ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ବାଲେଶ୍ୱର ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅସୁରାଳି ଶ୍ରୀବୈରାଗୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂସ୍କୃତି ଜ୍ଞାନରେ ପ୍ରଥମ ଶ୍ରେଷ୍ଠ ବିବେଚିତ ହୋଇଛି।ରେମୁଣା ଠାରେ ଆୟୋଜିତ ବିଭାଗ ଜ୍ଞାନ ବିଜ୍ଞାନ ମେଳାରେ ସମ୍ଭାଗରୁ ପ୍ରଥମ ବିବେଚିତ ହୋଇଥିବା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତିନି ମେଧାବୀ ଛାତ୍ରୀ ରୀତିକ୍ରିଷ୍ଣା ପଣ୍ଡା,ଶୁଭଲଷ୍ମୀ ସାହୁ ଏବଂ ସ୍ନେହା ସାମନ୍ତ ଅଂଶଗ୍ରହଣ କରିଥିଲେ।ତିନି ଛାତ୍ରୀ ସଂସ୍କୃତିବୋଧ ପ୍ରଶ୍ନ ମଞ୍ଚରେ ସମସ୍ତ ପ୍ରତିଯୋଗୀଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛନ୍ତି।କୃତୀ ପ୍ରତିଭା ଛାତ୍ରୀ ରୀତିକ୍ରିଷ୍ଣା ଶୁଭଲଷ୍ମୀ ସ୍ନେହା ଆସନ୍ତା ସେପ୍େଟମ୍ବର ମାସ ୧୮ ଏବଂ ୧୯ ତାରିଖ ଦୁଇଦିନ ବ୍ୟାପୀ ବଲାଙ୍ଗୀର ଠାରେ ହେବାକୁ ଥିବା ପ୍ରାଦେଶିକ ପ୍ରତିଯୋଗିତାରେ ଯୋଗ ଦେବେ ବୋଲି ଅଭିଭାବକ ଆଇନଜୀବୀ ସ୍ନେହାଶିଷ ପଣ୍ଡା କହିଛନ୍ତି।ଏହି ସଫଳତା ପାଇଁ ତିନି ଛାତ୍ରୀଙ୍କୁ ସହପାଠୀ ଗୁରୁଜୀ ଗୁରୁମାମାନେ ଶୁଭେଚ୍ଛା ଜଣାଇଛନ୍ତି।








