Home ଜିଲ୍ଲା ପରିକ୍ରମା ନିର୍ମାଲ୍ୟ ସେବା ପରିବାର ପକ୍ଷରୁ ଜ୍ୟୋସ୍ନାରାଣିଙ୍କୁ ସହାୟତା

ନିର୍ମାଲ୍ୟ ସେବା ପରିବାର ପକ୍ଷରୁ ଜ୍ୟୋସ୍ନାରାଣିଙ୍କୁ ସହାୟତା

8

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ମାଲ୍ୟ ସେବା ପରିବାର ପକ୍ଷରୁ ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ଦୁର୍ଘଟଣାର ଶିକାର ହୋଇ ବାମ ଗୋଡ ଆଘାତପ୍ରାପ୍ତ ଜ୍ୟୋସ୍ନାରଣୀଙ୍କୁ ସହୟତା ପ୍ରଦାନ କରାଯାଇଛି । ଗୁରୁବାର ନିର୍ମାଲ୍ୟ ପରିବାରର ସଭାପତି ଅଜୟ କୁମାର ନାୟକ, ସମ୍ପାଦକ ପଦ୍ମଲୋଚନ ପଣ୍ଡା, ସଭ୍ୟ ସୁଦର୍ଶନ ଦାଶ, ରୁକ୍ମଣୀ ଦାଶ, ଉପଦେଷ୍ଟା ଅଞ୍ଜନ କୁମାର ଶତପଥି ଇଟୁଆ ଗ୍ରାମରେ ପହଚିଂ ଜ୍ୟୋସ୍ନାରାଣୀଙ୍କ ମାତା ସଂଯୁକ୍ତା ପଣ୍ଡା, ପିତା ସୁଜିତ ପଣ୍ଡାଙ୍କ ସହ ଝିଅର ଚିକିତ୍ସା ନେଇ ସମସ୍ତ ପଚାରି ବୁଝିଥିଲେ । ଏଥିସହ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ଶୁଖିଲା ଖାଦ୍ୟ ନିର୍ମାଲ୍ୟ ପରିବାର ପକ୍ଷରୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଝିଅର ଚିକିତ୍ସା କ୍ଷେତ୍ରରେ ସହଯୋଗ ଜାରି ରହିବ ବୋଲି ପରିବାର ଲୋକଙ୍କୁ ଆଶ୍ୱସନା ଦିଆଯାଇଥିଲା । ସେହିପରି ଶ୍ରୀରାମକୃଷ୍ଣ ସେବା ଟ୍ରଷ୍ଟ ଭଦ୍ରକ ପକ୍ଷରୁ ଐତିହାସିକ ଡ. ଭାଗବତ ତ୍ରିପାଠୀ, ଜଳ ସେଚନ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ସନ୍ତୋଷ ଦାସ ଜ୍ୟୋସ୍ନାରାଣୀଙ୍କ ମାତାଙ୍କ ସହ ଆଲୋଚନା କରି ଝିଅର ଚିକିତ୍ସା ପାଇଁ ୩ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ପ୍ରକାଶଥାଉକି ଜ୍ୟୋସ୍ନାରାଣୀ ୬ ବର୍ଷ ବୟସରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କର ବାମ ଗୋଡଟି ଭାଙ୍ଗି ଯାଇଥିଲା । ଏବେ ସେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଦୀର୍ଘ ୭ ବର୍ଷ ଧରି ଝିଅର ଚିକିତ୍ସା ପାଇଁ ପରିବାର ପକ୍ଷରୁ ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଉଛନ୍ତି । ୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଗୋଡରେ ଲାଗିଥିବା ପ୍ଲେଟ ଯନ୍ତ୍ରଣାରୁ ମୁକ୍ତି ପାଇ ପାରୁ ନାହାନ୍ତି ଜ୍ୟୋସ୍ନାରାଣୀ । ବୟସ ବଢୁଥିବାରୁ ଏବେ ତାଙ୍କ ଗୋଡରେ ନୂତନ ପ୍ଲେଟ ଲାଗିବା ସହ ୧୮ ବର୍ଷ ପର୍ଯ୍ୟନ୍ତ ୬ ମାସ ବ୍ୟବଧାନରେ ଇଞ୍ଜେକ୍ସନ ନେବା ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବାର ପକ୍ଷରୁ ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ଇତିିମଧ୍ୟରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.