Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପ୍ରଦାନ ସମାରୋହ, ୪ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା...

ଭଦ୍ରକରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପ୍ରଦାନ ସମାରୋହ, ୪ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ମିଳିବ ପଂଚମ କିସ୍ତି

7

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନଯାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପ୍ରଦାନ ଅବସରରେ ଆଜି ଭଦ୍ରକସ୍ଥିତ ସହୀଦ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ସୁଭଦ୍ରା’ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଉଛି। ଅନ୍ତର୍ଜାତୀୟ ମହିଳା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଏହି ଆର୍ôଥକ ସହାୟତା ଆର୍ôଥକ ବର୍ଷ ୨୦୨୪-୨୫ ଠାରୁ ୨୦୨୮-୨୯ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଭଦ୍ରକ ଜିଲ୍ଲାରେ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପାଇଁ ସର୍ବମୋଟ ୪,୪୮,୩୯୬ ଜଣ ଆବେଦନ କରିଛନ୍ତି। ୪,୧୦,୭୫୯ ଜଣ ହିତାଧିକାରୀ ପ୍ରଥମ କିସ୍ତି, ୪,୦୧,୧୯୬ ଜଣ ଦ୍ୱିତୀୟ କିସ୍ତି, ୪,୦୧,୨୧୦ ଜଣ ତୃତୀୟ କିସ୍ତି ଏବଂ ୩,୯୬,୭୫୨ ଜଣ ହିତାଧିକାରୀ ଚତୁର୍ଥ କିସ୍ତି ପାଇ ସାରିଥିବାବେଳେ ଆନୁମାନିକ ୪,୦୨,୦୭୩ ଜଣ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପାଇବାକୁ ଯାଉଛନ୍ତି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଉଛି। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏହି ସମାରୋହରେ ମହିଳା ହିତାଧିକାରୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇବା ସହ ଚାରାବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସମାରୋହର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ। ମହିଳାଙ୍କ ହାତକୁ ସିଧାସଳଖ ଆର୍ôଥକ ସହାୟତା ପହଂଚିବା ଦ୍ୱାରା ସେମାନେ ନିଜ ପରିବାରର ଆର୍ôଥକ ନିଷ୍ପତିରେ ଅଧିକ ସକ୍ରିୟ ଭୂମିକା ନେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର ଯୋଗଦେଇ ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ସେମାନଙ୍କୁ ଆର୍ôଥକ ଭାବେ ସ୍ୱାବଲମ୍ବୀ କରିବାରେ ସହାୟକ ହେଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଡେପୁଟି ଆରକ୍ଷୀ ଅଧିକ୍ଷକ ଦୀପ୍ତିକା ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, ମହିଳାଙ୍କ ଆର୍ôଥକ ସଶକ୍ତିକରଣ ହେଉଛି ପରିବାର ଓ ସମାଜର ସାମଗ୍ରିକ ବିକାଶର ମୁଖ୍ୟ ଆଧାର। ‘ସୁଭଦ୍ରା’ ଯୋଜନାରୁ ମିଳୁଥିବା ଆର୍ôଥକ ସହାୟତାକୁ ମହିଳାମାନେ ଜୀବିକା, ଛୋଟ ବ୍ୟବସାୟ ଓ ଅନ୍ୟାନ୍ୟ ଉତ୍ପାଦନକ୍ଷମ କାର୍ଯ୍ୟରେ ବିନିଯୋଗ କରି ନିଜକୁ ଆର୍ôଥକ ଭାବେ ସଶକ୍ତ କରିପାରିବେ। ଏହି ଅବସରରେ ‘ସୁଭଦ୍ରା’ ଯୋଜନାର କିଛି ହିତାଧିକାରୀ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ଯୋଜନାରୁ ପ୍ରାପ୍ତ ଆର୍ôଥକ ସହାୟତା ସେମାନଙ୍କ ଜୀବନରେ କିପରି ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇଛି, ସେ ସମ୍ପର୍କରେ ସେମାନେ ଅନୁଭୂତି ବାଂଟିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଙ୍ଗୀତା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମାରୋହ ଆୟୋଜିତ ହୋଇଥିଲା। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ମଧୁସ୍ମିତା ମହାପାତ୍ର ମଂଚ ପରିଚାଳନା କରିଥିଲେ। ସମାରୋହରେ ବହୁ ସଂଖ୍ୟାରେ ମହିଳା ହିତାଧିକାରୀ, ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.