Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକର ଜଗନ୍ନାଥପୁର ଗ୍ରାମରେ ରାପିଡ୍ ରେସ୍ପନ୍ସ ଟିମ୍ ପକ୍ଷରୁ ଔଷଧ ବଂଟନ

ଚାନ୍ଦବାଲି ବ୍ଲକର ଜଗନ୍ନାଥପୁର ଗ୍ରାମରେ ରାପିଡ୍ ରେସ୍ପନ୍ସ ଟିମ୍ ପକ୍ଷରୁ ଔଷଧ ବଂଟନ

12

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପ୍ରଭାବିତ ଅଂଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସ୍ୱାସ୍ଥ୍ୟସେବା ଓ ଔଷଧ ବଂଟନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରାପିଡ୍ ରେସ୍ପନ୍ସ ଟିମ୍ ଜଗନ୍ନାଥପୁର ଗ୍ରାମରେ ପହଂଚି ଆବଶ୍ୟକୀୟ ଔଷଧ ବଂଟନ କରିଛି।ଟିମ୍ ପକ୍ଷରୁ ଗ୍ରାମବାସୀଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଛି। ବନ୍ୟା ପରବର୍ତୀ ସମୟରେ ରୋଗ ପ୍ରତିରୋଧ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏଭଳି ସ୍ୱାସ୍ଥ୍ୟସେବା କାର୍ଯ୍ୟ ଜାରି ରହିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.