Home ଜିଲ୍ଲା ପରିକ୍ରମା ପୂଜକ ରାମଚନ୍ଦ୍ର ଦାଶଙ୍କ ସ୍ମୃତିସଭା

ପୂଜକ ରାମଚନ୍ଦ୍ର ଦାଶଙ୍କ ସ୍ମୃତିସଭା

5

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ଭବାନୀଗଞ୍ଜ ଗ୍ରାମର ମନ୍ଦିର ପୂଜକ ରାମବନ୍ଦ୍ର ଦାଶଙ୍କ ଏକାଦଶାହ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଗୋପାଳକୃଷ୍ଣ ଦାଶଙ୍କ ଆବାହକତ୍ୱରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପୂର୍ବତନ ସରପଚଂ ରବିନାରାୟଣ ମହାନ୍ତି, ବିଜେପିନେତା ଅମୂଲ୍ୟ ରତ୍ନ ନନ୍ଦ, ରଞ୍ଜନ କୁମାର ସିଂହ, ଶିକ୍ଷକ ଅମୃତଲାଲ ମହାନ୍ତି, ବି.ଟିପୁର ସମିତିସଭ୍ୟ ପ୍ରତିନିଧି ବସନ୍ତ ପତି, ସାମ୍ବାଦିକ ହେମନ୍ତ ସିଂହ, ଲୋକନାଥ ମହାନ୍ତି ପ୍ରମୁଖ ରାମଚନ୍ଦ୍ର କୁଆଁସମଢିଆ ରଘୁୁନାଥ ଜୀୟୁ ମନ୍ଦିରର ପୂଜକ ଥିବା ବେଳେ ଗ୍ରାମର ମୁରବି ଭାବେ ତାଙ୍କୁ ସମସ୍ତେ ମାନି ଚଳୁଥିଲେ । ୱାର୍ଡସଭ୍ୟ ପରି ପଦ ପଦବୀର ରହି ଜନ ହିତକର କାର୍ଯ୍ୟ କରି ଆସୁଥିଲେ । ପରିବାରର ସୁଶାନ୍ତ କୁମାର ଦାଶ, ସୁକାନ୍ତ କୁମାର ଦାଶ, ରବିନ୍ଦ୍ର ପାଢୀ, ପ୍ରଦୀପ ଦାଶ, ପ୍ରଶାନ୍ତ କୁମାର ଦାଶ, ମିନତୀ ଦାଶ ସହଯୋଗ କରିଥିବା ବେଳେ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.