Home ଜିଲ୍ଲା ପରିକ୍ରମା ବୋଡ଼କରେ ବିଜେପି ଐଶାନ୍ୟଚଣ୍ଡି ମଣ୍ଡଳ ପକ୍ଷରୁ ନିଃଶୁଳ୍କ ମେଗାସ୍ୱାସ୍ଥ୍ୟସେବା ଶିବିର, ବନ୍ୟାଂଚଳ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା...

ବୋଡ଼କରେ ବିଜେପି ଐଶାନ୍ୟଚଣ୍ଡି ମଣ୍ଡଳ ପକ୍ଷରୁ ନିଃଶୁଳ୍କ ମେଗାସ୍ୱାସ୍ଥ୍ୟସେବା ଶିବିର, ବନ୍ୟାଂଚଳ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ

3

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡ଼କ ପଂଚାୟତ ଅଧୀନ ନାୟକାଣୀ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଶନିବାର ବିଜେପି ଐଶାନ୍ୟଚଣ୍ଡି ମଣ୍ଡଳ ପକ୍ଷରୁ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ସହଯୋଗରେ ଏକ ନିଃଶୁକ୍ଳ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଶିବିରକୁ ଉଦଘାଟନ କରିଥିଲେ । ମନ୍ତ୍ରୀ ସୂରଜ ବିଭିନ୍ନ ସ୍ଥାନରେ ଚିକିତ୍ସାସ୍ଥଳକୁ ବୁଲି ଦେଖିଥିଲେ । ପରେ ପୂର୍ବତନ ମଣ୍ଡଳ ସଭାପତି ପ୍ରମୋଦ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ସୂରଜ ଯୋଗଦେଇ ବନ୍ୟାଅଂଚଳ ଲୋକମାନଙ୍କୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିବାବେଳେ ବେଳେ ୧୮ପ୍ରକାର ରୋଗର ଚିକିତ୍ସା ସେବା ଯୋଗାଇ ଦିଆଯିବ ସହ ବିଭିନ୍ନ ରୋଗର ରକ୍ତ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିବା କହିଥିଲେ। ସମ୍ନାନିତ ଅତିଥି ଭାବେ ଜିଲା ଉପସଭାପତି ଅଜୟ କୁମାର ନାୟକ ଯୋଗଦେଇ ବନ୍ୟା ସମୟରେ ବିପନ୍ନମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ବନ୍ୟାଂଚଳରେ ପହଂଚାଇ ସହାୟତା ଆଣିବା ଏବଂ ବନ୍ୟା ପରେ ଲୋକଙ୍କ ସ୍ୱାସ୍ଥ୍ୟସେବା ଦିଗରେ ପଦକ୍ଷେପ ନେଇ ମନ୍ତ୍ରୀ ସୂରଜ ଉଦାହରଣ ସୃଷ୍ଟି କରିଥିବା କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ସହକାରୀ ଚିକିତ୍ସା ଅଧିକାରୀ ଡା.ସୁଧୀରଞ୍ଜନ ନାୟକ, ବିଡ଼ିଓ ନିରଞ୍ଜନ ବାରିକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ହାଇଟେକର ସିଇଓ ଜ୍ୟୋତିର୍ମୟ ପଣ୍ଡା, ଉପସଭାପତି ମନୋଜ କୁମାର ଦାଶ, ଧାମନଗର ବିଜେପି ପ୍ରଭାରୀ ବୁଦ୍ଧଦେବ ଜେନା, ବିଜେପି ନେତା ତଥା ଆଇନଜୀବୀ ଚିନ୍ତାମଣି ଦାସ, ବରିଷ୍ଠ ନେତା ଶରତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମଣ୍ଡଳ ସଭାପତି ସାଇ ଶରଣ ବେହେରା, କେଶବ ବେହେରା ଓ ସରୋଜ କୁମାର ନାୟକ, ସରପଂଚ ଶୁଭ୍ର ନାରାୟଣ ସେଠୀ, ପ୍ରଦୀପ ବଳ, ସଞ୍ଜୀବ ବେହେରା, ଜିଲା ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ଅଭୟ ମଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ଭରତ ଚନ୍ଦ୍ର ସାହୁ, ତପନ ପାଢ଼ୀ ପ୍ରମୁଖଙ୍କ ସମେତ ଧାମନଗର ବିଜେପିନେତା ଉପସ୍ଥିତ ଥିଲେ। ଶିବିରରେ ମୋଟ ୧୮ଟି ବିଭାଗରେ ବିଶେଷଜ୍ଞମାନଙ୍କ ଦ୍ୱାରା ୮ ପଂଚାୟତର ପ୍ରାୟ ୨ହଜାର ରୋଗୀଙ୍କର ବିଭିନ୍ନ ପ୍ରକାର ରୋଗର ପରୀକ୍ଷା ସହ ଚିକିତ୍ସା କରାଯାଇଥିଲା । ଏଥିରେ ୩୫ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ନିୟୋଜିତ ହୋଇଥିଲେ । ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ର ବିତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି, ପିଇଓ ବବିତା ବିଶ୍ୱାଳ, ବିଜେପି ନେତା ରଘୁନାଥ ମଲିକ, ପ୍ରଭାରୀ ଆଲୋକ ବିକାଶ ପ୍ରିୟଦର୍ଶୀ,କ୍ଷୀରସିନ୍ଧୁ ବାରିକ, ପିତାମ୍ବର ନାୟକ, ଯଜ୍ଞଦତ ପତି, ବିଜୟ ଚଢ଼ାଇ, ଅମର ମହାଳିକ, ସମୀର ଦାସ, ଚିତରଞ୍ଜନ ଦାସ, ଜୟନ୍ତ ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.