Home ଜିଲ୍ଲା ପରିକ୍ରମା ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ପାଳିତ

ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ପାଳିତ

5

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟର ଉପ-ସଭାପତି ଚିତରଞ୍ଜନ ଉଦ୍‌ଗାତା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ସମ୍ପାଦକ ଅଶୋକ କୁମାର ପରିଡା , ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ, ପ୍ରଥମେ ଗୈରିକ ଧ୍ୱଜ ପ୍ରଣାମ କରି ରକ୍ଷା ବନ୍ଧନ ଉତ୍ସବ କରାଯାଇଥିଲା । ଆଚାର୍ଯ୍ୟ ବିବେକାନନ୍ଦ ସେଠୀ ବୌଦ୍ଧିକ ରଖି ଏହି ପର୍ବର ମହତ୍ୱ ଉପରେ ଆଲେକପାତ କରିଥିଲେ । ପରେ ସମସ୍ତ ଶିଶୁ ଓ ଗୁରୁମା ମାନେ ବୃକ୍ଷ, ଗୋମାତା ଏବଂ ଆଗରପଡାର ସମସ୍ତ ବ୍ୟବସାୟୀ ଭାଇ, ଡାକ୍ତରଖାନା, ଥାନାଧିକାରୀ, ଅଗ୍ନିଶମ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧି ମିଷ୍ଠାନ ଖୁଆଇ ଶୁଭ ମନାସି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.