Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ସମ୍ପର୍କିତ କର୍ମଶାଳା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ସମ୍ପର୍କିତ କର୍ମଶାଳା

4

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ଏବଂ ପ୍ଲେସମେଂଟ ସେଲ୍ (ସିସିପିସି) ଆନୁକୂଲ୍ୟରେ ଆଜି ସମ୍ମିଳନୀ କକ୍ଷରେ “ଉଦ୍ୟାନ କୃଷି: ଆତ୍ମନିର୍ଭରଶୀଳତାର ଏକ ଉଜ୍ଜ୍ୱଳ ସମ୍ଭାବନା’ ଶୀର୍ଷକ ଏକ ସଚେତନତା ଓ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ କ୍ୟାରିୟର ଚୟନ ତଥା ସ୍ୱାବଲମ୍ବୀ ହେବା ଦିଗରେ ଏହି କାର୍ଯ୍ୟକ୍ରମଟି ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଲଳିତ ରଞ୍ଜନ ସାହୁ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନେ ପାରମ୍ପରିକ ଚାକିରି ପଛରେ ନଗୋଡ଼ାଇ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ଆତ୍ମନିଯୁକ୍ତିର ସୁଯୋଗକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମଧୁମିତା ମଲ୍ଲିକ ଯୋଗଦେଇ ଆଧୁନିକ ଚାଷ ପ୍ରଣାଳୀ, ଫୁଲ ଓ ଫଳ ଚାଷ, ନର୍ସରୀ ପରିଚାଳନା ଏବଂ ସରକାରୀ ପ୍ରୋତ୍ସାହନ ଜରିଆରେ କିପରି ଏକ ଲାଭଜନକ କ୍ୟାରିୟର ଗଠନ କରାଯାଇପାରିବ, ସେ ସମ୍ପର୍କରେ ତଥ୍ୟଭିତିକ ଦିଗଦର୍ଶନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟିକୁ ସିସିପିସିର ଭାରପ୍ରାପ୍ତ ଅଧିକାରୀ (ଓଆଇସି) ଡକ୍ଟର ପ୍ରଦୀପ କୁମାର ପ୍ରଧାନ ପରିଚାଳନା କରିଥିଲେ। ଏହି କର୍ମଶାଳାରେ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଯଥା ଡକ୍ଟର ଏସ୍‌. ଏସ୍‌. ଜେନା, ଡକ୍ଟର କେ. ବେଗମ୍‌, ଡକ୍ଟର ଏ. ଏସ୍‌. ମହାନ୍ତି ଏବଂ ଡକ୍ଟର ବି. କେ. ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଡକ୍ଟର ସୁଦର୍ଶନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ଉପକୃତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.