ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧିନସ୍ଥ କୋରକୋରା ଗ୍ରାମ ପଂଚାୟତ ଅଧିନରେ “ମା ସାତଭଉଣୀ ଶକ୍ତିପୀଠ” ଆଜକୁ ପ୍ରାୟ ୧୨୦ ବର୍ଷର ଅନୁଷ୍ଠାନ । ଏଠାକୁ ପ୍ରାୟ ପ୍ରତ୍ୟେକ ଦିନ ଶହ ଶହ ଯାତ୍ରୀ ମା’ଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତରେ ୧୫ଦିନ କାଳ ମା’ଙ୍କ ପୀଠରେ ମେଳା ବସିଥାଏ । ବିଭିନ୍ନ ଯାତ୍ରାଅନୁଷ୍ଠାନ ଯାତ୍ରା ପରିବେଷଣ କରିଥାନ୍ତି । କିନ୍ତୁ କିଛି କୁଚକ୍ରି ଗୋଷ୍ଠୀର ବ୍ୟାକ୍ତି ନିଜର ବ୍ୟକ୍ତିଗତ ନିଜର ଫାଇଦା ହାସଲ ପାଇଁ ଲକ୍ଷ ଲକ୍ଷ ଟଙ୍କା ଭଦ୍ରକ ବ୍ଲକର କନିଷ୍ଠ ଯନ୍ତ୍ରୀ ଅକ୍ଷୟ କୁମାର ଘଡ଼େଇକୁ ଧରାଧରି କରି ସରକାରୀ ଟଙ୍କାକୁ ଚଳୁ କରିଥାନ୍ତି । ଏହି ୍ସ୍ଥାନଟି ବିଲାବାଡ଼ି ମୈଜାର ଖାତା ନଂ ୫୦୧ରେ ଅବସ୍ଥିତ । ଏହା କୋରକୋରା ଉଆସର ମାର୍ଫତଦାରଙ୍କ ଅଧିନରେ ଅଛି । ୧୨୦ ବର୍ଷ ହେଲା ମା’ ସାତଭଉଣୀକୁ ୧୦ ଏକାର ଜମି ଦାନ ଦେଇଛନ୍ତି । ଏହି ଦାନରେ ବର୍ଷସାରା ପୂଜାନିତୀକାନ୍ତି ସହିତ ମନ୍ଦିରକୁ କଲର କରିବା , ବ୍ରାହ୍ମଣକୁ ଟଙ୍କା ଦେବା, ମକର ମେଳାରେ ନାଚପାର୍ଟି ଇତ୍ୟାଦିରେ ସହଯୋଗ କରାଯାଏ । ଏବଂ ମକର ମେଳରେ ଯେଉଁ ସଂସ୍କୃତିକ କାର୍ଯ୍ୟକ୍ରମ ହୁଏ ପ୍ରାୟ ୫ ଖଣ୍ଡର ଗ୍ରାମର ବ୍ୟକ୍ତିମାନେ ସହଯୋଗ କରିଥାନ୍ତି । କିନ୍ତୁ ୨୦୨୫ ମସିହାରେ ତା ୮.୧୨.୨୦୨୫ରିଖରେ ସିଡିଓ-କମ୍-ଇଓ, ଜିଲା ପରିଷଦ,ଭଦ୍ରକ ଙ୍କର ପ୍ରେଜେକ୍ଟ ଲିଷ୍ଟ – ୨୯ ଅଥଂଟିକେଟ୍ ଜି.ପି. ଫାଇଲରେ ଟ.୯,୬୭,୯୫୬ଙ୍କା ମା’ ସାତଭଉଣୀଙ୍କ ଶକ୍ତିପୀଠକୁ ସକିର୍ଣ୍ଣ କରି ଏକ କମ୍ୟୁନିଟ୍ ସେଂଟର ବେଆଇନ୍ ଭାବେ ନିର୍ମାଣ କରାଯାଉଥିଲା। ଏହାକୁ ଚେଲେଞ୍ଜକରି ମାର୍ଫତଦାର ତଥା ଆର.ଟି.ଆଇର ଭଦ୍ରକ ଜିଲ୍ଲା ସଭାପତି ପ୍ରକାଶ କୁମାର ଜେନା ମାନ୍ୟବର ଉଚ୍ଚତମ ନ୍ୟାୟଳୟ କଟକରେ ଡବ୍ଲ୍ୟୁ.ପି.(ସି) ନଂ – ୨୬୭୪୨/୨୦୨୬ ଆଶ୍ରୟ ନେଇଥିଲେ । ସିଏନଆର ନଂ ଓଡିଏଚସି ୦୧୦୬୪୩୧୭୨୦୨୬ ମାନ୍ୟବର ହାଇକୋର୍ଟ ଏହି କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି । ମାନ୍ୟବର ହାଇକୋର୍ଟ ରେଭିନ୍ୟୁ ସେକ୍ରେଟାରୀ , ଜିଲ୍ଲାପାଳ, ଭଦ୍ରକ, ବି.ଡ଼ି.ଓ., ଭଦ୍ରକ, ସି.ଡ଼ି.ଓ ଜିଲ୍ଲାପରିଷଦ, ଭଦ୍ରକ, ପି.ଇ.ଓ. କୋରକୋରା ଗ୍ରାମ ପଂଚାୟତକୁ ସମନ ଜାରି କରିଛନ୍ତି । ବର୍ତମାନ ଉକ୍ତ ‘ମା’ ସାତଭଉଣୀ’ଙ୍କ ଶକ୍ତିପୀଠରେ କୌଣସି ବେଆଇନ୍ ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ ।








