Home ଜିଲ୍ଲା ପରିକ୍ରମା ରକ୍ଷାବନ୍ଧନ ବନ୍ଧୁତା ଓ ଦୀର୍ଘାୟୁର ଅବିସ୍ମରଣୀୟ ପର୍ବ

ରକ୍ଷାବନ୍ଧନ ବନ୍ଧୁତା ଓ ଦୀର୍ଘାୟୁର ଅବିସ୍ମରଣୀୟ ପର୍ବ

5

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଓ କେତେକ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସଦସ୍ୟଙ୍କ ସହଯୋଗୀତାରେ ଭଦ୍ରକସ୍ଥ ଚାରିଘରିଆ ଆଦିବାସୀ କଲୋନୀସ୍ଥିତ ବିଦ୍ୟାର୍ଥୀ ବିକାଶ ମଂଚଞ୍ଚ ପ୍ରାଙ୍ଗଣରେ ରକ୍ଷାବନ୍ଧନ ପର୍ବ ସମିତିର ସହ ଆବାହକ ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅବାହକ ସେବକ ଶରତ କୁମାର ସାହୁ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଗୋପବନ୍ଧୁ ମିଶ୍ର, ଉମେଶ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ଖଟୁଆ ଓ ସ୍ୱୟଂ ସେବକର ବହୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପ୍ରଚାର ସମିତିର ବକ୍ତା ଗଣ ରକ୍ଷା ବନ୍ଧନର ପର୍ବ ପାରସ୍ପରିକ ବନ୍ଧୁତା, ଭାଇଚାରା ଓ ଦୀର୍ଘ ପରମାୟୁ କାମନାର ଉତ୍ସ ବୋଲି ପ୍ରତିପାଦନ କରିଥିଲେ । ସମିତିର ସେବକଗଣ ମିଳିତ ଭାବରେ ପ୍ରତ୍ୟେକଙ୍କ ହାତରେ ରକ୍ଷା ବନ୍ଧନ ପୂର୍ବକ ସେମାନଙ୍କର ଦୀର୍ଘାୟୁ ଓ ସାମଗ୍ରିକ ମଙ୍ଗଳ କାମନା କରିଥିଲେ । ଏହି ପର୍ବ ଆର୍ଯ୍ୟ ସନାତନୀୟ ଧର୍ମ ଜାଗରଣ କରିବାରେ ସଫଳ ପ୍ରୟାସ ନେଇଥାଏ ବୋଲି ବକ୍ତାଗଣ ମତପ୍ରକାଶ କରିଥିଲେ । କଲୋନୀର ବାସିନ୍ଦା ରମେଶ ହାଁସଦାଙ୍କ ତତ୍ୱାବଧାନରେ ବରୁଜୁ ବାଗୋ, ଉଚ୍ଛବ ମୁଣ୍ଡା, ଜଗନ୍ନାଥ ମୁଣ୍ଡା, ସମେତ ବହୁ ଯୁବବର୍ଗ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.