Home ଜିଲ୍ଲା ପରିକ୍ରମା ଆଦାନୀ ବନ୍ଦରର ପାଚେରୀ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ, ପାଣି ନିଷ୍କାସନ ନାଳ ନିର୍ମାଣ, ଶ୍ମଶାନ...

ଆଦାନୀ ବନ୍ଦରର ପାଚେରୀ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ, ପାଣି ନିଷ୍କାସନ ନାଳ ନିର୍ମାଣ, ଶ୍ମଶାନ ଏବଂ ଗୋଚର ପାଇଁ ସ୍ଥାନ ନଦେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଇନଦେବାର ଚେତାବନୀ

5

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର (ଆଦାନୀ)ର ଦକ୍ଷିଣ ପାଶ୍ୱର୍ରେ ଏକ ପାଚେରୀ ନିର୍ମାଣ ହେଉଥିବା ବେଳେ ଏହି ପାଚେରୀ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରିବା ସହ ଏହି କାର୍ଯ୍ୟ ବନ୍ଦ କରିଦେଇଥିଲେ।ଅଭିଯୋଗ ଅନୁଯାଇ ଧାମରା ବନ୍ଦର କର୍ତୁପକ୍ଷ ନିଜର ମନମାନୀରେ ସମସ୍ତ କାର୍ଯ୍ୟ କରୁଥିବା ଅଂଚଳବାସୀଙ୍କ ସ୍ୱାର୍ଥକୁ ବନ୍ଦର କର୍ତୁପକ୍ଷ ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ଆଜି ଭଳି ଦିନରେ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଚନ୍ଦନୀପାଳ ଠାରୁ ରବିନ୍ଦ୍ର ନଗର ପର୍ଯ୍ୟନ୍ତ ସମୁଦ୍ର ନିକଟରେ ଏକ ପାଣି ନିଷ୍କାସନ ନାଳ ଥିଲା। ବନ୍ଦର କର୍ତୁପକ୍ଷ ଏହି ନାଳକୁ ନିଜ ଅକ୍ତିଆର ନେବା ଠାରୁ ଏହା ଦିନକୁ ଦିନ ସଙ୍କୁଚିତ ହେବା ସହ ଏହି ନାଳ ଦେଇ ପାଣି ନିଷ୍କାସନ ହୋଇ ପାରୁନାହିଁ। ଗତ ୨୪ଅଗଷ୍ଟ୨୦୨୪ ମସିହାରେ ଧାମରା ବନ୍ଦର କର୍ତୁପକ୍ଷ ଏବଂ ତତକାଳୀନ ଭଦ୍ରକ ଜିଲ୍ଲାପାଳ ଓ ଅଂଚଳବାସୀ ଙ୍କ ଉପସ୍ଥିତିରେ ଏହି ନାଳ ବଦଳରେ ଅନ୍ୟ ଏକ ନାଳ ରବିନ୍ଦ୍ର ନଗର ଠାରୁ ଖୋଳି ଅମର ନଗର ଦେଇ ଅଲିନ ଦାସ ଘର ନିକଟକୁ ଖୋଳାଯିବ ଯାହାର ଦୈଘ୍ୟ ୩କି.ମି ଏବଂ ଏହି ନାଳର ଦୁଇ ପାଶ୍ୱର୍ରେ ପଥର ପ୍ୟାକିଂ ଏବଂ ନାଳର ତଳ ଭାଗରେ ଢଳେଇ ହେବା ସହ ଶ୍ମଶାନ ଏବଂ ଗୋଚର ଜମି ଦେବାକୁ କମ୍ପାନୀ କର୍ତୁପକ୍ଷ ରାଜି ହୋଇଥିଲେବୋଲି ସର୍ବସାଧାରଣରେ ପ୍ରକାଶ କରିବା ସହ ଭଦ୍ରକ ର ତତକାଳୀନ ଜିଲ୍ଲାପାଳ ଏବଂ ଅଂଚଳ ମୁଖିଆ ମାନଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଦୀର୍ଘ ୨ବର୍ଷ ପୁରିବା ପରେ ମଧ୍ୟ ବନ୍ଦର କର୍ତୁପକ୍ଷ ଏହି ନୂତନ ନାଳ ଖୋଳିବା ପରିବର୍ତେ ପୁରୁଣା ନାଳ କୁ ପୋତିବା ସହ ବନ୍ଦର କର୍ତୁପକ୍ଷ ଏହି ନାଳ ପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାରେ ଲାଗିଛି। ଏହି ପାଚେରୀ ନିର୍ମାଣକୁ ଆଜି ଅଂଚଳବାସୀ ଆସି ବିରୋଧ କରିବା ସହ ଅଗଷ୍ଟ ୨୦୨୪ ମସିହାରେ ହୋଇଥିବା ଚୁକ୍ତି ଅନୁଯାଇ ନୂତନ ନାଳ ଖୋଳା ନହେବା ପର୍ଯ୍ୟନ୍ତ ଏହି ନୂତନ କାର୍ଯ୍ୟ ବନ୍ଦ କରିଦେଇଥିଲେ। ପୁରୁଣା ନାଳ ମଧ୍ୟରେ ଶତାଧିକ ମତ୍ସ୍ୟଜିବୀ ନିଜର ଟ୍ରଲର ଏବଂ ମାଛ ଧରା ଡଙ୍ଗା ଗୁଡିକୁ ସୁରକ୍ଷିତ ରହିବା ସହ ଏହି ନାଳ ସଂଲଗ୍ନ ସ୍ଥାନରେ ଶ୍ମଶାନ ଏବଂ ଗୋଚର ଗୁଡିକୁ ସ୍ଥାନୀୟ ଲୋକେ ବ୍ୟବହାର କରି ଆସୁଥିଲେ। ବନ୍ଦର କର୍ତୁପକ୍ଷ ୨ବର୍ଷ ତଳେ ହୋଇଥିବା ନିୟମାନୁଯାଇ ଅଂଚଳବାସୀଙ୍କ ପ୍ରଥମେ ଅନ୍ୟ ସ୍ଥାନରେ ଶ୍ମଶାନ ଏବଂ ଗୋଚର ପାଇଁ ଜମି ଦେବା ଜରୁରୀ ହୋଇ ପଡିଛି। ମାତ୍ର ବନ୍ଦର କର୍ତୁପକ୍ଷ ପାଚେରୀ ନିର୍ମାଣ କରି ଅଂଚଳବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରିବା ସହ ସେମାନଙ୍କ ଶ୍ମଶାନ ଏବଂ ଗୋଚର ଜମିକୁ ମଧ୍ୟ ସାଧାରଣ ଜନତାଙ୍କ ଠାରୁ ବେଦଖଲ କରି ଚାଲିଛନ୍ତି ବୋଲି ଦୋସିଙ୍ଗା ଅଂଚଳର ଅମର ଜାନା, ଆଲୋକ ଜାନା, ଗଣେଷ ଜାନା, ଅଜୟ ଜାନା, ସପନ ସାହୁ, ଦୀପକ ପଣ୍ଡା, ଅଜୟ ସାହୁ ଙ୍କ ସମେତ ବହୁ ଅଂଚଳବାସୀ କାର୍ଯ୍ୟ ସ୍ଥଳକୁ ଆସି କାର୍ଯ୍ୟ ବନ୍ଦ କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.