍ଲା ପରିକ୍ରମା ଗୁହାଳରେ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ

ଗୁହାଳରେ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ

1

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ଆଗରପଡା ବଜାରରେ ଥିବା ମୋହନ ଦାସଙ୍କ ଗୁହାଳରେ ବିଳମ୍ବିିତ ରାତ୍ରରେ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଜଣା ପଡିଛି । ସୂଚନାରୁ ପ୍ରକାଶଯେ ପ୍ରତିଦିନ ପରି କାଲି ପରିବାର ଲୋକେ ଗୁହାଳରେ ଗୋରୁଙ୍କୁ ବାନ୍ଧି ଖାଇ ପିଇ ଶୋଇଥିଲେ । କିଛି ସମୟ ପରେ ଗୁହାଳରେ ଶଦ୍ଦ ଶୁଣି ପରିବାର ଲୋକ ବାହାରକୁ ଉଠି ଗୁହାଳରେ ନିଆଁ ଲାଗିଥିବା ଦେଖି ପାଖ ପଡୋଶୀଙ୍କୁ ଡାକ ପକାଇଥିଲେ । ନିଆଁର ପ୍ରକୋପ ଏତେ କ୍ଷିପ୍ର ଥିଲା ଯେ ଗୁହାଳକୁ ପଶି ଗୋରୁଙ୍କୁ ଫିଟାଇବା ସମ୍ଭବପର ହୋଇ ନଥିଲା । ଲୋକେ ଆଗରପଡା ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ôଛ ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳେକୁ ୩ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଥିଲା । ଗୁହାଳରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.