Home ଜିଲ୍ଲା ପରିକ୍ରମା କେନ୍ଦୁଆପଦା ଓ ପଧାନପଡାରେ ଜୋନ୍ ସ୍ତରୀୟ କ୍ରୀଡା

କେନ୍ଦୁଆପଦା ଓ ପଧାନପଡାରେ ଜୋନ୍ ସ୍ତରୀୟ କ୍ରୀଡା

3

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶି ଶେଖର କରଶର୍ମା ସଭାକୁ ପରୌହିତ୍ୟ କରିଥିଲେ । ଏଥିରେ ଅତିଥି ଭାବେ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ, ବିଦ୍ୟାଳୟ ଆଲୁମନି କମିଟିର ସଭାପତି କିଶୋର ଚନ୍ଦ୍ର ଦାଶ, ବ୍ଲକ କ୍ରୀଡା ସମ୍ପାଦକ ମନୋଜ କୁମାର ଶଙ୍ଖୁଆ ଅତିଥି ଭାବେ ଯୋଗଦେଇୁ କ୍ରୀଡାର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଜୋନାଲ ସମ୍ପାଦକ ଶୁଭଶ୍ରୀ ପତିଙ୍କ ତତ୍ୱାବଧାନରେ ଆଦର୍ଶ ବିଦ୍ୟାଳୟ ପଳାଶଗଢିଆର ଶାରିରୀକ ଶିକ୍ଷା ଶିକ୍ଷକ ରତିକାନ୍ତ ପଣ୍ଡାଙ୍କ ସଂଯୋଜନାରେ ୨ ଟି ବର୍ଗ ୧୪ ମଧ୍ୟରେ ଓ ୧୭ ମଧ୍ୟରେ ମୋଟ୍ ୩୪୬ ଜଣ ପ୍ରତିଯୋଗୀ ଖୋଖୋ, ଭଲିବଲ, ବ୍ୟାଡମିଟଂନ, ଚେସ୍‌, ଯୋଗ ଓ ସାଇକେଲ ଚାଳନା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷକ କୋଦଣ୍ଡ ସେଠୀ, ଶିଶିର ଶଙ୍ଖୁଆ, ଶମ୍ଭୁନାଥ ମହାନ୍ତି , ଜନ୍ମେଜୟ ନାୟକ ପ୍ରମୁଖ ବିଚାରକ ଭାବେ ପ୍ରତିଯୋଗୀ ମାନଙ୍କର କ୍ରୀଡା ପରିଚାଳନା ଓ କୃତି ପ୍ରତିଯୋଗୀମାନଙ୍କର ଚୟନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ମଣିଭଦ୍ର ମିଶ୍ର, ତରଣୀ ସେନ ଜେନା, ସୌମ୍ୟରଞ୍ଜନ ପହି, ଶୁଭ୍ରାଶୁଂ ଶିଅଳ, ତାପସ ନାୟକ, ଉମାଶଙ୍କର ଲେଙ୍କା, ସୁବାଷ ଚନ୍ଦ୍ର ସେଠୀ, ଶ୍ୱାସତୀ ପାଣିଗ୍ରାହୀ, କାର୍ତର୍ର୍ିକ ଚନ୍ଦ୍ର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ପଚାଂୟତ ଉଚ୍ଚ ବିଦ୍ୟାଳୟ ପଧାନପଡାରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ୧୮ ଟି ବିଦ୍ୟାଳୟର ୩ ଶହ ଜଣ ପ୍ରତିଯୋଗୀ ଖୋଖୋ, ଭଲିବଲ, ବ୍ୟାଡମିଟଂନ, ଚେସ୍‌, ଯୋଗ ଆଦି ପ୍ରତିଯୋଗିତାରେ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଜୋନ ସ୍ତରୀୟ କୃତି ପ୍ରତିଯୋଗୀ ମାନେ ବ୍ଲକ ସ୍ତରକୁ ମନୋନୀତ ହୋଇଛନ୍ତି । ପ୍ରତିଯୋଗିତାକୁ ସଂଚାଳନ କରିବାରେ କ୍ରୀଡା ପ୍ରଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ଗଙ୍ଗାଧର ରାଉତ, ସେଖ ଆଜାରୁ୍‌ଦ୍ଦିନ, ତାପସ ନାୟକ, ଗୀତାଞ୍ଜଳୀ ଚଣ୍ଡ, ମମିତା ବାଳା ନାୟକ, ବିଜୟା ରାଉତ, ସ୍ନେହଲତା ଖମାରୀ, ଅମିତ ଲେଙ୍କା, ଶ୍ୱାସତ ବିଶ୍ୱାଳ, ରାମଚନ୍ଦ୍ର ମିଶ୍ର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ପଚାଂୟତ ଉଚ୍ଚ ବିଦ୍ୟାଳୟ ପଧାନପଡାର ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଉଦଘାଟନୀ ସଭା ଅନୁଷ୍ଠିିତ ହୋଇଥିଲା । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଓଷ୍ଟା ସମ୍ପାଦକ ସନ୍ତୋଷ କୁମାର ଜେନା, ପଧାନପଡା ସରପଚଂ ଗଜେନ୍ଦ୍ର କୁମାର ସେଠୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ସାହୁ, ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ଦାସ, ଛୟାଳସିଂ ସିଆରସିସି ଗିରିଜା ଶଙ୍କର ଲେଙ୍କା ପ୍ରମୁଖ କ୍ରୀଡା ହିଁ ଉତମ ସ୍ୱାସ୍ଥ୍ୟର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ହେମନ୍ତ କୁମାର ପରିଡା ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.