Home ଜିଲ୍ଲା ପରିକ୍ରମା ଆରଡି ୪ ପଂଚାୟତର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ ଦାବି ଜୋର ଧରିଲା, ଋଣ...

ଆରଡି ୪ ପଂଚାୟତର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ ଦାବି ଜୋର ଧରିଲା, ଋଣ ଛାଡ ସହ ରବିଧାନ ଚାଷ ପାଇଁ ବିହନ ଯୋଗାଇବାକୁ ଚାଷୀଙ୍କ ମେଳି

1

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅଢେଇମାସ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ୫ଥର ବନ୍ୟାରେ ବେଶି କ୍ଷତିଗ୍ରସ୍ତ ହୋଇଥିଲା ଭଦ୍ରକଜିଲା ଚାନ୍ଦବାଲି ବ୍ଲକର , ଆରଡି, ନାନ୍ଦପୁର , ସୁନ୍ଦରପୁର, ଓଳଗ ଭଳି ୪ଟି ପଂଚାୟତର ହଜାରହଜାର ଚାଷୀ। ଏପରିକି ବନ୍ୟା ଦୀର୍ଘ ମାସ ଧରି କ୍ଷେତରେ ଲହଡ଼ି ମାରିବାରୁ ସମ୍ପୁର୍ଣ୍ଣ ଭାବେ ଧାନ ତଳି ଓ ଧାନଗଛ ପଚିସଢି ନଷ୍ଟ ହୋଇଯାଇଛି। ବନ୍ୟା ଛାଡ଼ିବାର ଦୀର୍ଘ ଅଢେଇମାସ ବିତିଯାଇଥିଲେ ସୁଧା ସରକାର ଓ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କୌଣସି ସହାୟତା ମିଳିବା ତ ଦୂରର କଥା ଚାଷୀମାନେ ବ୍ୟାଙ୍କ ଓ ସମବାୟ ଋଣକରି ଯେଉ ବିହନ ଓ ସାର ପକାଇ ଚାଷ କରିଥିଲେ, ସେହି ଋଣ କିପରି ଶୁଝିବେ ସେଥିନେଇ ଏବେ ଚିନ୍ତାରେ।ବର୍ଷସାରା ପରିବାର କିପରି ଚଳାଇବେ ସେଥିନେଇ ଏବେ ଚାଷୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପରିକି କ୍ଷେତରେ ଉଜୁଡା ଚାଷର କ୍ଷୟକ୍ଷତି ଆକଳନ ପାଇଁ ଆଜି ପର୍ଯ୍ୟନ୍ତ କୃଷି ବିଭାଗୀୟ ଅଧିକାରୀ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସିନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। ବିଶେଷକରି ଚାଷୀମାନଙ୍କର ବ୍ୟାଙ୍କ ଓ ସମବାୟ କୃଷିଋଣ ଛାଡ କରିବା ଓ ଆଗାମୀ ର୍ୱିଧାନ ଚାଷ ପାଇଁ ବିହନ ଯୋଗାଇ ଦେବା ଦାବିରେ ଶନିବାର ଆରଡି ପଂଚାୟତ ବାତୋଳ ଗାଁ ପଡ଼ିଆରେ ଶହଶହ ଚାଷୀ ମେଳି ବାନ୍ଧି ଏକତ୍ରିତ ହୋଇଥିଲେ। ସର୍ବଶେଷ ନିଷ୍ପତି ମୂଳେ ସମସ୍ତ ଦାବି ନେଇ ସୋମବାର ଜିଲାପାଳ ଓ କୃଷି ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବେ ବୋଲି କହିଛନ୍ତି ବିପନ୍ନ ଚାଷୀମାନେ। ଯଦି ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ସହ କୃଷିଋଣ ଛାଡ କରାନଯାଏ ତାହା ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ତ ଚାଷୀମାନେ। ଏପରିକି ଆରଡି ଆର ଆଇ ଅଫିସ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସମସ୍ତ ଚାଷୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.