ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଦଶମୌଜା କେନାଲର ଘାଇ ଏବଂ ମାଲେରିୟାରୁ ଧଳି ପର୍ଯ୍ୟନ୍ତ ଯାଇଥିବା ନାଳରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ମୁକୁନ୍ଦପୁର, ଝିଙ୍କିରୀୟା, ଆରସା ଓ ତାଳପଦା ଗ୍ରାମର ଚାଷୀମାନେ ଗମ୍ଭୀର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କେନାଲ ପାଣି ମାଡ଼ିଯିବା ଯୋଗୁଁ ଆଖପାଖର ବ୍ୟାପକ ଚାଷଜମି ଓ ତଳି ଯାହା ନୂତନ ଭାବେ ରୁଆ ହୋଇଥିଲା ତାହା ନଷ୍ଟ ହେବାକୁ ବସିଥିଲା। ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଓ ଉଦାସୀନତା ଯୋଗୁଁ ଚାଷୀମାନେ ନିରାଶ ହୋଇପଡ଼ିଥିବା ବେଳେ, ସେମାନଙ୍କ ଦୁଃଖକଷ୍ଟ ଦୂର କରିବାକୁ ଆଗେଇ ଆସିଥିଲେ ଯୁବ ସମାଜସେବୀ ଦେବୀ ପ୍ରସାଦ ପାଟ ଓ ମୁକୁନ୍ଦପୁର ଯୁବସଂଗଠନ। ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ଦେବୁ ତୁରନ୍ତ ସ୍ଥିତିର ସମୀକ୍ଷା କରିବା ସହ ଯୁବସଂଘର ସଦସ୍ୟମାନଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଚ୍ଚ କର୍ତବ୍ୟବୋଧ ଓ ସାହସିକତାର ପରିଚୟ ଦେଇ ଯୁବସଂଗଠନର କର୍ମକର୍ତାମାନେ ଦିନରାତି ଏକ କରି ଅସ୍ଥାୟୀ ଭାବେ ଏକ ବନ୍ଧ ନିର୍ମାଣ କରିବା ସହ ପାଣିର ସ୍ରୋତକୁ ଅଟକାଇବାରେ ସଫଳ ହୋଇଛନ୍ତି। ଏହି ତୁରନ୍ତ ପଦକ୍ଷେପ ଯୋଗୁଁ ସୋସାଇଟିର ଶହ ଶହ ଚାଷୀଙ୍କ ଫସଲ ଓ ଭବିଷ୍ୟତ ସୁରକ୍ଷିତ ହୋଇପାରିଛି। ସଙ୍କଟଜନକ ପରିସ୍ଥିତିରେ ପ୍ରଶାସନ ପଛଘୁଂଚା ଦେଇଥିବା ବେଳେ ମୁକୁନ୍ଦପୁର ଯୁବ ସଙ୍ଗଠନ ଏହି ଜନହିତକର କାର୍ଯ୍ୟ କରିବା ସେମାନଙ୍କୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
Home ଜିଲ୍ଲା ପରିକ୍ରମା ଚାଷୀଙ୍କ ସଙ୍କଟ ସମୟରେ ସାହାଯ୍ୟର ହାତ ବଢ଼ାଇଲେ ଯୁବ ସମାଜସେବୀ ଦେବୀ ପ୍ରସାଦ,ଅସ୍ଥାୟୀ ବନ୍ଧ ନିର୍ମାଣ...








