Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ତିରୋଧାନ

ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ତିରୋଧାନ

12

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁଆମାଳ ଅଂଚଳ ର ବୟୋଜ୍ୟେଷ୍ଠ ସମାଜସେବୀ ତଥା ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗରେ କାର୍ଯ୍ୟରୁ ଅବସର ପ୍ରାପ୍ତ ଅଧିକାରୀ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କର ଗତକାଲି ଏକ ବେସରକାରୀ ଡାକ୍ତରଖାନା ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା, ତାଙ୍କର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଗୁଆମାଳ ଅଂଚଳରେ ସରକାରୀ ହୋମିଓପାଥି ଚିକିତ୍ସାଳୟ, ମ୍ୟୁଜିକ ମହାବିଦ୍ୟାଳୟ, ଓଡ଼ିଶା ବ୍ରିଗେଡ୍ ସ୍କୁଲକୁ ବହୁମୂଲ୍ୟ ଜମିଦାନ ମଧ୍ୟ କରିଥିଲେ ଓ ବୀଣାପାଣି ସଂସ୍କୃତ ମହାବିଦ୍ୟାଳୟକୁ ମଧ୍ୟ ନିଜ ସ୍ୱର୍ଗତ ଧର୍ମପତ୍ନୀଙ୍କ ନାମରେ ମଧ୍ୟ ଏକ ଲାଇବ୍ରେରୀ ଦାନ କରିଥିଲେ ଏବଂ ସେ ସେ କିଛି ଗରିବ ଲୋକମାନଙ୍କୁ ମାସିକ ପେନ୍‌ସନ୍ ରୁ ମଧ୍ୟ ନିୟମିତ ଭାବେ ଦାନ କରୁଥିଲେ। ତାଙ୍କର ଏହି ନମନୀୟ ଗୁଣ ପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ମଧ୍ୟ ବହୁବାର ସମ୍ମାନିତ ହୋଇଛନ୍ତି। ଗ୍ରାମବାସୀମାନେ ତାଙ୍କର ମର ଶରୀରକୁ ବିରାଟ ପଟୁଆର ସହିତ ଗ୍ରାମ ପରିକ୍ରମା କରାଉଥିଲେ। ତାଙ୍କର ଶବାଧାରରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକବ୍ୟକ୍ତ କରିଥିଲେ । ତାଙ୍କର ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ରାଜନେତା, ଓକିଲ, ବୁଦ୍ଧିଜୀବୀ,ଗ୍ରାମବାସୀ ମାନେ ଉପସ୍ଥିତି ଥିଲେ ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ୪ପୁଅ ଓ ଦୁଇଝିଅ ଉପସ୍ଥିତ ଥିଲେ । ବଡ଼ପୁଅ ସରକାରୀ ଆଇନଜିବି ଶ୍ରୀକାନ୍ତ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । ତାଙ୍କରି ସ୍ମୃତି ରକ୍ଷା ପାଇଁ ଓଡିଶା ବ୍ରିଗେଡ୍ ସୈନିକ ସ୍କୁଲକୁ ଆଜି ଗୋଟିଏ ଦିନ ଛୁଟି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.