Home ଜିଲ୍ଲା ପରିକ୍ରମା ବୈତରଣୀରେ ପୁଣି ବଡ ବନ୍ୟା

ବୈତରଣୀରେ ପୁଣି ବଡ ବନ୍ୟା

11

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ପୁଣି ବଡଧରଣର ବନ୍ୟା ଆସିଛି। ମାତ୍ର ଏକ ସପ୍ତାହ ଅନ୍ତରରେ ବନ୍ୟାଜଳ ୭ ପଂଚାୟତକୁ ବୁଡାଇ ଦେଇଛି। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ଆଖୁଆପଦାରେ ବିପଦସଙ୍କେତ ସ୍ତର ୧୮.୩୩ମିଟର ଉପରେ ରହି ୧୮.୪୩ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ଘଂଟାପ୍ରତି ୪ ମି.ମି. ବେଗରେ ହ୍ରାସ ପାଉଛି। ବ୍ଳକ ଅଂଚଳରେ ଗତ ୨୪ ଘଂଟା ମଧ୍ୟରେ ୫ ମି.ମି. ବର୍ଷା ହୋଇଛି। ଗତ ୨୪ ଘଂଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ସର୍ବାଧିକ ୧୦୩.୪ ମି.ମି., ସ୍ୱାମୀପାଟଣାରେ ୮୦.୪ ମି.ମି., କେଉଁଝରରେ ୮୦.୪ମି.ମି., ଆନନ୍ଦପୁରରେ ୨୯.୫ ମି.ମି. ଓ ଆଖୁଆପଦାରେ ୧୮.୬ ମି.ମି. ବର୍ଷା ରେକର୍ଡ କରାଯାଇଛି। କଂଟିଘାଇରେ ପ୍ରବାହିତ ବନ୍ୟାଜଳ ୫ ପଂଚାୟତର ଜନସାଧାରଣଙ୍କ ପାଇଁ କାଳ ସାଜିଛି। ଚଳିତ ବର୍ଷାରେ ଷୋଳମପୁର ପଂଚାୟତର ମଣିନାଥପୁର, ଷୋଳମପୁର, ବରାହନୂଆପଡା, ମୁଢ଼ାପଦା, ବିନ୍ଧାଣ, ବିରୋଳି ଗ୍ରାମ, ମାଳଦା ପଂଚାୟତର ଜଳହରୀ, ଚତୁର୍ଭୁଜପୁର, ରାମପୁର, ମାଳଦା ଆଦି ଗ୍ରାମ, ନପଙ୍ଗ ପଂଚାୟତର ବଡନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ ଆଦି ଗ୍ରାମ, ରହଣିଆ ପଂଚାୟତର ନୌରଙ୍ଗପୁର, ଦେଉଳପଦୀ, ରାଣୀଗଡିଆ, ରହଣିଆ, କେଶପୁର, କୋରିଗାଁ ପଂଚାୟତର ଷଠଗାଁ, କୋରିଗାଁ, କୋରିଗାଁବିନ୍ଧା ଆଦି ଗ୍ରାମ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏଥିସହ ନଦୀ ପଠାରେ ଅବସ୍ଥିତ ବନ୍ଦାଳୋ-ମଢିଆଳି ପଂଚାୟତର ବନ୍ଦାଳୋ, ମଢ଼ିଆଳି, ଖପୁରିଆପଦା ଆଦି ଗ୍ରାମ, ଝୁଟୁଣା ପଂଚାୟତର ଝୁଟୁଣା, ବାବଲପୁର, ବ୍ରହ୍ମପୁର, ଦାଦେଶ୍ୱର ଆଦି ଗ୍ରାମର ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ବନ୍ୟା ଦ୍ୱାରା ରାସ୍ତା, ଘର ଓ ହଜାର ହଜାର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡି ରହି କ୍ଷତିଗ୍ରସ୍ତ ହୋଇଛି। ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ ରାସ୍ତା, ବନ୍ଦାଳୋ ଗ୍ରାମ୍ୟ ଉନ୍ନୟନ ରାସ୍ତା ଆଦିି ବନ୍ୟାଜଳରେ ବୁଡି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.