Home ଜିଲ୍ଲା ପରିକ୍ରମା ଓଟିପି ନେଇ ଭୋଟର ତାଲିକାରେ କାରସାଦି ଅଭିଯୋଗ,୧ ରେ ଏନଏସି ଅଫିସ ଆଗରେ ଧାମନଗର ବିଜେଡିର...

ଓଟିପି ନେଇ ଭୋଟର ତାଲିକାରେ କାରସାଦି ଅଭିଯୋଗ,୧ ରେ ଏନଏସି ଅଫିସ ଆଗରେ ଧାମନଗର ବିଜେଡିର ଧାରଣା

6

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ କାଟିବା ପାଇଁ ଜାଲିଆତି ଓ ଚଞ୍ଚକତା କରାଯାଉଥିବା ନେଇ ଧାମନଗର ନଗର ବିଜୁ ଜନତା ଦଳ ଗୁରୁତର ଅଭିଯୋଗ ଆଣିଛି। ଫର୍ମ – ୭ ର ଦୁରୁପଯୋଗ କରି ବି ଏଲ ଓ ମାନଙ୍କଠାରୁ ଓଟିପି ନେଇ ଭୋଟର ତାଲିକାରେ କାରସାଦି କରାଯାଉଥିବା ଅଭିଯୋଗ କରି ଏହାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।। ଅଭିଯୋଗ ଅନୁଯାୟୀ, ଜାଲିଆତି ଓ ଚଞ୍ଚକତା ମାଧ୍ୟମରେ ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ ବାଦ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଦଳ ଅଭିଯୋଗ କରିଛି।ଏହି ଘଟଣାକୁ ନେଇ ଧାମନଗର ନଗର ବିଜେଡି ପକ୍ଷରୁ ଆସନ୍ତା ସେପ୍େଟମ୍ବର ୧ ତାରିଖରେ ଧାମନଗର ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଭୋଟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦଳ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.