Home ଜିଲ୍ଲା ପରିକ୍ରମା ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ...

ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି, ଇଣ୍ଡିଆ ମେଂଟ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

5

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସଂବିଧାନର ସୁରକ୍ଷା, ଦେଶର ସଂଘୀୟ ଢାଂଚା , ରାଜ୍ୟମାନଙ୍କର ସାମ୍ବିଧାନିକ ଓ ଆର୍ôଥକ ଅଧିକାର, ପ୍ରାକୃତିକ ଓ ଖଣିଜ ସମ୍ପଦ ଉପରେ ଖଣିଜ ସମୃଦ୍ଧ ରାଜ୍ୟମାନଙ୍କର ନ୍ୟାୟସଙ୍ଗତ ଅଧିକାର ଏବଂ ଆଦିବାସୀ ଓ ଖଣି ପ୍ରଭାବିତ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଜନ ବିରୋଧୀ ଆଇନ ରଦ୍ଦ କରିବା ଦାବିରେ ଇଣ୍ଡିଆ ମେଂଟ ଭଦ୍ରକ ଶାଖାର ଅନ୍ତର୍ଭୁକ୍ତ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ, ଭାରତର କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସବାଦୀ) , ଭାରତୀୟ କମ୍‌ଯୁନିଷ୍ଟ ପାର୍ଟି, ସିପିଆଇଏମଏଲ ଲିବରେସନ ପକ୍ଷରୁ ମିଳିତ ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୁଇଟି ଶୋଭାଯାତ୍ରା ଗୋଟିଏ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରୁ ଓ ଅନ୍ୟ ଶୋଭାଯାତ୍ରା ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬ ଦେଶର ଖଣିଜ ସମ୍ପଦର ପରିଚାଳନା, ରାଜ୍ୟମାନଙ୍କର ରାଜସ୍ୱ ଅଧିକାର, ସଂଘୀୟ ଢାଂଚା ଏବଂ ଖଣି ପ୍ରଭାବିତ ଅଂଚଳର ସାମାଜିକ ଓ ପରିବେଶୀୟ ସୁରକ୍ଷା ଉପରେ ଦୂରଗାମୀ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହା କେବଳ ଏକ ଖଣି ଆଇନର ପ୍ରଶାସନିକ ସଂଶୋଧନ ନୁହେଁ, ଏହାର କେତେକ ବ୍ୟବସ୍ଥା ରାଜ୍ୟମାନଙ୍କର ସାମ୍ବିଧାନିକ କ୍ଷମତା ଓ ଆର୍ôଥକ ସ୍ୱାୟତତାକୁ ପ୍ରଭାବିତ କରିବା ସହିତ ଖଣିଜ ସମ୍ପଦ ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବ।ଏହି ପରିପ୍ରେକ୍ଷିରେ, ଆଇନଟିକୁ ଏହାର ବର୍ତମାନ ରୂପରେ ରଦ୍ଦ କରିବା ଜରୁରୀ ବୋଲି ବିକ୍ଷୋଭ ରେ ଯୋଗ ଦେଇଥିବା ଇଣ୍ଡିଆ ମେଂଟ ର ନେତୃତ୍ୱ ପ୍ରକାଶ କରିଥିଲେ । ଏହି କଳା ଆଇନକୁ ତୁରନ୍ତ ରଦ୍ଦ କରିବା ପାଇଁ ଇଣ୍ଡିଆ ମେଂଟ ର ନେତୃତ୍ୱ ଦାବି କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ପାଖକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ସିପିଆଇଏମ ର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ ନେତା ରମେଶ ଜେନା, ଅନନ୍ତ ମହାନ୍ତି, ସିପିଆଇଏମଏଲ ଲିବରେସନ ନେତ୍ରୀ ଜୟନ୍ତୀ ବିଶ୍ୱାଳ , କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ମହମ୍ମଦ ମୋକିମ, କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଶୁଭାଶିଷ ମଲ୍ଲିକ, ବିଦ୍ୟାଧର ଜେନା, ମହିଳା ନେତ୍ରୀ ସୁରଜିତା ନାୟକ, ଶର୍ମିଷ୍ଠା ପଣ୍ଡା, ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ବଳରାମ ରାଉତ,ରାଜେନ୍ଦ୍ର ପ୍ରସାଦ ଜେନା,ବିଜୟ ବାରିକ୍‌, ପ୍ରଦ୍ୟୁମ୍ନ ଦାସ, ଅଭିଷେକ ରାଉତ, ରଜନୀକାନ୍ତ ଚାନ୍ଦ , ଅରବିନ୍ଦ ନାୟକ, ଗୟାଧର ସେଠୀ, ପବିତ୍ର ପୃଷ୍ଟି, ସାଦ ସିଦ୍ଧିକ ସିପିଆଇ ନେତା ବିମ୍ବାଧର ନାରାୟଣ ତ୍ରିପାଠୀ, ହରିହର ବେହେରା, କଂଗ୍ରେସ ନେତା ଅବଦୁଲ ମୁକିତ୍ ଖାନ୍‌, ଗୋଲେଖ ଚନ୍ଦ୍ର ବେହେରା, ଇଲିଆସ ଅଲ୍ଲୀ ଖାନ୍ ସିପିଆଇ (ଏମ) ନେତା ରାଧାନାଥ ଦାସ, ଗିରିଧାରୀ ନାଥ, ମଳୟ ଭୋଇ, ବିଷ୍ଣୁ ଦାଶ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ଜୟନୂଲ ଆବେଦିନ, ପ୍ରମୁଖ ଯୋଗଦେଇ ଏହି କଳା ଆଇନକୁ ତୁରନ୍ତ ରଦ୍ଦ କରିବାକୁ ସଭା ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ନିକଟରେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.