ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲାର ସାଂସଦ ଅଭିମନ୍ୟୁ ସେଠି ଶୁଭ ଉଦ୍ଘାଟନ କରିବା ସହ ଯୁବ ସମାଜକୁ ଖେଳ ପ୍ରତି ଆକୃଷ୍ଟ କରିବା ଦିଗରେ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଲଳିତ ରଞ୍ଜନ ସାହୁ ପିଲାମାନଙ୍କର ଉଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ବାର୍ତାକୁ ନିଜ ମନ୍ତବ୍ୟରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କର ଯୁବକ ମାନଙ୍କ ଉଦ୍ୟେଶରେ ଦେଇଥିବା ଭାଷଣର ଲାଇଫ ଭିଡ଼ିଓ ପିଲାମାନଙ୍କୁ ପ୍ରଦର୍ଶନ କରାଯାଇଥିଲା । ଛାତ୍ର ଛାତ୍ରୀ , ଅଧ୍ୟାପକ -ଅଧ୍ୟାପିକା ଏବଂ ଅତିଥି ମାନଙ୍କ ଦ୍ୱାରା ନିଶା ନିବାରଣ ଉଦ୍ଦେଶ୍ୟରେ ଏକ ଶପଥ ପାଠ କରାଯାଇଥିଲା । ଜିଲ୍ଲାର ପ୍ରତିଷ୍ଠିତ କ୍ରୀଡ଼ାବିତ , ଜିଲ୍ଲା ଯୁବ ଆଇକନ, ମଓଇଁ ଭାରତର ସଦସ୍ୟ ସମେତ ମହାବିଦ୍ୟାଳୟର କର୍ମଚାରୀ ବୃନ୍ଦ ଏବଂ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏନଏସଏସ ସଂଯୋଜ ସ୍ୱପ୍ନା ଷୋନାଲିକା ଜେନା,ରାସାୟନିକ ବିଭାଗର ବିଭାଗୀୟ ମୁଖ୍ୟ ଲକ୍ଷ୍ମୀକାନ୍ତ ନାୟକ ଏବଂ ଜିଲ୍ଲା ନଏସଏସ ଅଧିକାରୀ ସୁଦର୍ଶନ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।








