Home ଜିଲ୍ଲା ପରିକ୍ରମା ଧାମନଗର ସମବାୟରେ କଡ଼ା ନିୟମର ଚାବୁକ, କିଛି ସମ୍ପାଦକ ବାଲେଶ୍ୱର ସଭାପତିଙ୍କ ନିକଟରେ ଫେରାଦ

ଧାମନଗର ସମବାୟରେ କଡ଼ା ନିୟମର ଚାବୁକ, କିଛି ସମ୍ପାଦକ ବାଲେଶ୍ୱର ସଭାପତିଙ୍କ ନିକଟରେ ଫେରାଦ

4

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରସ୍ଥିତ ବାଲେଶ୍ୱର-ଭଦ୍ରକ ସେଂଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କରେ ନିୟମ ପାଳନ ଓ ଆର୍ôଥକ କାରବାରରେ ସ୍ୱଚ୍ଛତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ ଜୁଲାଇ ମାସରୁ ସହକାରି ପରିଚାଳକ ସ୍ୱପ୍ନାରାଣୀ ରାଉତ ଦାୟିତ୍ୱ ନେବା ପରେ ବ୍ୟାଙ୍କର ବିଭିନ୍ନ କାଗଜପତ୍ର, ହିସାବକିତାବ ଓ ନଥିପତ୍ରର ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହୋଇଥିବା ଜଣାପଡ଼ିଛି। ଚାଷୀଙ୍କ ଋଣ ଓ ଅର୍ଥ ଉଠାଣ ସମୟରେ ଚାଷୀ ନିଜେ ସଶରୀରେ ଉପସ୍ଥିତ ରହି ପାସବୁକ୍ ସହ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏଥିସହ ସେବା ସମବାୟ ସମିତିର ଆକାଉଂଟରୁ ହେଉଥିବା ଖର୍ଚ୍ଚ, ଅର୍ଥ ଉଠାଣ, ସୁଧ ଓ ଅନ୍ୟାନ୍ୟ ଜମା ଅର୍ଥର ହିସାବ ଯାଂଚକୁ ମଧ୍ୟ କଡ଼ାକଡ଼ି କରାଯାଉଥିବା ସୂଚନା ମିଳିଛି । ନିୟମ ଅନୁଯାୟୀ କାର୍ଯ୍ୟ କରୁଥିବା ଆସିଷ୍ଟାଂଟ ମ୍ୟାନେଜର ସ୍ୱପ୍ନାରାଣୀ ରାଉତ କୌଣସି ଅନିୟମିତତାପୂର୍ଣ୍ଣ କାଗଜପତ୍ର କିମ୍ବା କାରବାରକୁ ନେଇ ନିୟମ ଅନୁସାରେ ଯାଂଚ କରୁଥିବା ଜଣାପଡ଼ିଛି। ତାଙ୍କ ଏହି କଡ଼ା ଆଭିମୁଖ୍ୟ ଯୋଗୁଁ ସମବାୟ କ୍ଷେତ୍ରରେ ଆର୍ôଥକ କାରବାର ଅଧିକ ସ୍ୱଚ୍ଛ ହେବ ବୋଲି ଚାଷୀ ମହଲରେ ଆଶା ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ନିୟମ କଡ଼ାକଡ଼ି ହେବାରୁ କିଛି ସମିତି ର ସମ୍ପାଦକ ଙ୍କ ସ୍ୱାର୍ଥ ରେ ବାଧା ହେବାରୁ ସଂଘୀୟ ଢାଲ ନେଇ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି। ଏହି ପରିସ୍ଥିତିରେ। ସମିତି ର କିଛି ପୁରୁଣା ଅଧିକାରୀ ଙ୍କୁ ପୁଣି ଧାମନଗର ଆଣିବା ପାଇଁ ଉକ୍ତ ମହଲରେ ତତ୍ପରତା ଚାଲିଥିବା ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଧାମନଗର ବ୍ଲକର ସଂଘୀୟ ବ୍ୟବସ୍ଥାକୁ ନେଇ କିଛି ସେବା ସମବାୟ ସମିତିର ସମ୍ପାଦକ ଗୁରୁବାର ବାଲେଶ୍ୱରରେ ସଭାପତି ଙ୍କ ନିକଟରେ ଡେରା ପକାଇଥିଲେ। ଧାମନଗର ରୁ ବଦଳି ହୋଇ ଥିବା କିଛି ପୁରୁଣା କର୍ମ ଚାରି ଙ୍କୁ ଧାମନଗର କୁ ପୁନଃ ଫେରାଇ ଆଣିବା ପାଇଁ ଏହି ତତ୍ପରତା କି ନୁହେଁ, ତାହା ନେଇ ଏବେ ପ୍ରଶ୍ନ ଉଠିଛି। ଏହା ପଛରେ କାହାର ସ୍ୱାର୍ଥ ରହିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସମବାୟ ବ୍ୟାଙ୍କ ଚାଷୀ ଓ ସାଧାରଣ ଲୋକଙ୍କ ବିଶ୍ୱାସର ସଂସ୍ଥା। ତେଣୁ ଏଠାରେ ବ୍ୟକ୍ତି ବା ଗୋଷ୍ଠୀର ପ୍ରଭାବ ନୁହେଁ, ନିୟମ ଓ ଚାଷୀଙ୍କ ତଥା ସମିତିର ପ୍ରାଥମିକ ସଭ୍ୟଙ୍କ ସ୍ୱାର୍ଥ ହିଁ ସର୍ବୋପରି ହେବା ଆବଶ୍ୟକ।ଅପରେ ପକ୍ଷେ ନୂଆ କରି ଉକ୍ତ ବ୍ୟାଙ୍କରେ ଯୋଗ ଦେଇଥିବା ସହକାରୀ ଶାଖା ପରିଚାଳକ ସ୍ୱପ୍ନା ରାଣୀ ରାଉତ ଆଶୁ ଆଶୁ ବ୍ୟାଙ୍କ୍ ରେ ହୁକୁମତି ଦେଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ବ୍ୟାଙ୍କ ରେ କାହା ସହ ଠିକ୍ ତାଳ ମେଳ ରହୁନାହିଁ।ଦିଗରେ ଶାଖା ପରିଚାଳକ ସୁଶାନ୍ତ ପୁହାଣ ଙ୍କ ସହ ଯୋଗା ଯୋଗ କରିବାରୁ ସେ କହି ଥିଲେ ବ୍ୟାଙ୍କ ରେ ଲୋକ ଙ୍କୁ ସେବା ଠିକ୍ ସେବା ଯୋଗାଇ ଦିଆ ଯାଉଛି ଯେଉ ଚାଷୀ ଓ ଗ୍ରାହକ ଙ୍କ ଅସୁବିଧା ହେବ ସିଧା ସଳଖ ମୋ ସହ ଯୋଗା ଯୋଗ କରିବାକୁ ଶ୍ରୀ ପୁହାଣ କହିଥିଲେ । ତେବେ ଉକ୍ତ ବ୍ୟାଙ୍କ୍ ରେ କିଛି କନ୍ଧଳ ରହୁଥିବାରୁ ଏହାର ତଦନ୍ତ ହେବାର ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.